ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳବାଇ ଦ୍ୱାରା ଜୁନ 2, 2020 (ପୂର୍ବାହ୍ନ 10ଟା ସୁଦ୍ଧା) ସାରା ଦେଶରେ 4155ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ

• ମେ ପହିଲାରୁ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଗୃହରାଜ୍ୟକୁ ଫେରିଲେ 57 ଲକ୍ଷ ଯାତ୍ରୀ; କେବଳ ମେ ମାସରେ 50 ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ
• ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟତୀତ ମେ 12ରୁ 15 ଯୋଡ଼ା ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲା, 2020ରୁ 100 ଯୋଡ଼ା ସ୍ପେଶାଲ ମେଲ/ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଛି ରେଳବାଇ

Posted On: 02 JUN 2020 7:45PM by PIB Bhubaneshwar

 ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟସ୍ଥାନରେ ଅଟକି ରହିଥିବା ଲୋକମାନଙ୍କ ଯାତାୟାତ ନିମନ୍ତେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରୁ ଶ୍ରମିକ ସ୍ପେଶାଲଟ୍ରେନ ଚଳାଚଳ ମେ ପହିଲା, 2020 ଠାରୁ ଆରମ୍ଭ ହୋଇଛି ।

ଜୁନ 2, 2020 ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ମୋଟ 4155ଟି ଶ୍ରମିକ ସ୍ପେଶାଲଟ୍ରେନ ଚଳାଚଳ କରାଯାଇଛି । ସକାଳ 10ଟା ସୁଦ୍ଧା 102ଟି ଟ୍ରେନ ଚଳାଚଳ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା 33 ଦିନ ମଧ୍ୟରେ 57 ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ସ୍ପେଶାଲଟ୍ରେନ ଜରିଆରେ ସେମାନଙ୍କ ଗନ୍ତବ୍ୟସ୍ଥଳୀରେ ପହଁଚିପାରିଛନ୍ତି ।

ବିଭିନ୍ନ ରାଜ୍ୟରୁ 4155ଟି ଟ୍ରେନ ଯାତ୍ରା ଆରମ୍ଭ କରିଛି । ସର୍ବାଧିକ ଟ୍ରେନ ଛାଡ଼ିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛନ୍ତି ଗୁଜରାଟ (1027), ମହାରାଷ୍ଟ୍ର(802), ପଞ୍ଜାବ (416), ଉତ୍ତର ପ୍ରଦେଶ (288) ଏବଂ ବିହାର (294) ।

ଏସବୁ ଶ୍ରମିକ ସ୍ପେଶାଲଟ୍ରେନ ଦେଶର ବିଭିନ୍ନ ରାଜ୍ୟରେ ପହଁଚିଛି । ଉତ୍ତର ପ୍ରଦେଶରେ ସର୍ବାଧିକ 1670, ବିହାରରେ 1482, ଝାଡ଼ଖଣ୍ଡରେ 194, ଓଡ଼ିଶାରେ 180, ପଶ୍ଚିମବଙ୍ଗରେ 135ଟି ଟ୍ରେନ ପହଁଚିଛି ।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଚଳାଚଳ କରୁଥିବା ଟ୍ରେନଗୁଡ଼ିକରେ କୌଣସି ଭିଡ଼ ପରିଲକ୍ଷିତ ହେଉନାହିଁ ।

ଶ୍ରମିକ ଷ୍ଟେସନ ଟ୍ରେନଗୁଡ଼ିକ ବ୍ୟତୀତ ନୂଆଦିଲ୍ଲୀରୁ 15 ଯୋଡ଼ା ସ୍ୱତନ୍ତ୍ର ରାଜଧାନୀ ଶ୍ରେଣୀର ଟ୍ରେନ ଚଳାଚଳ କରୁଛି ଏବଂ ଜୁନ ପହିଲାଠାରୁ ଅଧିକ 200 ସମୟସାରଣୀ ଟ୍ରେନ ଚଳାଚଳ ଆରମ୍ଭ କରିଛି ।

 

**********



(Release ID: 1628814) Visitor Counter : 286