ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ସ୍ଵୟମରେ 82 ସ୍ନାତକ ଏବଂ 42 ସ୍ନାତୋକୋତ୍ତର ଅଣ ଇଞ୍ଜିନିୟରିଂ ଏମଓଓସିର ଜୁଲାଇ, 2020 ସେମିଷ୍ଟରରେ ଉପସ୍ଥାପନ କରାଯିବ : ରମେଶ ପୋଖରିୟଲ ‘ନିଶଙ୍କ’

• ଛାତ୍ରଛାତ୍ରୀ ଅନଲାଇନ ଲର୍ଣ୍ଣିଂ କୋର୍ସ ଲାଗି ୟୁଜିସିର ବର୍ତ୍ତମାନର ନିୟମ ଅନୁରୂପ ଏହି ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବା ଦ୍ଵାରା କ୍ରେଡିଟର ଲାଭ ଉଠାଇପାରିବେ : ମାନବ ସମ୍ବଳ ବିକାଶ ମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 MAY 2020 5:53PM by PIB Bhubaneshwar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ସୂଚନା ଦେଇଛନ୍ତି ଯେ ବିଶ୍ଵବିଦ୍ୟାଳୟ ଏବଂ ସେଗୁଡ଼ିକ ଅଧୀନରେ ଥିବା ମହାବିଦ୍ୟାଳୟରେ ପଞ୍ଜିକୃତ ଛାତ୍ରଛାତ୍ରୀ ସ୍ଵୟମ କୋର୍ସ ଆରମ୍ଭ କରିପାରିବେ। ଅନଲାଇନ ଲର୍ଣ୍ଣିଂ କୋର୍ସ ପାଇଁ ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି) କ୍ରେଡିଟ ଫ୍ରେମୱାର୍କରେ ବର୍ତ୍ତମାନର ନିୟମ ଅନୁରୂପ ଏହି ପାଠ୍ୟକ୍ରମଗୁଡ଼ିକୁ ସମ୍ପୂର୍ଣ୍ଣ କରି କ୍ରେଡିଟର ଲାଭ ଉଠାଇପାରିବେ।

ସେ ଏହି ସୂଚନା ମଧ୍ୟ ଦେଇଥିଲେ ଯେ ୟୁଜିସି ପକ୍ଷରୁ ବିଶ୍ଵବିଦ୍ୟାଳୟ କୁଳପତି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହିତ 82ଟି ସ୍ନାତକ ଏବଂ 42ଟି ସ୍ନାତକୋତ୍ତର ଅଣ-ଇଞ୍ଜିନିୟରିଂ ଏମଓଓସି ପାଠ୍ୟକ୍ରମର ଏକ ତାଲିକା ଜାରି କରାଯାଇଛି ଯାହାର ଉପସ୍ଥାପନା ସ୍ଵୟମ ପ୍ଲାଟଫର୍ମରେ ଜୁଲାଇ, 2020 ସେମିଷ୍ଟରରେ କରାଯିବ (www.swayam.gov.in)

ସେ କହିଥିଲେ ଯେ ଏହି ପାଠ୍ୟକ୍ରମରେ ବାୟୋକେମିଷ୍ଟ୍ରି, ବାୟୋଟେକ୍ନୋଲୋଜି, ବାୟୋଲୋଜିକାଲ ସାଇନ୍ସ, ଏବଂ ବାୟୋ ଇଞ୍ଜିନିୟରିଂ, ଶିକ୍ଷା, ଆଇନ, କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ପ୍ରବନ୍ଧନ, ଫାର୍ମାସି, ଗଣିତ, ଇତିହାସ, ହିନ୍ଦୀ, ସଂସ୍କୃତ ଆଦି ବିଷୟ ସାମିଲ ରହିଛି।

ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ କୋଭିଡ 19 ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ବର୍ତ୍ତମାନର ପରିଦୃଶ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଆଜୀବନ ଶିକ୍ଷାଲାଭ କରିବାକୁ ଚାହୁଁଥିବା ବରିଷ୍ଠ ନାଗରିକ ଓ ଗୃହିଣୀମାନେ ମଧ୍ୟ ଏଥିରେ ନାମାଙ୍କନ କରିପାରିବେ ଏବଂ ନିଜର ଜ୍ଞାନର ପରିଧିକୁ ବଢ଼ାଇପାରିବେ। ସ୍ଵୟମ (ଯୁବ ଆକାଂକ୍ଷୀ ମସ୍ତିଷ୍କ ଲାଗି ଆକ୍ଟିଭ ଲର୍ଣ୍ଣିଂ ଷ୍ଟଡି ୱେବ) ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏକ କାର୍ଯ୍ୟକ୍ରମ ଯାହାର ରୂପରେଖ ତିନୋଟି ମୌଳିକ ସିଦ୍ଧାନ୍ତ ଅର୍ଥାତ ପ୍ରସାର, ନିରପେକ୍ଷତା ଏବଂ ଗୁଣବତ୍ତା ଉପରେ ଆଧାରିତ ।

 

************

 


(ରିଲିଜ ଆଡି: 1625964) ପରିଦର୍ଶକ କାଉଣ୍ଟର : 251
ଏହି ରିଲିଜ ପଢନ୍ତୁ : Punjabi , Telugu , Marathi , English , हिन्दी , Urdu , Tamil