କେନ୍ଦ୍ରୀୟ ଲୋକ ସେବା ଆୟୋଗ

ଜୁନ 5 ବୈଠକ ପରେ ନୂଆ ପରୀକ୍ଷା ସୂଚୀ ଜାରି କରିବ ୟୁପିଏସସି

Posted On: 20 MAY 2020 6:49PM by PIB Bhubaneshwar

କୋଭିଡ-19 ମହାମାରୀ କାରଣରୁ ଦେଶବ୍ୟାପୀ ଲାଗୁ ହୋଇଥିବା କଟକଣାର ତୃତୀୟ ପର୍ଯ୍ୟାୟ ପରେ ଉତ୍ପନ୍ନ ହୋଇଥିବା ସ୍ଥିତିର ସମୀକ୍ଷା ଲାଗି ଆଜି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)ର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଅନେକ କଟକଣା ଜାରି ରହିଥିବା କାରଣରୁ ଆୟୋଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ଯେ ବର୍ତ୍ତମାନ ସମୟରେ ପରୀକ୍ଷା ଓ ସାକ୍ଷାତକାର ଆରମ୍ଭ କରିବା ସମ୍ଭବ ହେବ ନାହିଁ

ତେବେ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ଵାରା କ୍ରମାଗତ ଭାବେ ଘୋଷଣା କରାଯାଉଥିବା କଟକଣା କୋହଳକୁ ଦୃଷ୍ଟିରେ ରଖି ଆୟୋଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସରିବା ପରେ ପୁଣିଥରେ ଏକ ସ୍ଥିତି ସମୀକ୍ଷା ବୈଠକ ଆୟୋଜନ ଲାଗି ନିଷ୍ପତ୍ତି ନେଇଛି ଗତ ଦୁଇ ମାସର ଅବଧି କାଳରେ ସ୍ଥଗିତ ହୋଇଥିବା ବିଭିନ୍ନ ପରୀକ୍ଷା ଓ ସାକ୍ଷାତକାର ପ୍ରାର୍ଥୀମାନଙ୍କୁ ସ୍ପଷ୍ଟ ସୂଚନା ଦେବା ଲାଗି ଜୁନ 5, 2020ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ପରୀକ୍ଷାର ସଂଶୋଧିତ ସାରଣୀ ଜାରି କରାଯିବ। ପରୀକ୍ଷା ସହ ଜଡ଼ିତ ନୂଆ କାର୍ଯ୍ୟକ୍ରମର ବିବରଣୀ ଆୟୋଗର ପରବର୍ତ୍ତୀ ବୈଠକ ପରେ ୟୁପିଏସସିର ୱେବସାଇଟରେ ଜାରି କରାଯିବ।

 

********



(Release ID: 1625553) Visitor Counter : 226