ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆୟୁଷ୍ମାନ ଭାରତର 1କୋଟିତମ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

• ଆୟୁଷ୍ମାନ ଭାରତ ସହ ସଂଶ୍ଳିଷ୍ଟ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
• ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଦେବା ଆୟୁଷ୍ମାନ ଭାରତର ସର୍ବୋକ୍ରୃଷ୍ଟ ସୁବିଧା କହିଲେ ପ୍ରଧାନମନ୍ତ୍ରୀ

Posted On: 20 MAY 2020 11:31AM by PIB Bhubaneshwar

ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ସଂଖ୍ୟା ଆଜି 1କୋଟିରେ ପହଞ୍ଚି ଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷବ୍ୟକ୍ତ କରିଛନ୍ତି

କ୍ରମାଗତ ଭାବେ ଟ୍ୱିଟ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ହିତାଧିକାରୀଙ୍କ ସହ 1 କୋଟିରେ ପହଞ୍ଚିଥିବାରୁ ପ୍ରତ୍ୟକ ଭାରତବାସୀ ଏଥିପାଇଁ ଗର୍ବିତସେ କହିଛନ୍ତି ଯେ, “ମାତ୍ର 2 ବର୍ଷରୁ କମ ସମୟ ମଧ୍ୟରେ ଏଭଳି ପଦକ୍ଷେପ ଯୋଗୁ ଅନେକଙ୍କ ଜୀବନରେ ଉନ୍ନତି ଆସିପାରିଛିମୁଁ ସମସ୍ତ ହିତାଧିକାରୀ ସେମାନଙ୍କ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଉଛିମୁଁ ମଧ୍ୟ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆୟୁଷ୍ମାନ ଭାରତ ସହ ସଂଶ୍ଳିଷ୍ଟ ସମସ୍ତ ଡାକ୍ତର, ନର୍ସ ଅନ୍ୟାନ୍ୟ କର୍ମଚାରୀଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତିପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେମାନଙ୍କ ଉଦ୍ୟମ ଯୋଗୁ ଆୟୁଷ୍ମାନ ଭାରତ ଆଜି ବିଶ୍ୱର ବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ପରିଣତ ହୋଇଛିବିଶେଷ କରି ଗରିବ ଅବହେଳିତ ସମେତ ଅନେକ ଭାରତୀୟଙ୍କ ମନରେ ଏହି ପଦକ୍ଷେପ ଆଶାସଂଚାର କରିଛିପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତର ସବୁଠାରୁ ବଡ ସୁବିଧା ହେଉଛି ଏହା ଖୁବ ସହଜରେ ଉପଲବ୍ଧଟ୍ୱିଟ ଯୋଗେ ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଏହାର ହିତାଧିକାରୀମାନେ ଯେଉଁଠି ପଞ୍ଜୀକୃତ ହୋଇଥାଆନ୍ତୁ ନା କାହିଁକି ଦେଶର ସବୁ ଜାଗାରୁ ଗୁଣାତ୍ମକ ସୁଲଭ ମୂଲ୍ୟରେ ଔଷଧପତ୍ର ପାଇପାରିବେଘର ପାଖରେ ପଞ୍ଜୀକୃତ ହୋଇସୁଧା ଦୂରଦୂରାନ୍ତରେ ଥାଇ ମଧ୍ୟ ଏହି ସୁବିଧାରୁ ବଞ୍ଚିତ ହେବେନାହିଁ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ସେ ଆୟୁଷ୍ମାନ ଭାରତର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା ହୋଇପାରୁନାହାନ୍ତିତେବେ ସେ ଆୟୁଷ୍ମାନ ଭାରତର 1କୋଟିତମ ହିତାଧିକାରୀ ମେଘାଳୟର ପୂଜା ଥାପ୍ପାଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି

 

***************



(Release ID: 1625463) Visitor Counter : 215