ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

କର୍ମଚାରୀ ଭବିଷ୍ୟନିଧି ସଂଗଠନର ପେନସନଧାରୀଙ୍କୁ ମିଳିବ ବର୍ଦ୍ଧିତ ପେନସନ

ପୋଷ୍ଟ କରାଯିବା ଦିନାଙ୍କ: 01 JUN 2020 3:42PM by PIB Bhubaneswar

କର୍ମଚାରୀ ଭବିଷ୍ୟନିଧି ସଂଗଠନ 868 କୋଟି ଟଙ୍କାର ପେନସନ ଓ ବକେୟା ବାବଦକୁ 105 କୋଟି ଟଙ୍କା ପ୍ରଦାନ କରିଛି

ଇପିଏଫଓ ସେଣ୍ଟ୍ରାଲ ବୋର୍ଡ ଟ୍ରଷ୍ଟିର ସୁପାରିଶ ଅନୁସାରେ ଭାରତ ସରକାର କର୍ମଜୀବିମାନଙ୍କ ଦୀର୍ଘ ଦିନର ଦାବିକୁ ବିଚାର କରି ପ୍ରାୟ 15 ବର୍ଷ ପରେ ଏହି ଅତିରିକ୍ତ କମ୍ୟୁଟେଡ ପେନସନ ଦେବା ପାଇଁ ସ୍ଥିର କରିଛନ୍ତି । ପୂର୍ବରୁ କମ୍ୟୁଟେଡ ପେନସନର ପୁନଃପ୍ରଚଳନ ନିମନ୍ତେ କୌଣସି ବ୍ୟବସ୍ଥା ନଥିଲା ଏବଂ କମ୍ୟୁଟେସନ ପାଇଁ ପେନସନଧାରୀମାନେ ସାରା ଜୀବନ କମ ପେନସନ ପାଉଥିଲେ । ସେ ଦୃଷ୍ଟିରୁ ପେନସନଧାରୀଙ୍କ ପାଇଁ ଏହା ଏକ ଐତିହାସିକ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ । କର୍ମଚାରୀ ଭବିଷ୍ୟନିଧି ସଂଗଠନ ଅଧୀନରେ 65 ଲକ୍ଷରୁ ଅଧିକ ପେନସନଧାରୀ ଥିବା ବେଳେ ଏହାର 135ଟି ଆଞ୍ଚଳିକ କାର୍ଯ୍ୟାଳୟ ରହିଛି ସଂଗଠନର ଅଧିକାରୀ ଓ କର୍ମଚାରୀମାନେ କୋଭିଡ-19ର କଠିନ ପରିସ୍ଥିତିରେ ମଧ୍ୟ ପେନସନଧାରୀଙ୍କ ପେନସନ ପଇଠ କାର୍ଯ୍ୟ ଜାରି ରଖିଛନ୍ତି

 

**********


(ରିଲିଜ ଆଡି: 1628439) ପରିଦର୍ଶକ କାଉଣ୍ଟର : 321
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Punjabi , Tamil , Telugu