ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଅଧିକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ସହଯୋଗ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ପୋଷ୍ଟ କରାଯିବା ଦିନାଙ୍କ: 11 MAY 2020 12:07PM by PIB Bhubaneswar

ବସ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ନେବାକୁ ସବୁ ରାଜ୍ୟ ସରକାର କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ଯେଉଁ ସହାୟତା ଯୋଗାଇଛନ୍ତି କ୍ୟାବିନେଟ ସଚିବ ଗତକାଲି ଏକ ଭିଡିଓ କନଫରେନ୍ସରେ ତାହାର ସମୀକ୍ଷା କରିଥିଲେଆଲୋଚନା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପତ୍ର ଲେଖାଯାଇ ରେଳପଥ ଉପରେ କିମ୍ବା ସଡକରେ ଚାଲି ଚାଲି ଶ୍ରମିକମାନେ ଯେପରି ଘରକୁ ଫେରନ୍ତି ତାହା ନିଶ୍ଚିତ କରିବାକୁ କୁହାଯାଇଛିଅଧିକରୁ ଅଧିକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଇ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ବାଧାରହିତ କରିବା ନିମନ୍ତେ ରାଜ୍ୟ ସରକାରମାନଙ୍କ ସହାୟତା କାମନା କରାଯାଇଛି

ଏଥିରେ କୁହାଯାଇଛି ଯେ ଏହି ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ବସ ଚଳାଚଳର ବ୍ୟବସ୍ଥା ଆରମ୍ଭ ହୋଇଛିତେଣୁ ପ୍ରବାସୀ ଶ୍ରମିକମାନେ ରେଳପଥ ସଡକ ପଥରେ ଚାଲି ଚାଲି ନଯାଇ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଟ୍ରେନ ବସର ସୁବିଧା ନେବା ଉଚିତସେଥିପାଇଁ ଶ୍ରମିକମାନଙ୍କୁ ବୁଝାସୁଝା କରି ଏସବୁ ଟ୍ରେନ ବସରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛିଏଭଳି ବସ କିମ୍ବା ଟ୍ରେନ ସୁବିଧା ମିଳିବାରେ ବିଳମ୍ବ ହେଲେ ବିକଳ୍ପ ବ୍ୟବସ୍ଥା ପର୍ଯ୍ୟନ୍ତ ସଂପୃକ୍ତ ଶ୍ରମିକଙ୍କୁ ନିକଟବର୍ତ୍ତୀ ଆଶ୍ରୟ ଶିବିରରେ ରଖିବାକୁ କୁହାଯାଇଛି

ଏଥିରେ ଆହୁରି କୁହାଯାଇଛି ଯେ ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଅଧିକରୁ ଅଧିକ ଚଳାଇବା ପାଇଁ ରେଳବାଇ ସହ ସହଯୋଗ କରିବା ଆବଶ୍ୟକପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ଯେପରି ରହେ ସେଥିପାଇଁ ରାଜ୍ୟ ସରକାରମାନେ ସହଯୋଗ କରିବା ଜରୁରି

 

********


(ରିଲିଜ ଆଡି: 1623015) ପରିଦର୍ଶକ କାଉଣ୍ଟର : 200