ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ଚମ୍ପିଆନ ପୋର୍ଟାଲ ଉନ୍ମୋଚିତ

• ଏକୀକୃତ ବ୍ୟବସ୍ଥାରେ ଉତ୍ପାଦନ ବୃଦ୍ଧି ତଥା ଜାତୀୟ ସାମର୍ଥ୍ୟ ସୃଷ୍ଟି ଉଦ୍ୟମ

प्रविष्टि तिथि: 12 MAY 2020 11:15AM by PIB Bhubaneshwar

ଦେଶର ସୂକ୍ଷ୍ମ, ଲଘୁ ମଧ୍ୟମ ଉଦ୍ୟୋଗ (MSME) ପ୍ରୋତ୍ସାହନ ସମର୍ଥନ ପାଇଁ ଗୋଟିଏ ଏକୀକୃତ ସୁସମନ୍ୱିତ ଟେକ୍ନୋଲଜି ପରିଚାଳିତ ପ୍ଲାଟଫର୍ମ (ମଞ୍ଚ) ଆବଶ୍ୟକତା ଅନୁଭୂତ ହେଉଛିଏହି ପ୍ଲାଟଫର୍ମର ଲକ୍ଷ୍ୟ ହେଲା ଉତ୍ପାଦନ ବୃଦ୍ଧି କରିବା ସହ ରାଷ୍ଟ୍ରୀୟ ସାମର୍ଥ୍ୟ ବୃଦ୍ଧି ପାଇଁ ଆଧୁନିକ ପ୍ରକ୍ରିୟା ପ୍ରସ୍ତୁତ କରି ତାହାର ବିନିଯୋଗ କରିବାତେଣୁ ଏହି ବ୍ୟବସ୍ଥାର ନାମ ଯଥାର୍ଥରେଚମ୍ପିଆନରଖାଯାଇଛିମୂଳତଃ ଲଘୁ ଉଦ୍ୟୋଗକୁ ସହାୟତା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟସୂକ୍ଷ୍ମ, ଲଘୁ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ଏକ ପୋର୍ଟାଲର ଶୁଭାରମ୍ଭ ହୋଇଛିଚମ୍ପିଆନ ତିନିଟି ମୌଳିକ ଲକ୍ଷ୍ୟ ରହିଛି ସେସବୁକୁ ନିମ୍ନରେ ପ୍ରଦାନ କରାଯାଇଛି

  1. ଅସୁବିଧା ସମୟରେ ଅର୍ଥ, କଞ୍ଚାମାଲ, ଶ୍ରମିକ ଅନୁମତି ଆଦି ଯୋଗାଣର ବ୍ୟବସ୍ଥା କରି ଏମଏସଏମଇ ଉଦ୍ୟୋଗଗୁଡିକୁ ସହାୟତା ଯୋଗାଇବା
  2. ପିପିଇ, ମାସ୍କ ଭଳି ଡାକ୍ତରୀ ଉପକରଣ ତିଆରି କରିବା ପାଇଁ ଯେଉଁ ନୂଆ ସୁଯୋଗ ସୃଷ୍ଟି ହୋଇଛି ତାହାର ଲାଭ ଉଠାଇବା ନିମନ୍ତେ ଏସବୁ ଉଦ୍ୟୋଗକୁ ସହାୟତା କରିବା
  3. ଏଥିପାଇଁ ଉପଯୁକ୍ତ ଉଦ୍ୟୋଗ ଉଦ୍ୟୋଗୀଙ୍କୁ ବାଛିବା, ଯେଉଁ ମାନଙ୍କର ସେଭଳି ବିଶେଷ ପ୍ରତିଭା ଥିବସେମାନେ ପରିସ୍ଥିତିକୁ ସାମନା କରିବା ସହ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଚମ୍ପିଆନ ହେବାର ଦକ୍ଷତା ରଖିଥିବେ

ଏହି ଲକ୍ଷ୍ୟରେଚମ୍ପିଆନପୋର୍ଟାଲର ପରିକଳ୍ପନା କରାଯାଇଛିଏହି ପୋର୍ଟାଲ www.Champions.gov.in ରେ ଉପଲବ୍ଧ

 

******

 


(रिलीज़ आईडी: 1623291) आगंतुक पटल : 254
इस विज्ञप्ति को इन भाषाओं में पढ़ें: Punjabi , English , Marathi , Urdu , हिन्दी , Bengali , Manipuri , Tamil , Telugu , Malayalam