ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ନୌସେନା ଦ୍ଵାରା ବିକଶିତ ନୂତନ ତଥା ସୁଲଭ ପିପିଇ ପ୍ୟାଟେଣ୍ଟ ହେବା ପରେ ବହୁ ସଂଖ୍ୟାରେ ଏହାର ଦ୍ରୁତ ଉତ୍ପାଦନ ପାଇଁ ପଥ ଉନ୍ମୁକ୍ତ

Posted On: 14 MAY 2020 3:27PM by PIB Bhubaneshwar

ଭାରତୀୟ ନୌସେନା ବିକଶିତ କରିଥିବା ମେଡିକାଲ ବ୍ୟକ୍ତିଗତ ସୁରକ୍ଷା ବା ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ବିପମେଣ୍ଟ (ପିପିଇ)ର ତ୍ଵରିତ  ଉତ୍ପାଦନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ମନ୍ତ୍ରଣାଳୟର ବୌଦ୍ଧିକ ସଂପଦ ସୁବିଧା ସେଲ୍ (ଆଇପିଏଫସି) ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଜାତୀୟ ଅନୁସନ୍ଧାନ ବିକାଶ ନିଗମ (NRDC) ସହଯୋଗରେ ସଫଳତାର ସହ ପ୍ୟାଟେଣ୍ଟ ହାସଲ କରିଛି

ଏହି ସୁଲଭ ପିପିଇ ନିକଟରେ ମୁମ୍ବାଇର ନାଭାଲ ଫାର୍ମାସ୍ୟୁଟିକାଲ ଇନଷ୍ଟିଚ୍ୟୁଟ (INM) ରେ ସ୍ଥାପିତ ନବସୃଜନ ସେଲରେ ଅବସ୍ଥିତ ଭାରତୀୟ ନୌସେନାର ଜଣେ ଡାକ୍ତରଙ୍କ ଦ୍ଵାରା ବିକଶିତ ହୋଇଛି ପିପିଇର ଏକ ପାଇଲଟ୍ ବ୍ୟାଚ୍ ମୁମ୍ବାଇର ନାଭାଲ୍ ଡକ୍ୱାର୍ଡରେ ପ୍ରଦର୍ଶୀତ ହୋଇସାରିଛି

ନୌସେନା ଦ୍ୱାରା ବିକଶିତ, ଏହି PPE ଏକ ସ୍ୱତନ୍ତ୍ର କପଡ଼ାରୁ ତିଆରି ହୋଇଛି ଯାହା ବଜାରରେ ଉପଲବ୍ଧ ଅନ୍ୟ PPE ତୁଳନାରେ ଆରାମରେ ଶ୍ଵାସକ୍ରିୟାରେ ସହାୟକ ହୋଇଥାଏ ଏବଂ ଉଚ୍ଚ ସ୍ତରର ସୁରକ୍ଷା ପ୍ରଦାନ କରିଥାଏ ଓ ଏହା ଭାରତରେ ପ୍ରଚଳିତ ଗରମ ଏବଂ ଆର୍ଦ୍ର ପାଣିପାଗରେ ବ୍ୟବହାର ପାଇଁ ଅତି ଉପଯୁକ୍ତ ଅଟେ ଏହାର ଟେକ୍ନୋଲୋଜି ମଧ୍ୟ ପରୀକ୍ଷା କରାଯାଇଛି ଏବଂ ICMRର ଅନୁମୋଦିତ ପରୀକ୍ଷା ଲାବୋରେଟୋରୀ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି

ନୌସେନା, ଆଇପିଏଫସି ଏବଂ ଏନଆରଡିସିର ଏକ କୋର ଟିମ୍ ଦ୍ୱାରା ବର୍ତ୍ତମାନ ବହୁ ସଂଖ୍ୟାରେ ଏହି ପିପିଇ (PPE) ଉତ୍ପାଦନ ଆରମ୍ଭ କରିବା ପାଇଁ ମିଳିତ ପ୍ରୟାସ ଚାଲିଛି ଏହି ପିପିଇ (PPE)ର ଲାଇସେନ୍ସପ୍ରାପ୍ତ ଉତ୍ପାଦନ ଆରମ୍ଭ କରିବାକୁ NRDC ଦକ୍ଷ କମ୍ପାନୀଗୁଡିକ ଚିହ୍ନଟ କରିବା ଆରମ୍ଭ କରିଛି କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମରେ, ଏହାର ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଏହିପରି ଆରାମଦାୟକ ପିପିଇ (PPE) ଯୋଗାଇବା ଏକ ଜରୁରି ଆବଶ୍ୟକତା ଯାହା ବହୁ ପୁଞ୍ଜି ବିନିଯୋଗ ନକରି ସୁଲଭ ମୂଲ୍ୟରେ ସ୍ୱଦେଶୀ ଭାବରେ ଉତ୍ପାଦିତ ହୋଇପାରିବ ଉତ୍ପାଦନ ଆରମ୍ଭ କରିବାକୁ ଚାହୁଁଥିବା କମ୍ପାନୀ/ଷ୍ଟାର୍ଟ ଅପ୍ cmdnrdc@nrdcindia.com ସହିତ ଯୋଗାଯୋଗ କରିପାରିବେ |

ନୌସେନାର ଅନୁସନ୍ଧାନକାରୀ ଦଳ ଆଇପିଏଫସି ସହିତ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି ମିଶନ୍ ପ୍ରତିରକ୍ଷା ଜ୍ଞାନ ଶକ୍ତି ଅଧୀନରେ ଆଇପିଏଫସି ଗଠନ କରାଯାଇଥିଲା ନଭେମ୍ବର, 2018ରେ ଆଇପିଏଫସି ସ୍ଥାପନ ହେବା ପରଠାରୁ ମିଶନ୍ ପ୍ରତିରକ୍ଷା ଜ୍ଞାନ ଶକ୍ତି ଅଧୀନରେ ପ୍ରାୟ 1500 ଆଇପି ସମ୍ପତ୍ତି ସୃଷ୍ଟି କରାଯାଇଛି

 

**********



(Release ID: 1623912) Visitor Counter : 238