ରେଳ ମନ୍ତ୍ରଣାଳୟ

ସାରା ଦେଶରେ 25 ମେ, 2020 ଦିନ 10ଟା ସୁଦ୍ଧା 3060ଟି “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ କଲା ଭାରତୀୟ ରେଳବାଇ

• 25 ଦିନ ମଧ୍ୟରେ 40 ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇଲା “ଶ୍ରମିକ ସ୍ପେଶାଲ” ଟ୍ରେନ
• 23 ଓ 24 ମେ 2020ରେ ରେଳ ନେଟୱର୍କରେ ଦେଖାଦେଇଥିବା ଭିଡ଼ ଦୂର ହେଲା
• ବିହାର ଉତ୍ତରପ୍ରଦେଶ ମାର୍ଗରେ ଦୁଇ ତୃତୀୟାଂଶ ରେଳ ଟ୍ରାଫିକ ଯୋଗୁ ସୃଷ୍ଟି ହୋଇଥିଲା ଭିଡ଼
• ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ସମ୍ପାଦନ କରାଯିବାକୁ ଥିବା ସ୍ଵାସ୍ଥ୍ୟ ସତର୍କତା ନିୟମ ପାଳନ ଯୋଗୁ ଭିଡ଼ ବଢ଼ିଥିଲା
• ରାଜ୍ୟ ସରକାରଙ୍କ ସହ ସକ୍ରିୟ ପରାମର୍ଶ ମାଧ୍ୟମରେ ସମସ୍ୟା ଦୂର ହେବା ସହ ଅନ୍ୟ ବିକଳ୍ପ ମାର୍ଗ ସନ୍ଧାନ ମଧ୍ୟ ସମ୍ଭବ ହେଲା
• ରେଳବାଇ ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟତୀତ 12 ମେ ଠାରୁ ନୂଆଦିଲ୍ଲୀରୁ 30 ଯୋଡ଼ା ସ୍ଵତନ୍ତ୍ର ରେଳ ଚଳାଚଳ
• ଜୁନ ପହିଲା ଠାରୁ ଆହୁରି 200 ସମୟସାରଣୀ ଟ୍ରେନ ଚଳାଚଳ ପାଇଁ ଯୋଜନା

Posted On: 25 MAY 2020 7:13PM by PIB Bhubaneshwar

ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ, ଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଯାତାୟାତ ସୁବିଧା ପ୍ରଦାନ କରିବା ନିମନ୍ତେ ମେ ପହିଲା, 2020 ଠାରୁ ଗୃହ ମନ୍ତ୍ରଣାଳୟର ଆଦେଶ ଅନୁରୂପ ଭାରତୀୟ ରେଳବାଇ ପକ୍ଷରୁ “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ ଲାଗି ନିଷ୍ପତ୍ତି ନିଆଯାଇଥିଲା।

25 ମେ 2020 (ଦିନ 10ଟା ସୁଦ୍ଧା), ମୋଟ 3060ଟି “ଶ୍ରମିକ ସ୍ପେଶାଲ” ଟ୍ରେନ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ କରିଛି। ଏହି ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ 40 ଲକ୍ଷରୁ ଅଧିକ ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳୀରେ ପହଞ୍ଚିପାରିଛନ୍ତି। ଏହି 3060ଟି ଶ୍ରମିକ ସ୍ପେଶାଲ ଟ୍ରେନ ମଧ୍ୟରୁ 2608ଟି ଟ୍ରେନ ପହଞ୍ଚିସାରିଥିବା ବେଳେ 453ଟି ଟ୍ରେନ ବର୍ତ୍ତମାନ ଯାତ୍ରା ପଥରେ ରହିଛି।  24.05.2020ରେ 237ଟି ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ 3.1 ଲକ୍ଷ ଯାତ୍ରୀ ଯାତ୍ରା କରିଥିଲେ।

ଏହି 3060 ଶ୍ରମିକ ସ୍ପେଶାଲ ଟ୍ରେନ ବିଭିନ୍ନ ରାଜ୍ୟରୁ ଯାତ୍ରା ଆରମ୍ଭ କରିଥିଲେ। ତେବେ ଗୁଜରାଟରୁ ସର୍ବାଧିକ 853, ମହାରାଷ୍ଟ୍ରରୁ 550, ପଞ୍ଜାବରୁ 333, ଉତ୍ତର ପ୍ରଦେଶ 221, ଦିଲ୍ଲୀରୁ 181 ଟ୍ରେନ ଚଳାଚଳ କରିଥିଲା। ସେହିପରି ଉତ୍ତର ପ୍ରଦେଶରେ ସର୍ବାଧିକ 1245, ବିହାରରେ 846, ଝାଡ଼ଖଣ୍ଡରେ 123 ଟ୍ରେନ, ମଧ୍ୟପ୍ରଦେଶରେ 112 ଟ୍ରେନ ଏବଂ ଓଡ଼ିଶାରେ 73ଟି ଟ୍ରେନ ପହଞ୍ଚିଥିଲା। 23 ଓ 24 ମେ 2020ରେ କେତେକ ରେଳ ମାର୍ଗରେ ଭିଡ଼ ଦେଖିବାକୁ ମିଳିଥିଲା। ମାତ୍ର ଏହା ଏବେ ଦୂର ହୋଇସାରିଛି। ବିହାର ଉତ୍ତରପ୍ରଦେଶ ମାର୍ଗରେ ଦୁଇ ତୃତୀୟାଂଶ ରେଳ ଟ୍ରାଫିକ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ସମ୍ପାଦନ କରାଯିବାକୁ ଥିବା ସ୍ଵାସ୍ଥ୍ୟ ସତର୍କତା ନିୟମ ପାଳନ ଯୋଗୁ ଭିଡ଼ ବଢ଼ିଥିଲା ରାଜ୍ୟ ସରକାରଙ୍କ ସହ ସକ୍ରିୟ ପରାମର୍ଶ ମାଧ୍ୟମରେ ସମସ୍ୟା ଦୂର ହେବା ସହ ଅନ୍ୟ ବିକଳ୍ପ ମାର୍ଗ ସନ୍ଧାନ ମଧ୍ୟ କରାଯାଇଥିଲା। ଶ୍ରମିକ ସ୍ପେଶାଲ ଟ୍ରେନ ଅତିରିକ୍ତ ରେଳବାଇ ପକ୍ଷରୁ 15 ଯୋଡ଼ା ସ୍ଵତନ୍ତ୍ର ଟ୍ରେନ ନୂଆଦିଲ୍ଲୀରୁ ଚଳାଚଳ କରୁଛି ଏବଂ ଜୁନ ପହିଲା, 2020 ଠାରୁ ଆହୁରି 200 ସମୟସାରଣୀ ଟ୍ରେନ ଚଳାଚଳ କରିବା ଲାଗି ଯୋଜନା କରିଛି

 

************

 



(Release ID: 1626809) Visitor Counter : 250