ଭୂବିଜ୍ଞାନ ମନ୍ତ୍ରଣାଳୟ

ଜୁନ 5ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା

Posted On: 15 MAY 2020 1:09PM by PIB Bhubaneshwar
  • ଭାରତୀୟ ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଏଥର ମୌସୁମୀ ପ୍ରବେଶ 4 ଦିନ ବିଳମ୍ବ ହୋଇପାରେ

ଚଳିତ ବର୍ଷ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ସ୍ୱାଭାବିକ ତାରିଖ ଜୁନ 1 ପରିବର୍ତ୍ତେ ସାମାନ୍ୟ ବିଳମ୍ବିତ ହୋଇପାରେଅନୁମାନ ଅନୁସାରେ ମୌସୁମୀ ବାୟୁ ଜୁନ 5 ତାରିଖରେ କେରଳରେ ପ୍ରବେଶ କରିବତେବେ ଏହି ଆକଳନ ଅନୁଧ୍ୟାନରେ ମଡେଲଗତ ତ୍ରୁଟି 4 ଦିନ ଯୋଗ ବିଯୋଗ ହୋଇପାରେ

  1. ପୃଷ୍ଠଭୂମି : କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ଉପରେ ନିର୍ଭର କରିଥାଏକାରଣ ମୌସୁମୀ ବାୟୁର ପ୍ରବେଶ ସହ ଗ୍ରୀଷ୍ମକାଳର ଅବସାନ ଘଟି ବର୍ଷାଋତୁର ଅୟମାରମ୍ଭ ହୁଏମୌସୁମୀ ବାୟୁ ଦେଶର ଉତ୍ତରଦିଗକୁ ଅଗ୍ରସର ହେବା ସହ ପ୍ରଚଣ୍ଡ ତାପମାତ୍ରା ଶୁଖିଲା ପାଗର ଅବସାନ ଘଟେଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଭାବେ ପ୍ରତିବର୍ଷ ଜୁନ 1ରେ କେରଳରେ ପ୍ରବେଶ କରିଥାଏତେବେ ଏହା ସବୁ ବର୍ଷ ଏହି ନିର୍ଦ୍ଦିଷ୍ଟ ତାରିଖରେ ପହଞ୍ଚେ ନାହିଁ ଏବଂ ଏଥିରେ ସାମାନ୍ୟ ବ୍ୟତିକ୍ରମ ଘଟି ଏହା ଆଗପଛ ହୋଇଥାଏଏହି ଆଗପଛର ଏକ ମାନକ ବ୍ୟତିକ୍ରମ ନିର୍ଣ୍ଣୟ କରାଯାଇଛି ଯାହା ସାତ ଦିନ ବା ଏକ ସପ୍ତାହଅର୍ଥାତ ଜୁନ 1ର ସାତ ଦିନ ପୂର୍ବରୁ କିମ୍ବା ପରେ ମୌସୁମୀ ପ୍ରବାହ ମଧ୍ୟ ହୋଇପାରେ
  2. 2020 ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ସ୍ଥିତି ଏବଂ ଆଣ୍ଡାମାନ ସାଗର ଆଡେ ଅଗ୍ରସର ହେବାର ବାସ୍ତବତା

ଭାରତୀୟ ମୌସୁମୀ ଅଞ୍ଚଳରେ ପ୍ରଥମ ମୌସୁମୀ ବର୍ଷା ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇଥାଏଏହାପରେ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଦିଗରେ ଗତି କରି ବଙ୍ଗୋପସାଗର ଅତିକ୍ରମ କରେନୂଆ ସ୍ୱାଭାବିକ ମୌସୁମୀ ତାରିଖ ଅନୁସାରେ ମେ 22 ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପହଞ୍ଚିଥାଏଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ସ୍ୱଷ୍ଟ ଦୃଶ୍ୟମାନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛିଆସନ୍ତା 12 ଘଣ୍ଟା ମଧ୍ୟରେ ଏହା ଏକ ଅବପାତର ରୂପ ନେଇ ଅଧିକ ଘନୀଭୂତ ହେବା ସହ ମେ 16 ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ବାତ୍ୟାର ରୂପ ନେବଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର, ଆଣ୍ଡାମାନ ନିକୋବର ଦୀପପୁଞ୍ଜ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କେତେକ ଅଞ୍ଚଳକୁ ମୌସୁମୀ ବାୟୁ ଆଗାମୀ 48 ଘଣ୍ଟା ମଧ୍ୟରେ ପ୍ରବେଶ କରିବାର ଅନୁକୂଳ ସ୍ଥିତି ସୃଷ୍ଟି ହୋଇଛି

ପୁରୁଣା ଡାଟା ଅନୁସାରେ ଭାରତର ମୁଖ୍ୟ ଭୂଖଣ୍ଡରେ ଋତୁକାଳୀନ ମୌସୁମୀ ବର୍ଷା କିମ୍ବା କେରଳରେ ମୌସୁମୀ ପ୍ରବେଶ ସହିତ ଆଣ୍ଡାମାନ ସାଗରରେ ମୌସୁମୀ ବାୟୁର ଅଗ୍ରଗତି ସହିତ କୌଣସି ସମ୍ପର୍କ ନାହିଁ

.  ନୂଆ ସ୍ୱାଭାବିକ ତାରିଖ (ଦକ୍ଷିଣପୂର୍ବ ମୌସୁମୀର ପ୍ରବେଶ, ପ୍ରଗତି ପ୍ରସ୍ଥାନ) ଭାରତୀୟ ପାଣିପାଗ ବିଭାଗ 2020 ଏପ୍ରିଲ 15ରେ ଦକ୍ଷିଣ ପଶ୍ଚିମ ମୌସୁମୀର ଦେଶରେ ଆଗମନ, ପ୍ରଗତି ପ୍ରସ୍ଥାନ ସମ୍ପର୍କରେ ନୂଆ ସ୍ୱାଭାବିକ ତାରିଖ ଏକ ପ୍ରେସ ବିବୃତ୍ତିରେ ଜାରି କରିଥିଲା

ଭାରତୀୟ ପାଣିପାଗ ବିଭାଗ 2005ରୁ କେରଳରେ ମୌସୁମୀ ପ୍ରବେଶର ତାରିଖ ସମ୍ପର୍କରେ ପରିଚାଳନାଗତ ପୂର୍ବାନୁମାନ (ଅପରେସନାଲ ପୋରକାଷ୍ଟ) କରି ଆସୁଛିଏଥିପାଇଁ ସ୍ୱଦେଶୀ କାରିଗରୀ କୌଶଳରେ ଏକ ଅତ୍ୟାଧୁନିକ ଷ୍ଟାଟିଷ୍ଟିାଲ ମଡେଲ (ପରିସଂଖ୍ୟାନଗତ ନମୁନା) ବିକଶିତ ହୋଇଛିଏଥିରେ ଯେଉଁ ତାରିଖ ଆକଳନ କରାଯାଉଛି ସେଥିରେ 4 ଦିନର ଆଗପଛ ବ୍ୟତିକ୍ରମ ବ୍ୟବସ୍ଥାକୁ ଗ୍ରହଣ କରାଯାଇଛିଏହାର ଅର୍ଥ ଯେଉଁ ତାରିଖ ନିର୍ଣ୍ଣିତ ହେବ ତାହା ଅତିବେଶୀରେ ଚାରିଦିନ ଆଗପଛ ହୋଇପାରେ

ଏହି ମଡେଲରେ 6ଟି ଆକଳନ (ପ୍ରେଡିକ୍ଟର) ରହିଛିସେଗୁଡିକ ହେଲା (i) ସର୍ବନିମ୍ନ ତାପମାତ୍ରା (ii) ଦକ୍ଷିଣ ଉପଦ୍ୱୀପୀୟ ଅଞ୍ଚଳର ପ୍ରାକ ମୌସୁମୀ ବର୍ଷାର ସର୍ବାଧିକ ପରିମାଣ (iii) ଦକ୍ଷିଣ ଚୀନ ସାଗରରେ ବହିର୍ଗାମୀ ଦୀର୍ଘତରଙ୍ଗ ବିକିରଣ ବା ଆଉଟ ଗୋଇଙ୍ଗ ଲଙ୍ଗ ୱେଭ ରେଡିଏସନ (ଓଏଲଆର), (iv) ଦକ୍ଷିଣ-ପୂର୍ବ ଭାରତ ମହାସାଗରର ନିମ୍ନ ଟ୍ରପୋସ୍ପିୟର (କ୍ଷୋଭମଣ୍ଡଳ) ଅଞ୍ଚଳରେ ବାୟୁ ପ୍ରବାହ (v) ଭାରତ ମହାସାଗରର ପୂର୍ବ ନିରକ୍ଷବୃତ୍ତ ଅଞ୍ଚଳର ଊଦ୍ଧ୍ୱର୍ ଟ୍ରପୋସ୍ପିୟର ଅଞ୍ଚଳରେ ପ୍ରବାହିତ ବାୟୁ (vi) ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରର ବହିର୍ଗାମୀ ଦୀର୍ଘ ତରଙ୍ଗ ବିକୀରଣ ବା ଆଉଟ ଗୋଇଙ୍ଗ ଲଙ୍ଗ ୱେଭ ରେଡିଏସନ (ଓଆରଏଲ) ।

ଭାରତୀୟ ପାଣିପାଗ ବିଭାଗର ପରିଚାଳନାଗତ ମୌସୁମୀ ପ୍ରବାହ ପୂର୍ବାନୁମାନ ଗତ 15 ବର୍ଷ ଧରି ପ୍ରାୟ ଠିକ ରହିଛି2005ରୁ 2019 ମଧ୍ୟରେ କେବଳ 2015ରେ ଏହା ଠିକ ନଥିଲାତଳ ଟେବୁଲରେ ଏହି ପୂର୍ବାନୁମାନର ଗତ 5 ବର୍ଷର ତଥ୍ୟ ପ୍ରଦାନ କରାଯାଇଛି

Year

Actual Onset Date

Forecast Onset Date

2015

5th June

30th May

2016

8th June

7th June

2017

30th May

30th May

2018

29th May

29th May

2019

8th June

6th June

ମୌସୁମୀ ପ୍ରବେଶର ନୂଆ ସ୍ୱାଭାବିକ ତାରିଖକୁ 1961-2019 ଡାଟା ଆଧାରରେ ପରିବର୍ତ୍ତନ କରାଯାଇଛିସେହିଭଳି ଏହି ମୌସୁମୀ ବାୟୁର ସ୍ୱାଭାବିକ ପ୍ରସ୍ଥାନ ତାରିଖ ମଧ୍ୟ 1961-2019 ଡାଟା ଅନୁସାରେ ସଂଶୋଧିତ ହୋଇଛିଏସଂକ୍ରାନ୍ତ ସଂଶୋଧିତ ସ୍ୱାଭାବିକ ତାରିଖ ନିମ୍ନଲିଙ୍କରେ ଉପଲବ୍ଧ

http://www.imdpune.gov.in/Clim_Pred_LRF_New/Reports.html

**********

 



(Release ID: 1624105) Visitor Counter : 219