ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

‘ଲୋକାଲରୁ ଗ୍ଲୋବାଲ’ ବାର୍ତ୍ତାନେଇ ଆସନ୍ତା ସେପ୍ଟେମ୍ବରରୁ ପୁଣି ଚାଲିବ “ହୁନର ହାଟ”

• ଦେଶର କୋଣ ଅନୁକୋଣର ଓସ୍ତାଦ କାରିଗର ଶିଳ୍ପୀଙ୍କୁ ବଜାର ଓ ରୋଜଗାର ସୁଯୋଗ ଯୋଗାଉଥିବା ‘ହୁନର ହାଟ’ ବିରଳ ଚମତ୍କାର ଦେଶୀ ହାତ ତିଆରି ସାମଗ୍ରୀର ଏକ ବିଶ୍ୱସନୀୟ ବିପଣନ କେନ୍ଦ୍ର : ମୁକ୍ତାର ଆବାସ ନକଭି
• ଲକଡାଉନ ସମୟର ଯଥାର୍ଥ ଉପଯୋଗ କରି ଦେଶର କାରିଗର ଓ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହାତ ତିଆରି ଚମତ୍କାର ସାମଗ୍ରୀ ସମୂହ ଆସନ୍ତା ‘ହୁନର ହାଟ’ ରେ ସ୍ଥାନ ପାଇବ, କହିଲେ ମନ୍ତ୍ରୀ ନକଭି
• ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ପାଇଁ ‘ହୁନର ହାଟ’ରେ ଜାନ ଭି ଜାହାଁ ଭି ନାମରେ ଏକ ସ୍ୱତନ୍ତ୍ର ପାଭିଲିୟନ (ମଣ୍ଡପ) ତିଆରି କରାଯିବ ଯାହାର ବାର୍ତ୍ତା ରହିବ “ଭୟଭୀତ ହୁଅନ୍ତୁ ନାହିଁ, ସାବଧାନ ରୁହନ୍ତୁ”
• ଏଣିକି ଲୋକେ ଡିଜିଟାଲ ଓ ଅନଲାଇନ ମାଧ୍ୟମରେ ‘ହୁନର ହାଟ’ ସାମଗ୍ରୀ କିଣିପାରିବେ

Posted On: 23 MAY 2020 11:00AM by PIB Bhubaneshwar

କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତି ପାଇଁ ପ୍ରାୟ ପାଞ୍ଚ ମାସ ଧରି ବନ୍ଦ  ରହିବା ପରେ ହୁନର ହାଟ ଆସନ୍ତା ସେପ୍ଟେମ୍ବରରୁ ପୁଣି ଆରମ୍ଭ ହେବଏଥର ଏହି ହାଟରେ ବହୁ ଅଧବକ କାରିଗର ଶିଳ୍ପୀ ନିଜ ନିଜର ଅନୁପମ ହାତ ତିଆରି ସାମଗ୍ରୀ ସହିତ ଯୋଗ ଦେବାର ସମ୍ଭାବନା ରାହିଛିପୁନର୍ବାର ବସୁଥିବା ହାଟଲୋକାଲ ଟୁ ଗ୍ଲୋବାଲ’ (ସ୍ଥାନୀୟରୁ ବୈଶ୍ୱିକ) ବାର୍ତ୍ତା ବହନ କରିବଏହି ହୁନର ହାଟ ଏଯାବତ ଦେଶର କୋଣ ଅନୁକୋଣରୁ କାରିଗର ଶିଳ୍ପୀଙ୍କୁ ଅକର୍ଷିତ କରିବା ସହ ଏକ  ଏମ୍ପାୱାରମେଣ୍ଟ ଏକ୍ସଚେଞ୍ଜ ଭାବେ କାର୍ଯ୍ୟ କରି ଆସୁଛି ଏଥିରେ ଅନୁପମ ଦେଶୀ ହସ୍ତ ତିଆରି ସାମଗ୍ରୀ ସ୍ଥାନିତ ହେଉଛି

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାରମନ୍ତ୍ରୀ ମୁକ୍ତାର ଆବାସ ନକଭି କହିଛନ୍ତି ଯେ, ଏହିହୁନର ହାଟଗତ ପାଞ୍ଚ ବର୍ଷ ମଧ୍ୟରେ 5 ଲକ୍ଷରୁ ଅଧିକ କାରିଗର, ଶିଳ୍ପୀ ରୋଷେଇ ବିଶେଷଜ୍ଞ ଅନ୍ୟାନ୍ୟ ଲୋକଙ୍କୁ ନିଯୁକ୍ତି ଏବଂ ରୋଜଗାର ସୁଯୋଗ ଦେଇଛିଲୋକପ୍ରିୟତା ଅର୍ଜନ କରିଥିବା ଏହି ହୁନର ହାଟ ଓସ୍ତୀଦ କାରିଗର ଶିଳ୍ପୀମାନଙ୍କୁ ଦେଶର କୋଣ ଅନୁକୋଣରୁ ଆକର୍ଷିତ କରି ବଜାର ରୋଜଗାର ସୁଯୋଗ ଯୋଗାଇଛିଏହି ହାଟ ମଧ୍ୟ ଚମତ୍କାର ଦେଶୀ ହାତ ତିଆରି ସାମଗ୍ରୀର ଏକ ବିଶ୍ୱସ୍ତ ବଜାରରେ ପରିଣତ ହୋଇଛି

ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଫେବୃଆରୀ ମାସରେ ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ଆୟୋଜିତହୁନର ହାଟଅଚାନକ ପହଁଚି ଏହାକୁ ବୁଲି ଦେଖିଥିଲେସେ ବିଭିନ୍ନ ସାମଗ୍ରୀ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ମଧ୍ୟ ପ୍ରଧାନମନ୍ତ୍ରୀହୁନର ହାଟପରିଦର୍ଶନର ଅନୁଭୂତି ବର୍ଣ୍ଣନା କରିଥିଲେସେ କହିଥିଲେ ଯେହୁନର ହାଟ’  ଭଳି ଏକ ଛୋଟିଆ ଯାଗାରେ ମୁଁ ଆମ ଦେଶର ବିବିଧ ସଂସ୍କୃତି, ପରମ୍ପରା, କମନୀୟ ହାତ ତିଆରି ସାମଗ୍ରୀ, ଖାଦ୍ୟପେୟ, ବେଶ ପୋଷାକ, ଦରି, ବାସନ, ବାଉଁଶ କଂସା ପିତଳ କାମ ଆଦି ଦେଖି ମୁଗ୍ଧ ହେଲିସେଠାରେ ପଞ୍ଜାବର ଫୁଲବାରୀଆନ୍ଧ୍ର ପ୍ରଦେଶର କାଂସ୍ୟ ସାମଗ୍ରୀ, ଉଦୋହୀର ବିଖ୍ୟାତ ଗାଲିଚା, କଚ୍ଛର ତମ୍ବା ର୍ନିମିତ ସାମଗ୍ରୀ, ବିଭିନ୍ନ ରାଜ୍ୟର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବାଦ୍ୟଯନ୍ତ୍ର   ଆହୁରି କେତେକଣ ମନୋହରୀ ସାମଗ୍ରୀ ସବୁ ଦେଖିଲିଏହା ସର୍ବଭାରତୀୟ ବିବିଧ କଳା ସଂସ୍କୃତିର ଏକ ଅପୂର୍ବ ସମାରୋହ ଥିଲାଏହା ଆମ କଳାକାରମାନଙ୍କ ହାତର ନିଖୁଣ ଦକ୍ଷତା ଧୈର୍ଯ୍ୟ, ଉତ୍ସାହ, କର୍ମ ନିଷ୍ଠା ଶ୍ରଦ୍ଧା ଏବଂ ସେମାନଙ୍କ ପ୍ରେରଣାକୁ ପ୍ରଦର୍ଶିତ କରୁଥିଲା

ପ୍ରଧାନମନ୍ତ୍ରୀ କହିଥିଲେ, ହୁନର ହାଟ ଯଥାର୍ଥରେ ଭାରତର କଳା ହସ୍ତଶିଳ୍ପ ପ୍ରଦର୍ଶନର ଏକ ମଞ୍ଚଏହା ଲୋକଙ୍କ ସ୍ୱପ୍ନକୁ ଉଡିବା ପାଇଁ ଡେଣା ଯୋଗାଉଛିଏହି ହାଟରେ ପ୍ରଦର୍ଶିତ ଭାରତୀୟ ବିବିଧ କଳା ହସ୍ତ ଶିଳ୍ପକୁ ନିଜେ ଉପଭୋଗ କରି ରହି ପାରିବ ନାହିଁଏଠାରେ ଭାରତର ବିଭିନ୍ନ ଅଂଚଳର ନାନାବିଧ ଲୋକପ୍ରିୟ ସୁଆଦିଆ ଖାଦ୍ୟର ପସରା ମଧ୍ୟ ଲାଗିଥିଲାଗୋଟିଏ ଧାଡିରେ ଜଣେ ଆଗକୁ ବଢି ଇଡିଲି, ଦୋସା, ଛୋଲେ ଭଟୁରେ ଦାଲ, ବାଟି ଖମନ ଖଣ୍ଡୱି ଆଦି ବିଭିନ୍ନ ଖାଦ୍ୟର ମଜା ନେଇ ପାରିବରକମ ରକମର ସୁଆଦିଆ ମନଭୋରା ଖାଦ୍ୟର ସମ୍ଭାର  ଆଉ କେତେ ସତରେ ସେଠାରେ ଥିଲା; ମୁଁ ସେଠି ବିହାରର ସୁସ୍ୱାଦ ଲିଟି ଚୋଖାର ମଜା ଉଠାଇଲିଭାରତ ସାରା ଏଭଳି ମେଳା ପ୍ରଦର୍ଶନୀ ବର୍ଷସାରା ବିଭିନ୍ନ ସମୟରେ ଆୟୋଜିତ ହୋଇ ଆସୁଛିଏଭଳି ମେଳା, ମହୋତ୍ସବ ପ୍ରଦର୍ଶନୀକୁ ଲୋକେ ବହୁ ସଂଖ୍ୟାରେ ଯାଇ ଭାରତକୁ ଚିହ୍ନନ୍ତୁ ଭାରତୀୟତାର ଅନୁଭବ ପାଆନ୍ତୁଏହାଦ୍ୱାରା ଜଣେ ଭାରତର କଳା ସଂସ୍କୃତିର ଯଥାର୍ଥ ଅଂଶୀଦାର ହେବା ସହ ଏହାର ପ୍ରୋତ୍ସାହନ ଏବଂ ବିକାଶରେ ସହାୟକ ହୋଇପାରିବବିଶେଷ କରି ମହିଳା କାରିଗର   ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କୁ ବ୍ୟବହାର କରି ସେମାନଙ୍କ ଉନ୍ନତିରେ ଅବଦାନ ରଖିହେବ

ଶ୍ରୀ ନକଭି କହିଛନ୍ତି ଯେ, କରୋନା ମହାମାରୀ ବିରୋଧୀ ଦେଶ ବିଦେଶ ଲକଡାଉନ ସମୟରେ କାରିଗର ଶିଳ୍ପୀମାନେ ଘରେ ବେକାର ହୋଇ ବସି ନିଜନିଜର ଅନୁପମ ହସ୍ତକଳା ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁ କରିଛନ୍ତିସମୟର ସଦୁପଯୋଗ କରି ସେମାନେ ପ୍ରସ୍ତୁ କରିଥିବା ଅନେକ ଚମକ୍ରାର ସାମଗ୍ରୀକୁ ପରବର୍ତ୍ତୀ ହୁନର ହାଟରେ ପ୍ରଦର୍ଶିତ କରାଯିବ

ଆଗାମୀ ହୁନର ହାଟରେ ସାମାଜିକ ଦୂରତ୍ୱ ରକ୍ଷା ସହ ଅନ୍ୟାନ୍ୟ ସମସ୍ତ ସ୍ୱାସ୍ଥ୍ୟ ରକ୍ଷା ନିୟମ ପାଳନ କରାଯିବସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବହାଟରେ ଏକ ସ୍ୱତନ୍ତ୍ର ଜାନ ଭି ଜହାନ ଭି ପ୍ୟାଭିଲିୟନ (ମଣ୍ଡପ) ତିଆରି କରାଯାଇ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଚାର କରାଯିବଏହାର ମୁଖ୍ୟ ବାର୍ତ୍ତା ରହିବଛାନିଆ ହୁଅନି, ସାବଧାନ ରୁହ”  ବୋଲି ଶ୍ରୀ ନକଭି କହିଛନ୍ତି

ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ଦୁଇ ଦିନରୁ ଅଧିକ ହୁନର ହାଟ ଆୟୋଜିତ କରାଯାଇଛିଏଥିରେ ଲକ୍ଷ ଲକ୍ଷ ଶିଳ୍ପୀଙ୍କୁ ନିଯୁକ୍ତି ରୋଜଗାର ସୁବିଧା ଯୋଗାଇ ଦିଆଯାଇଛି

ପରିବର୍ତ୍ତୀ ହୁନର ହାଟଗୁଡିକ ଚଣ୍ଡିଗଡ, ଦିଲ୍ଳୀ, ପ୍ରୟାଗରାଜ, ଭୋପାଳ, ଜୟପୁର, ହାଇଦ୍ରାବାଦ, ମୁମ୍ବାଇ, ଗୁରୁଗ୍ରାମ, ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ଡେରାଡୁନ, ପାଟନା, ନାଗପୁର, ରାୟପୁର, ପୁଡୁଚେରୀ, ଅମୃତସର, ଜମ୍ମୁ, ଶିମିଳା, ଗୋଆ, କୋଚି, ଗୁଆହାଟି, ଭୁବନେଶ୍ୱର, ଆଜମେର, ଅହମ୍ମଦାବାଦ, ଇନ୍ଦୋର, ରାଞ୍ଚି, ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ  ସ୍ଥାନରେ ଆୟୋଜିତ ହେବ

ଶ୍ରୀ ନକଭି କହିଛନ୍ତି ଯେ, ଏଥର ଲୋକେ ହୁନର ହାଟ ସାମଗ୍ରୀ ଡିଜିଟାଲ ଅନଲାଇନ ମାଧ୍ୟମରେ କିଣି ପାରିବେଗର୍ଭର୍ଣ୍ଣମେଣ୍ଟ ଇ-ମାର୍କେଟ ପ୍ଲେସ (ଜିଇଏମ)ରେ ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ସଂପୃକ୍ତ କାରିଗର ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛିଏହି ସାମଗ୍ରୀ ବହୁଳ ନିମନ୍ତେ ଆନ୍ତର୍ଜାତିକ ବଜାର ସୁବିଧା ସୃଷ୍ଟି କରିବାକୁ ବିଭିନ୍ନ ରପ୍ତାନୀ ପ୍ରୋତ୍ସାହନ ପରିଷଦ ମଧ୍ୟ ଆଗ୍ରହ ଦେଖାଇଛନ୍ତି

ଶ୍ରୀ ନକଭି କହିଛନ୍ତି ଯେ ଦେଶର ଲକ୍ଷ ଲକ୍ଷ ଓସ୍ତାଦ କାରିଗର ଶିଳ୍ପୀ ପରବର୍ତ୍ତୀ  ‘ହୁନର ହାଟଆୟୋଜିତ ନେଇ ସନ୍ତୋଷ ପ୍ରକାଶ କରିଛନ୍ତିସେମାନେ ଏଥିରେ ଯୋଗ ଦେବାକୁ ବିଶେଷ ଆଗ୍ରହୀ

 

**********



(Release ID: 1626492) Visitor Counter : 183