ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳର ମେ’ 12ରୁ ଚାଲୁଥିବା 30ଟି ସ୍ଵତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା 200 ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ ନିର୍ଦ୍ଦେଶନାମାରେ ସଂଶୋଧନ

• ରେଳ ମନ୍ତ୍ରଣାଳୟ ଦ୍ଵାରା ସମସ୍ତ ସ୍ପେଶାଲ ଟ୍ରେନର ଅଗ୍ରୀମ ସଂରକ୍ଷଣ ଅବଧିକୁ 30 ଦିନରୁ 120 ଦିନକୁ ବୃଦ୍ଧି ନିଷ୍ପତ୍ତି
• ସମସ୍ତ 230 ଟ୍ରେନରେ ପାର୍ସଲ ଏବଂ ଲଗେଜ ବୁକିଂ ଅନୁମତି
• ପରିବର୍ତ୍ତିତ ନିର୍ଦ୍ଦେଶନାମା ମେ’ 31, 2020ରୁ ହେବ କାର୍ଯ୍ୟକାରୀ

Posted On: 28 MAY 2020 9:00PM by PIB Bhubaneshwar

ଭାରତୀୟ ରେଳ ମେ’ 12ରୁ ଚାଲୁଥିବା 30ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା 200 ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ (ମୋଟ 230 ଟ୍ରେନ) ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି ରେଳ ମନ୍ତ୍ରଣାଳୟ ସମସ୍ତ ସ୍ପେଶାଲ ଟ୍ରେନଗୁଡିକର ଅଗ୍ରୀମ ସଂରକ୍ଷଣ ଅବଧି (ଏଆରପି)କୁ 30 ଦିନରୁ 120 ଦିନକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛି ଏହି ସମସ୍ତ 230 ଟ୍ରେନରେ ପାର୍ସଲ ଏବଂ ଲଗେଜ ବୁକିଂ ଅନୁମତି ଦିଆଯିବ

ଏହି ପରିବର୍ତ୍ତିତ ନିର୍ଦ୍ଦେଶନାମା ମେ’ 31, 2020 ତାରିଖ 08.00 ଘଣ୍ଟା ଠାରୁ କାର୍ଯ୍ୟକାରୀ ହେବ

ଅନ୍ୟାନ୍ୟ ସର୍ତ୍ତାବଳୀ ଯେପରିକି, ଚଳିତ ବୁକିଂ, ସଡକ ପାର୍ଶ୍ୱ ଷ୍ଟେସନଗୁଡିକରେ ତତ୍କାଳ କୋଟା ଆବଣ୍ଟନ ନିୟମ ଇତ୍ୟାଦି ନିୟମିତ ସମୟ ସାରଣୀ ଟ୍ରେନ ସହ ସମାନ ରହିବ

ଏହି ନିର୍ଦ୍ଦେଶନାମାକୁ ଭାରତୀୟ ରେଳ ୱେବସାଇଟwww.indianrailways.gov.in ରେ ଦେଖିପାରିବେ

**********



(Release ID: 1627729) Visitor Counter : 214