ଭୂବିଜ୍ଞାନ ମନ୍ତ୍ରଣାଳୟ
ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳ ପାଇଁ ପ୍ରାକ୍ ବାତ୍ୟା ସତର୍କତା
• ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଅବପାତ ସାମୁଦ୍ରିକ ବାତ୍ୟାର ରୂପ ନେଇ ପାରେ
Posted On:
16 MAY 2020 11:06AM by PIB Bhubaneshwar
ଭାରତୀୟ ପାଣିପାଗ ବିଭାଗର ବାତ୍ୟା ସତର୍କତା ଡିଭିଜନ ଆଜି ଜାରି କରିଥିବା ସତର୍କ ସୂଚନା ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏକ ଅବପାତର ରୂପ ନେଇ ମେ 16 ତାରିଖ ଭାରତୀୟ ସମୟ ଭୋର 5 ଘଣ୍ଟା 30 ମିନିଟ ସମୟରେ 14.4 ଡିଗ୍ରୀ ଉତ୍ତର ଆକ୍ଷାଂଶ ଓ 87.0 ଡିଗ୍ରୀ ପୂର୍ବ ଦ୍ରାଘିମା ମଧ୍ୟରେ ପାରାଦ୍ୱୀପଠାରୁ 1100 କିମି ଦକ୍ଷିଣ, ଦୀଘାଠାରୁ 1250 କିମି ଦକ୍ଷିଣ ଏବଂ ବାଂଲାଦେଶ ଖେପୁପଡାଠାରୁ 1330 କିମି ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ଆଜି (ଶନିବାର) ସନ୍ଧ୍ୟା ସୁଦ୍ଧା ଏହା ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ଅଧିକ ସମ୍ଭାବନା ଅଛି । ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଏକ ଅତି ଶକ୍ତିଶାଳୀ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ବାତ୍ୟା ଧୀରେ ଧୀରେ ଗତି କରି ମେ 17 ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାପରେ ବାତ୍ୟା ତାହାର ଗତିପଥ ବଦଳାଇ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଅଗ୍ରସର ହେବ । ଏହି ସମୟରେ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅତିକ୍ରମ କରି ମେ 18ରୁ 20 ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ଆଡେ ଯିବ ।
ବାତ୍ୟାର ଗତିପଥ ଓ ବେଗ ସମ୍ପର୍କରେ ପାଣିପାଗ ବିଭା କରିଥିବା ଆକଳନ ସମ୍ପକରେ ତଳେ ଦିଆଯାଇଥିବା ଟେବୁଲରେ ତଥ୍ୟ ପ୍ରଦାନ କରାଯାଇଛି ।
Date/Time(IST)
|
Position
(Lat. 0N/ long. 0E)
|
Maximum sustained surface
wind speed (Kmph)
|
Category of cyclonic disturbance
|
16.05.20/1130
|
10.9/86.3
|
45-55 gusting to 65
|
Depression
|
16.05.20/1730
|
11.2/86.2
|
50-60 gusting to 70
|
Deep Depression
|
16.05.20/2330
|
11.8/86.1
|
60-70 gusting to 80
|
Cyclonic Storm
|
17.05.20/0530
|
12.3/86.0
|
80-90 gusting to 100
|
Cyclonic Storm
|
17.05.20/1130
|
12.8/86.0
|
100-110 gusting to 120
|
Severe Cyclonic Storm
|
17.05.20/2330
|
13.9/86.1
|
105-115 gusting to 125
|
Severe Cyclonic Storm
|
18.05.20/1130
|
14.9/86.1
|
120-130 gusting to 145
|
Very Severe Cyclonic Storm
|
18.05.20/2330
|
16.0/86.2
|
135-145 gusting to 160
|
Very Severe Cyclonic Storm
|
19.05.20/1130
|
17.4/86.5
|
155-165 gusting to 180
|
Very Severe Cyclonic Storm
|
19.05.20/2330
|
19.0/87.0
|
170-180 gusting to 200
|
Extremely Severe Cyclonic Storm
|
20.05.20/1130
|
20.8/87.5
|
160-170 gusting to 190
|
Extremely Severe Cyclonic Storm
|
20.05.20/2330
|
22.9/88.2
|
145-155 gusting to 170
|
Very Severe Cyclonic Storm
|
21.05.20/1130
|
25.0/88.7
|
110-120 gusting to 135
|
Severe Cyclonic Storm
|
ସତର୍କ ସୂଚନା
- ବର୍ଷା (ଆଣ୍ଡାମାନ ଓ ନକୋବର ଦ୍ୱୀପପୁଞ୍ଜ)
- ମେ 16 ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷାର ସମ୍ଭାବନା ରହିଛି ।
- ବର୍ଷା (ଓଡିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ)
ମେ 18 ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । 19 ତାରିଖରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମେ 20 ତାରିଖରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ।
ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ ଜିଲ୍ଲାଗୁଡିକରେ 19 ମେରେ ସ୍ପଳ୍ପରୁ ମଧ୍ୟମ ଏବଂ 20 ତାରିଖରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହି ଦିନ କେତେକ ସ୍ଥାନରେ ଅତି ପ୍ରବଳ କିମ୍ବା ତାଠାରୁ ଅଧି ବର୍ଷାର ସମ୍ଭାବନା ରହିଛି ।
- ପବନର ବେଗ ସଂକ୍ରାନ୍ତ ସତର୍କ ସୂଚନା –
- ମେ 19 ସକାଳୁ ଓଡ଼ିଶା ଉପକୂଳରେ କୋହଲା ପବନ ଘଣ୍ଟା ପ୍ରତି 45ରୁ 55 କିମି ବେଗରେ ପ୍ରବାହିତ ହେବ । ଏହି ସମୟରେ ଦଲକା ପବନର ବେଗ ଘଣ୍ଟା ପ୍ରତି 65 କିମି ରହିବ । ପଶ୍ଚିମବଙ୍ଗ ଉପକୂଳରେ ପବନର ଗତି ପ୍ରାୟ ସମାନ ରହିବ ବୋଲି ଅନୁମାନ କରାଯାଇଛି । 19 ତାରିଖ ସନ୍ଧ୍ୟାଠାରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ କ୍ରମଶଃ ବଢ଼ିବ । ମେ 20 ତାରିଖ ସକାଳୁ ମଝିରେ ମଝିରେ ଦଲକା ପବନ ଘଣ୍ଟା ପ୍ରତି 65ରୁ 75 କିମି ବେଗରେ ପ୍ରବାହିତ ହେବ ଓ ବାତ୍ୟାର ବେଗ ବଢ଼ିବ ।
- ଆଣ୍ଡାମାନ ସାଗରରେ ଆସନ୍ତା 48 ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି 45 ରୁ 55 କିମି ବେଗରେ ଏବଂ ବେଳେବେଳେ 65 କିମି ବେଗରେ ଦଲକା ପବନ ପ୍ରବାହିତ ହେବ ।
- ଦକ୍ଷିଣ-ପୂର୍ବ ଓ ତା ନିକଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କାଲୁଆ ପବନ ଘଣ୍ଟା ପ୍ରତି 45ରୁ 55 କିମି ବେଗରେ ପ୍ରବାହିତ ହେବ ଓ ଏହି ସମୟରେ ଦଲକା ପବନ ମଝିରେ ମଝିରେ 65 କିମି ବେଗ ଧରିବ । ମଇ 17 ତାରିଖ ସକାଳୁ ପବନର ବେଗ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି 120ରୁ 130 କିମି ବେଗରେ ବାତ୍ୟା ପ୍ରବାହିତ ହେବ । ଏହି ସମୟରେ ଦଲକା ପବନର ସର୍ବାଧିକ ବେଗ ରହିବ 145 କିମି । ଏହି ପ୍ରକ୍ରିୟା 18 ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ । ମେ 19ରେ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଭାଗରେ ଘଣ୍ଟାପ୍ରତି ବାତ୍ୟାର ବେଗ 155ରୁ 165 କିମି ରହିବ ଏବଂ ଏହା ମଧ୍ୟରେ ଦଲକା ପବନର ବେଗ 180 କିମି ଯାଏ ହେବ । ମେ 20 ସକାଳ ଯାଏ ବାତ୍ୟାର ବେଗ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ 160ରୁ 170 କିମି ଘଣ୍ଟା ପ୍ରତି ରହିବ ଏବଂ ମଝିରେ ମଝିରେ 190 କିମି ବେଗରେ ଦଲକା ପବନ ପ୍ରବାହିତ ହେବ ବୋଲି ସତର୍କ କରାଇ ଦିଆଯାଇଛି ।
- ସମୁଦ୍ରର ଅବସ୍ଥା
- ମେ 16 ଅପରାହ୍ନ ଯାଏ ବଙ୍ଗୋପସାଗରର ଦକ୍ଷିଣ ଓ ନିକଟବର୍ତ୍ତୀ ଇଲାକା ଅଶାନ୍ତ ରହିବ । ଆଣ୍ଡାମାନ ସାଗରର ସ୍ଥିତି ମଧ୍ୟ ସମାନ ରହିବ ବୋଲି ଆକଳନ କରାଯାଇଛି । ମେ 16 ସନ୍ଧ୍ୟା ପରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସନ୍ନିକଟ ସମୁଦ୍ର ଅଧିକ ଅଶାନ୍ତ ହେବ । ମେ 17 ତାରିଖ ସକାଳୁ ଏସବୁ ଅଞ୍ଚଳର ସାମୁଦ୍ରିକ ସ୍ଥିତି ଆହୁରି ଖରାପ ଓ ଅଶାନ୍ତ ହେବ । ପରଦିନ ଅର୍ଥାତ 18 ତାରିଖରୁ ସମୁଦ୍ର ଏସବୁ ଅଞ୍ଚଳରେ ଅତି ଭୀଷଣ ଆକାର ଧାରଣ କରିବ । ମଇ 19ରୁ 20 ତାରିଖ ସକାଳ ପର୍ଯ୍ୟନ୍ତ ବଙ୍ଗୋପସାଗରର ଉତ୍ତର ଓ କେନ୍ଦ୍ରୀୟ ଅଞ୍ଚଳ ଅତି ଅଶାନ୍ତ ରହିବ ।
- ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା
- ସାମୁଦ୍ରିକ ତୋଫାନ ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମାଛ ଧରିବାକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇ ଦିଆଯାଇଛି । ମେ 16ରୁ 17 ଯାଏ ଦକ୍ଷିଣ ବଙ୍ଗୋପସାଗର, 17 ରୁ 18 ଯାଏ କେନ୍ଦ୍ରୀୟ ବଙ୍ଗୋପସାଗର ଓ 19ରୁ 20 ଯାଏ ଉତ୍ତର ବଙ୍ଗୋପସାଗର ଭୀଷଣ ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିବାକୁ ପରାମର୍ଶ ଦିଆଯାଇଛି ।
- ମେ 18ରୁ 20 ଯାଏ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ସନ୍ନିକଟ ବାଂଲାଦେଶ ଉପକୂଳ ଅତି ଅଶାନ୍ତ ରହିବ । ସେଥିପ୍ରତି ସତର୍କ ରହିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ଏହାର ସବିଶେଷ ସୂଚନା ପାଇଁ www.rsmcnewdelhi.imd.gov.in ଏବଂ www.mausam.imd.gov.in ପରିଦର୍ଶନ କରନ୍ତୁ ।
***********
(Release ID: 1624454)
Visitor Counter : 233