ପର୍ଯ୍ୟଟନ ମନ୍ତ୍ରଣାଳୟ

ପର୍ଯ୍ୟଟନ ମନ୍ତ୍ରଣାଳୟର 18ତମ ‘ଦେଖୋ ଅପନା ଦେଶ’ ୱେବିନାରରେ ଓଡ଼ିଶା-ଇଣ୍ଡିଆସ ବେଷ୍ଟ କେପ୍ଟ ସିକ୍ରେଟ

ପୋଷ୍ଟ କରାଯିବା ଦିନାଙ୍କ: 13 MAY 2020 12:55PM by PIB Bhubaneswar

ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁଦେଖୋ ଅପନା ଦେଶଶୃଙ୍ଖଳାର 18ତମ ୱେବିନାରରେ ଗତ 12 ତାରିଖରେ ଓଡ଼ିଶା ସମ୍ପର୍କରେ ଏକ କାର୍ଯ୍ୟକ୍ରମ ସ୍ଥାନ ପାଇଥିଲାଏହାର ନାମ ରଖାଯାଇଛିଓଡ଼ିଶା-ଇଣ୍ଡିଆସ ବେଷ୍ଟ କେପ୍ଟ ସିକ୍ରେଟ

ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ସଚିବ ବିଶାଳ ଦେବ ଏଥିରେ ନିଜର ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଓଡ଼ିଶାର ବିପୁଳ ପର୍ଯ୍ୟଟନ ସମ୍ଭାର ସାଂସ୍କୃତିକ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇଥିଲେଓଡ଼ିଶାର ପ୍ରାଚୀନ ସଭ୍ୟତା, କଳିଙ୍ଗ ସ୍ଥାପତ୍ୟ ଶୈଳୀ ପ୍ରସିଦ୍ଧ ମନ୍ଦିର, କମନୀୟ ବେଳାଭୂମିମାନ ଥିବା ରାଜ୍ୟର ସୁଦୀର୍ଘ ତଟରେଖା, କଳା, ହସ୍ତଶିଳ୍ପ, ସଂସ୍କୃତି, ଲୋକପ୍ରିୟ ନୃତ୍ୟକଳା ଯଥା ଓଡ଼ିଶୀ, ଗୋଟିପୁଅ, ରାଜ୍ୟର ଅରଣ୍ୟ ସମ୍ପଦ ଅନ୍ୟାନ୍ୟ ପ୍ରାକୃତିକ ବିଭବ ଆଦି ସମ୍ପର୍କରେ ସେ ଆଲୋକପାତ କରିଥିଲେରାଜ୍ୟରେ ପରିବେଶ ପର୍ଯ୍ୟଟନକୁ ଅଧିକ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ

ଟ୍ରାଭେଲ ଲିଙ୍କ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବେଞ୍ଜାମିନ ସାଇରନ, ବିରାସତ ହିନ୍ଦର ସହ ପ୍ରତିଷ୍ଠାତା ଜିତୁ ମିଶ୍ର କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେଓଡ଼ିଶା ପର୍ଯ୍ୟଟକମାନଙ୍କ ପାଇଁ ପ୍ରାଚୀନ କୀର୍ତ୍ତିରାଜି ଭଗ୍ନାବଶେଷ, ପ୍ରବାଦୀୟ ପୀଠ, ପ୍ରାଚୀନ ଜନଜାତି ସେମାନଙ୍କ ସଂସ୍କୃତି, ବୌଦ୍ଧ-ଐତିହ୍ୟ, କମନୀୟ ବେଳାଭୂମି ମୁହାଣ, ଆକର୍ଷଣୀୟ କ୍ୟାମ୍ପ ସାଇଟ, ଅପୂର୍ବ ସଂସ୍କୃତି, ହସ୍ତକଳା, ପର୍ବପର୍ବାଣୀ, ମେଳା, ଓ ଯାତ୍ରା ଆଦିର କିପରି ଏକ ଅମୂଲ୍ୟ ଗନ୍ତାଘର ତାହା ଉପସ୍ଥାପକ ବର୍ଣ୍ଣନା କରିଥିଲେ

ଏହି ୱେବିନାରରେ ଭର୍ଚ୍ଚୁଆଲ ଜିର୍ଣ୍ଣିଂ ବା ଆଭାସି ଯାତ୍ରା ମାଧ୍ୟମରେ ଅଂଶ ଗ୍ରହଣକାରୀମାନେ ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟ, ପକ୍ଷୀ ସମାଗମ ପାଇଁ ପ୍ରସିଦ୍ଧ ମଙ୍ଗଳାଯୋଡି, ଇରାୱଡି ଡଲଫିନ ପାଇଁ ପ୍ରସିଦ୍ଧ ଚିଲିକା ହ୍ରଦ ସାତପଡା, ଶିମିଳିପାଳ ଜାତୀୟ ଉଦ୍ୟାନ, ହୀରାକୁଦ ଜଳଭଣ୍ଡାରର ପରିବେଶ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ନିସ୍ତବ୍ଧ ଉପତ୍ୟକାର ଗଣ୍ଡ, ଦାରିଙ୍ଗବାଡି ନେଚର କ୍ୟାମ୍ପ, ସାତକୋଶିଆ ଗଣ୍ଡ, ଭେଟନଇ, ସି-ବିଚ, ଓଡ଼ିଆ ଖାଦ୍ୟ, କଳାକୃତି, ବୟନ ବାନ୍ଧ କଳା, ନୃତ୍ୟ, ଉତ୍ସବ, ଯାତ୍ରା, ଉତ୍ସବ ଆଦିବାସୀ ସଂସ୍କୃତି ଏବଂ ଐତିହ୍ୟ ସମ୍ପର୍କରେ ବିଭିନ୍ନ କଥା ଜାଣିବାକୁ ପାଇଥିଲେ

ଏହି ୱେବିନାର ମାଧ୍ୟମରେ ଭାରତର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ସ୍ଥଳୀ, ଐତିହ୍ୟ, ସଂସ୍କୃତି, ଖାଦ୍ୟପେୟ, ଚଳଣି ସମୃଦ୍ଧ ଐତିହାସିକ, ସାଂସ୍କୃତିକ ପରମ୍ପରା ସମ୍ପର୍କରେ ପର୍ଯ୍ୟଟକମାନଙ୍କୁ ଅବଗତ କରାଇବା ପର୍ଯ୍ୟଟନ ମନ୍ତ୍ରଣାଳୟର ଉଦ୍ଦେଶ୍ୟଏଥିରେ ଉଭୟ ଅଜ୍ଞାତ, ସ୍ୱଳ୍ପ ଅଜ୍ଞାତ ପର୍ଯ୍ୟଟନ ସ୍ଥଳଗୁଡିକ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛିଯେଉଁମାନେ ଏହି ୱେବିନାର ଦେଖିବାର ସୁଯୋଗ ପାଇନାହାନ୍ତି ସେମାନେ https://www.youtube.com/channel ରୁ ଏହା ଦେଖିପାରିବେ

ୱେବିନାରର ପରବର୍ତ୍ତୀ ଅଧ୍ୟାୟ ଆସନ୍ତା ଗୁରୁବାର (ମେ 14) ଦିନ 11 ଘଣ୍ଟା ସମୟରେ ଆୟୋଜିତ ହେବଏହାର ବିଷୟବସ୍ତୁ ହେଲା ‘Mysuru : Craft Caravan of Karnataka’ ଅଂଶଗ୍ରହଣକାରୀମାନେ ଏଥିପାଇଁ https://bit.ly/MysuruDAD ରେ ପଞ୍ଜୀକରଣ କରିପାରିବେ

 

**************


(ରିଲିଜ ଆଡି: 1623566) ପରିଦର୍ଶକ କାଉଣ୍ଟର : 354