ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ଆଇଟି ମନ୍ତ୍ରୀଙ୍କ ଦ୍ୱାରା ଏଆଇ ପୋର୍ଟାଲ ଅଫ୍‌ ଇଣ୍ଡିଆ- www.ai.gov.in ଉଦଘାଟିତ

• ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୃତ୍ରିମ ପ୍ରଜ୍ଞାର ପ୍ରସାର ଦିଗରେ ଏହା ସହାୟକ ହେବ: ରବି ଶଙ୍କର ପ୍ରସାଦ

Posted On: 30 MAY 2020 7:20PM by PIB Bhubaneshwar

କେନ୍ଦ୍ରରେ ଅବସ୍ଥାପିତ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଆଇଟି, ଆଇନ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଭାରତର ଜାତୀୟ କୃତ୍ରିମ ପ୍ରଜ୍ଞା ପୋର୍ଟାଲ (www.ai.gov.in) ଶୁଭାରମ୍ଭ କରିଛନ୍ତି

ଏହି ପୋର୍ଟାଲକୁ ମିଳିତ ଭାବେ ଇଲେକ୍ଟ୍ରୋନିକ୍ସ ଆଇଟି ମନ୍ତ୍ରଣାଳୟ ଏବଂ ଆଇଟି ଇଣ୍ଡଷ୍ଟ୍ରୀ ଦ୍ୱାରା ବିକାଶ ଘଟାଯାଇଛିଇଲେକ୍ଟ୍ରୋନିକ୍ସ ଆଇଟି ମନ୍ତ୍ରଣାଳୟର ଜାତୀୟ - ଗଭର୍ଣ୍ଣାନ୍ସ ଡିଭିଜନ ଏବଂ ଆଇଟି ଶିଳ୍ପସଂସ୍ଥାଙ୍କ ପକ୍ଷରୁ ନାସକମ୍ଏହି ପୋର୍ଟାଲକୁ ମିଳିତ ଭାବେ ପରିଚାଳନା କରିବେ ।  କୃତ୍ରିମ ପ୍ରଜ୍ଞା ପାଇଁ ଏହା ଏକ ୱାନ ଷ୍ଟପ୍ଡିଜିଟାଲ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ ଏବଂ ଏହା ଦେଶର ବିକାଶ, ତଥା ବିଭିନ୍ନ ନିବନ୍ଧ ଭଳି ବୌଦ୍ଧିକ ସଂପଦ, ଷ୍ଟାର୍ଟ ଅପ୍, ଏଆଇରେ ନିବେଶ ପାଣ୍ଠି, ଅନ୍ୟାନ୍ୟ ସଂପଦ, ଦେଶରେ କମ୍ପାନୀ ଶିକ୍ଷାନୁଷ୍ଠାନମାନଙ୍କ ଏଆଇ ସଂପର୍କୀତ ସଂପଦ ଆଦିର ପରିଚାଳନା କରିବଏହି ପୋର୍ଟାଲ ସଂପୃକ୍ତ ହିତଧାରକମାନଙ୍କ ମଧ୍ୟରେ ବିଭିନ୍ନ ନଥି, କେଶ୍ଷ୍ଟଡ଼ି ଗବେଷଣା ରିପୋର୍ଟ ଇତ୍ୟାଦି ବିନିମୟରେ ସହାୟକ ହେବକୃତ୍ରିମ ପ୍ରଜ୍ଞା କ୍ଷେତ୍ରରେ ଅଧ୍ୟୟନ ତଥା ନୂତନ କର୍ମନିଯୁକ୍ତିର ସୁଯୋଗ ଯୋଗାଇବାର ଭୂମିକା ମଧ୍ୟ ଏହି ପୋର୍ଟାଲ ଗ୍ରହଣ କରିବ

ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ଯୋଗାଯୋଗ ଏବଂ ଆଇନ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଦେଶର ଯୁବଗୋଷ୍ଠୀଙ୍କ ଲାଗି ଉଦ୍ଦିଷ୍ଟଯୁବଗୋଷ୍ଠୀଙ୍କ ପାଇଁ ଦାୟିତ୍ୱସମ୍ପନ୍ନ ଏଆଇନାମକ ଏକ ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଦେଶର ଯୁବ ଛାତ୍ରଗୋଷ୍ଠୀଙ୍କୁ ଏକ ନୂତନ ଏଆଇ ପ୍ଲାଟଫର୍ମ ଯୋଗାଇବାଫଳରେ ସେମାନେ କୃତ୍ରିମ ପ୍ରଜ୍ଞାଯୁକ୍ତ ଜ୍ଞାନକୌଶଳ ଲାଭ କରିବା ସହ ଏଆଇ ଟୁଲ୍ସେଟ୍ପାଇପାରିବେ ଯଦ୍ୱାରା ସେମାନେ ଭବିଷ୍ୟତ ପାଇଁ ଡ଼ିଜିଟାଲ କାର୍ଯ୍ୟକ୍ରମ ସକାଶେ ନିଜକୁ ପ୍ରସ୍ତୁତ କରିପାରିବେଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ଜାତୀୟ -ଗଭର୍ଣ୍ଣାନ୍ସ ଡିଭିଜନ ଇଣ୍ଟେଲ ଇଣ୍ଡିଆ ସହ ସହଭାଗୀତା ଭିତ୍ତିରେ ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଛିଏଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ସାକ୍ଷରତା (DoSE&L) ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଛିDoSE&L ପକ୍ଷରୁ ଏବେ ରାଜ୍ୟର ଶିକ୍ଷା ବିଭାଗମାନଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇ ଯୋଗ୍ୟତା ଆଧାରରେ ଶିକ୍ଷକମାନଙ୍କୁ ମନୋନୀତ କରାଯିବ

ସେହିଭିଳଯୁଗଗୋଷ୍ଠୀଙ୍କ ପାଇଁ ଦାୟିତ୍ୱସମ୍ପନ୍ନ ଏଆଇକାର୍ଯ୍ୟକ୍ରମ ଦେଶର ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବ ଏବଂ କୃତ୍ରିମ ପ୍ରଜ୍ଞା ଦୃଷ୍ଟିରୁ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବଏହି କ୍ଷେତ୍ରରେ ଥିବା କୌଶଳଗତ ବୈଷମ୍ୟକୁ ଦୂର କରିବା ଦିଗରେ ମଧ୍ୟ ତାହା ସହାୟକ ହେବ ଯାହା ଫଳରେ ଯୁବଗୋଷ୍ଠୀ ସମାଜ ଉପରେ ଏକ ସକାରାତ୍ମକ ସମାଧାନମୂଳକ ପ୍ରଭାବ ପକାଇବାକୁ ସକ୍ଷମ ହୋଇପାରିବେସାରା ଦେଶର ସରକାରୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ନିକଟରେ ଏହି କାର୍ଯ୍ୟକ୍ରମକୁ ପହଞ୍ଚାଯିବ ଏବଂ ସେମାନଙ୍କୁ ଏହି କୁଶଳୀ କର୍ମଶକ୍ତିକୁ ସମାବେଶୀ ଢ଼ଙ୍ଗରେ ଉପଯୋଗ କରିବାର ସୁଯୋଗ ଯୋଗାଇ ଦିଆଯିବ

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଆଇନ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ କହିଲେ ଯେଭାରତ ଏବେ କୃତ୍ରିମ ପ୍ରଜ୍ଞା କ୍ଷେତ୍ରରେ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ରାଷ୍ଟ୍ର ଭାବେ ମୁଣ୍ଡ ଟେକିଛିଏହାର ବ୍ୟାପକ ଇଣ୍ଟରନେଟ୍ଚାଳନା ସକ୍ଷମ ଜନସଂଖ୍ୟା ସେମାନେ ସୃଷ୍ଟି କରୁଥିବା ଡାଟାର ସୁଯୋଗ ନେଇ ଏଭଳି ପରିକଳ୍ପନା କରାଯାଇଛିକୃତ୍ରିମ ପ୍ରଜ୍ଞାକୁ ସମାବେଶୀ ଏବଂ ମାନବ ସମାଜକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ତାହାର ଉପଯୋଗ କରାଯିବା ଆବଶ୍ୟକ ଯଦ୍ୱାରା ବିକାଶ ପ୍ରଗତିର ଧାରା ପ୍ରଖରିତ ହୋଇପାରିବ ଏବଂ ସେଥିରେ ମାନବୀୟ ସତ୍ତାକୁ ମଧ୍ୟ ପ୍ରାଧାନ୍ୟ ମିଳିପାରିବ

ଏହି ଅବସରରେ ଏଣ୍ଡ ଆଇଟି, ଯୋଗାଯୋଗ ଏବଂ ମାନବ ସମ୍ବଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ କହିଲେ ଯେ ଡିଜିଟାଲ ପ୍ରଯୁକ୍ତିର ଭୂମିକା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛିବୈଶ୍ୱିକ ମହାମାରୀ କରୋନା ଦ୍ୱାରା ପ୍ରଭାବିତ ବିଶ୍ୱ ପରିପ୍ରେକ୍ଷୀରେ ଏହାର ଅଧିକ ଆବଶ୍ୟକତା ରହିଛି ବୋଲି ମତ ପୋଷଣ କରି ଶ୍ରୀ ଧୋତ୍ରେ କହିଲେ ଯେ ବିପଦର ଘଡ଼ିରେ ଏଭଳି ପ୍ରଯୁକ୍ତି ଆମର ତ୍ରାଣକର୍ତ୍ତା ବୋଲି ପ୍ରମାଣିତ ହୋଇଛିବିଶେଷ କରି ଶିକ୍ଷା, କୃଷି, ସ୍ୱାସ୍ଥ୍ୟସେବା, - କମର୍ସ, ଅର୍ଥ, ଟେଲିଯୋଗାଯୋଗ ଇତ୍ୟାଦି କ୍ଷେତ୍ରରେ ଏହାର ଉପଯୋଗ ସର୍ବଜନସ୍ୱୀକାର୍ଯ୍ୟଏଥିରେ ଥିବା ସମସ୍ୟା ସତ୍ତ୍ୱେ ଡିଜିଟାଲ ପ୍ରଯୁକ୍ତି ଏକ ମହାନ୍ସନ୍ତୁଳନରକ୍ଷାକାରୀ ଶକ୍ତିଏଆଇ ପୋର୍ଟାଲର ଗୁରୁତ୍ୱ ସଂପର୍କରେ ଉଲ୍ଲେଖ କରି ସେ କହିଲେ ଯେ ଏଭଳି ଜାତୀୟ ପୋର୍ଟାଲ ଦେଶରେ କୃତ୍ରିମ ପ୍ରଜ୍ଞାର ଗଣତାନ୍ତ୍ରିକରଣ କରିବାରେ ସହାୟକ ହେବ

ଯୁବ କାର୍ଯ୍ୟକ୍ରମ ସକାଶେ ଦାୟିତ୍ୱସମ୍ପନ୍ନ ଏଆଇ ସଂପର୍କୀତ ବିସ୍ତୃତ ବିବରଣୀ:

ଏହି ଜାତୀୟ କାର୍ଯ୍ୟକ୍ରମ କେନ୍ଦ୍ର ସମସ୍ତ 28ଟି ରାଜ୍ୟ 8ଟି କେନ୍ଦ୍ରଶାସିତ କ୍ଷେତ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟର ଅଷ୍ଟମ ଠାରୁ ଦ୍ୱାଦଶ ଶ୍ରେଣୀ  ମଧ୍ୟରେ ଯେକୌଣସି ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉନ୍ମୁକ୍ତ ରହିଛିସେମାନଙ୍କ ଚିନ୍ତନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବା ଏବଂ ଡିଜିଟାଲ ଡିଭାଇଡ଼କୁ ବୈଷମ୍ୟକୁ ଦୂର କରିବା ଦିଗରେ ଏହା ସହାୟକ ହେବଏହି କାର୍ଯ୍ୟକ୍ରମକୁ ପର୍ଯ୍ୟାୟକ୍ରମ କାର୍ଯ୍ୟକାରୀ କରାଯିବ ଏବଂ ପ୍ରଥମ ପର୍ଯ୍ୟାୟରେ ପ୍ରତି ରାଜ୍ୟ ଶିକ୍ଷା ବିଭାଗ 10ଜଣ ଶିକ୍ଷକଙ୍କୁ ସେମାନଙ୍କର ଯୋଗ୍ୟତା ଭିତ୍ତିରେ ଏଥିପାଇଁ ମନୋନୀତ କରିବେଶିକ୍ଷକମାନେ ଚାହିଁଲେ ମଧ୍ୟ ନିଜ ନାମ ନିଜେ ସୁପାରିଶ କରିପାରିବେ  । କିନ୍ତୁ ସେଥିପାଇଁ ସେମାନେ ଆବଶ୍ୟକ ଯୋଗ୍ୟତା ପୂରଣ କରୁଥିବା ବାଂଛନୀୟମନୋନୟନ ପରେ ଶିକ୍ଷକମାନଙ୍କୁ ଓରିଏଣ୍ଟେସନ୍ଅଧିବେଶନ ଜରିଆରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ସେମାନେ ଏହି ବ୍ୟବସ୍ଥାକୁ ଉତ୍ତମ ରୂପେ ବୁଝିବା ସହ 25-50 ଜଣ ସକ୍ଷମ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଚୟନ କରିପାରିବେଚିହ୍ନିତ ଛାତ୍ରଛାତ୍ରମାନେ ଏହା ପରେ ଅନଲାଇନ ତାଲିମ ଅଧିବେଶନରେ ସାମିଲ ହୋଇ କୃତ୍ରିମ ପ୍ରଜ୍ଞା କିଭଳି ଭାବେ ସମାଜ ଉପରେ ପ୍ରଭାବ ପକାଇ ପାରିବ ସେଥିପାଇଁ ନିଜସ୍ୱ ଚିନ୍ତାଧାରା ତଥା ପ୍ରକଳ୍ପମାନେ ସୃଷ୍ଟି କରିବେଏହି ଛାତ୍ରଛାତ୍ରୀମାନେ କୃତ୍ରିମ ପ୍ରଜ୍ଞାକୁ ବ୍ୟବହାର କରି ସେମାନଙ୍କର ନିଜସ୍ୱ ପ୍ରକଳ୍ପଗୁଡ଼ିକୁ 60 ସେକେଣ୍ଡର ଏକ ଭିଡ଼ିଓ ଜରିଆରେ ପ୍ରଦର୍ଶନ କରିବେବିଭିନ୍ନ ସାମାଜିକ ସମସ୍ୟବଳୀକୁ କିଭଳି ଭାବେ ଏଆଇ ମାଧ୍ୟମରେ ସମାଧାନ କରାଯାଇପାରିବ ତାହାର ଉପାୟ ଚିନ୍ତା କରିବେ

ଛାତ୍ରଛାତ୍ରୀମାନେ ପୈଠ କରିଥିବା ପ୍ରକଳ୍ପ ଯାହାକି ଭିଡ଼ିଓ ଆକାରରେ ଥିବ, ସେଥି ମଧ୍ୟରୁ 100ଟି ସୁଚିନ୍ତିତ ପ୍ରକଳ୍ପକୁ ସର୍ଟଲିଷ୍ଟ କରାଯିବ ଏବଂ ସେଇ ଛାତ୍ରଛାତ୍ରୀମାନଙ୍କୁ ଏକ ଆବାସିକ ବୁଟ୍କ୍ୟାମ୍ପକୁ ଆମନ୍ତ୍ରଣ କରାଯିବ କିମ୍ବା ଅନଲାଇନ ଅଧିବେଶନରେ (ବର୍ତ୍ତମାନ କୋଭିଡ଼ 19 ଯୋଗ ଉତ୍ପନ୍ନ ସ୍ଥିତି ଯୋଗୁ) ତାହା ଆଲୋଚନା କରାଯିବଏହା ଫଳରେ ସଂପୃକ୍ତ ଛାତ୍ରଛାତ୍ରୀମାନେ କୃତ୍ରିମ ପ୍ରଜ୍ଞା କ୍ଷେତ୍ରରେ ଗଭୀର ଭାବେ ଆଗକୁ ଚିନ୍ତା କରିପାରିବାର ସୁଯୋଗ ଲାଭ କରିପାରିବେବୁଟ କ୍ୟାମ୍ପ କିମ୍ବା ଅନଲାଇନ ଅଧିବେଶନ ସମାପ୍ତ ହେବାପରେ, ସେହିସବୁ ଛାତ୍ରଛାତ୍ରୀମାନଙ୍କୁ ଏକ ରିଅଲ ଟାଇମ୍ପ୍ରକଳ୍ପ ପ୍ରସ୍ତୁତ କରିବାକୁ କୁହାଯିବ ଏବଂ ସେମାନେ ନିଜର ଚୂଡ଼ାନ୍ତ ରିପୋର୍ଟ ଭିଡ଼ିଓ ଫର୍ମାଟରେ ୱେବସାଇଟରେ ଅପ୍ଲୋଡ଼ କରିବେ

ଏହି ସମସ୍ତ କାର୍ଯ୍ୟକ୍ରମରେ ଇଣ୍ଟେଲ ସ୍ୱୀକୃତ କୃତ୍ରିମ ପ୍ରଜ୍ଞା କୋଚମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ହାତଧରି ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେତଦ୍ୱାରା ସେମାନଙ୍କର ପ୍ରକଳ୍ପଗୁଡ଼ିକ ଯେଭଳି ସୁଚିନ୍ତିତ, ବାସ୍ତବଧର୍ମୀ ପ୍ରୋଟୋଟାଇପ୍ହୋଇପାରିବ ତାହା ସୁନିଶ୍ଚିତ କରିବେଏହା ପରେ ବିଶେଷଜ୍ଞମାନେ ଶ୍ରେଷ୍ଠ 50ଟି ପ୍ରକଳ୍ପ ଚିନ୍ତାଧାରା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରକଳ୍ପ ଚିନ୍ତନକୁ ଉପସ୍ଥାପନ ପାଇଁ ଆମନ୍ତ୍ରଣ କରିବେଏହା ଫେସ୍ଟୁ ଫେସ୍କିମ୍ବା ଅନଲାଇନ ଫର୍ମାଟରେ ହୋଇପାରେଏହା ପରେ 20ଟି ଅଭିନବ ପ୍ରକଳ୍ପକୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ଚୟନ କରିବ ଏବଂ ସେମାନଙ୍କ ସଂପୃକ୍ତ ପ୍ଲାଟଫର୍ମରେ ତାହାକୁ ପ୍ରଦର୍ଶନ କରାଯିବ

 

******************



(Release ID: 1628202) Visitor Counter : 201