ପ୍ରତିରକ୍ଷା ମନ୍ତ୍ରଣାଳୟ
ଇଲେକ୍ଟ୍ରୋନିକ ସରଞ୍ଜାମ କାଗଜ ଓ ନୋଟକୁ ଜୀବାଣୁମୁକ୍ତ କରିବା ଲାଗି ସ୍ୱୟଂଚାଳିତ ୟୁଭି ସିଷ୍ଟମ ବିକଶିତ କଲା ଡିଆରଡିଓ ଲାବ
प्रविष्टि तिथि:
10 MAY 2020 5:32PM by PIB Bhubaneshwar
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ପ୍ରମୁଖ ପରୀକ୍ଷାଗାର, ହାଇଦ୍ରାବାଦ ସ୍ଥିତ ସେଣ୍ଟର ଇମାରତ ଏକ ସ୍ୱୟଂଚାଳିତ ଏବଂ ସ୍ପର୍ଶମୁକ୍ତ ୟୁଭିସି ସାନିଟାଇଜେସନ କ୍ୟାବିନେଟ (ଜୀବାଣୁ ବିଶୋଧନ) ବିକଶିତ କରାଯାଇଛି। ଏହାକୁ ଡିଫେନ୍ସ ରିସର୍ଚ୍ଚ ଅଲଟ୍ରାଭାଓଲେଟ ସାନିଟାଇଜର (ଡିଆରୟୁଭିଏସ) ନାଁ ଦିଆଯାଇଛି। ଏହା ଜରିଆରେ ମୋବାଇଲ ଫୋନ, ଆଇପ୍ୟାଡ, ଲାପଟପ, କରେନ୍ସିଂ ନୋଟ, ଚେକ, ଚାଲାଣ, ପାସବୁକ, କାଗଜ, ଲଫାପା ଆଦିକୁ ଜୀବାଣୁମୁକ୍ତ କରାଯାଇପାରିବ ।
ସ୍ପର୍ଶ ନକରି ଡିଆରୟୁଭିଏସ କ୍ୟାବିନେଟକୁ ପରିଚାଳନା କରାଯାଇପାରିବ। ଯାହା ଭୂତାଣୁ ସଂକ୍ରମଣ ପ୍ରସାରକୁ ରୋକିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେନ୍ସର ସ୍ୱିଚ ତଥା ଡ୍ର ଖୋଲିବା ଓ ବନ୍ଦ କରିବା ସୁବିଧା ଏହାର ପରିଚାଳନାକୁ ସ୍ୱୟଂଚାଳିତ ଓ ସ୍ପର୍ଶମୁକ୍ତ କରିଛି। କ୍ୟାବିନେଟ ଭିତରେ ରଖାଯାଇଥିବା ବସ୍ତୁ ଉପରେ ସବୁ ଦିଗରୁ ୟୁଭିସିର ପ୍ରଭାବ (360 ଡିଗ୍ରୀ ଏକ୍ସପୋଜର) ପଡ଼ିଥାଏ। ଜୀବାଣୁମୁକ୍ତ ହେବାର ପ୍ରକ୍ରିୟା ଶେଷ ହେବା ପରେ ସିଷ୍ଟମ ସ୍ଲିପ ମୋଡକୁ ଚାଲିଯାଇଥାଏ ଏହି କାରଣରୁ ପରିଚାଳନା କରୁଥିବା ଲୋକଙ୍କୁ ଉପକରଣ ପାଖରେ ଛିଡ଼ା ହୋଇ ରହିବା କିମ୍ବା ଅପେକ୍ଷା କରିବାକୁ ଆବଶ୍ୟକ ପଡ଼ିନଥାଏ ।
ଆରସିଆଇ ଏକ ସ୍ୱୟଂଚାଳିତ ୟୁଭିସି କରେନ୍ସି ନୋଟକୁ ସାନିଟାଇଜ କରିବାର ଉପକରଣ ମଧ୍ୟ ବିକଶିତ କରିଛି, ଯାହାକୁ ନୋଟ୍ସକ୍ଲିନ ନାଁ ଦିଆଯାଇଛି । ଡିଆରୟୁଭିଏସ ଉପଯୋଗ କରି ନୋଟ ବଣ୍ଡଲକୁ ଜୀବାଣୁମୁକ୍ତ କରାଯାଇପାରିବ, ତେବେ ଏହାର ଉପଯୋଗ କରି ପ୍ରତ୍ୟେକ କରେନ୍ସି ନୋଟକୁ ଜୀବାଣୁ ମୁକ୍ତ କରିବାର ଏହି ପ୍ରକ୍ରିୟା ପାଇଁ ଯଥେଷ୍ଟ ସମୟ ଲାଗିବ । ଏହାର ସମାଧାନ ଲାଗି ଏକ ନୋଟ ବିଶୋଧନ କୌଶଳ ବିକଶିତ କରାଯାଇଛି, ଏଥିପାଇଁ ଡିଭାଇସର ଇନପୁଟ ସ୍ଲଟରେ ଖୋଲା ନୋଟ ରଖିବାକୁ ପଡ଼ିବ । ଉପକରଣ ଗୋଟିଏ ପରେ ଗୋଟିଏ ନୋଟକୁ ଗ୍ରହଣ କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଜୀବାଣୁମୁକ୍ତ କରିବ । ଏଥିପାଇଁ ନୋଟ ୟୁଭିସି ଲ୍ୟାମ୍ପର ଏକ ଶୃଙ୍ଖଳା ଦେଇ ଗତି କରିବ ।
*********
(रिलीज़ आईडी: 1622802)
आगंतुक पटल : 231