ରେଳ ମନ୍ତ୍ରଣାଳୟ

ମେ’ 10, 2020 ସୁଦ୍ଧା ଦେଶବ୍ୟାପୀ 366 ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚଳାଚଳ

• ଓଡିଶାରେ ପହଞ୍ଚିଲା 20ଟି ଟ୍ରେନ
• ଓଡିଶାର ଖୋର୍ଦ୍ଧା ରୋଡ, ଜଗନ୍ନାଥପୁର ଓ ଟିଟିଲାଗଡ ଆଦି ସ୍ଥାନରେ ପହଞ୍ଚିଲା ଟ୍ରେନ
• ସାମାଜିକ ଦୂରତା ରକ୍ଷା କରି ପ୍ରତି ଟ୍ରେନରେ ଯାତ୍ରା କରୁଛନ୍ତି 1200 ଯାତ୍ରୀ
• ଯାତ୍ରା ସମୟରେ ଯାତ୍ରୀଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା

Posted On: 10 MAY 2020 4:30PM by PIB Bhubaneshwar

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଦେଶବ୍ୟାପୀ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କ ଯାତାୟାତ ଲାଗି ରେଳ ମନ୍ତ୍ରଣାଳୟ “ଶ୍ରମିକ ସ୍ଵତନ୍ତ୍ର” ଟ୍ରେନ ଚଳାଚଳ କରୁଛି ମେ’ 10, 2020 ସୁଦ୍ଧା ଦେଶବ୍ୟାପୀ ମୋଟ 366ଟି ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚଲାଯାଇଛି । ଏଥିମଧ୍ୟରୁ 287ଟି ଟ୍ରେନ ଗନ୍ତବ୍ୟ ସ୍ତଳରେ ପହଞ୍ଚିସାରିଛି ଏବଂ 79ଟି ଟ୍ରେନ ଯାତ୍ରା କରୁଛି । ଏହି 287ଟି ଟ୍ରେନ ମଧ୍ୟରୁ ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ 20ଟି ଟ୍ରେନ ପହଞ୍ଚିସାରିଛି । ଆନ୍ଧ୍ରପ୍ରଦେଶରେ ଗୋଟିଏ, ବିହାରରେ 87ଟି, ହିମାଚଳପ୍ରଦେଶରେ ଗୋଟିଏ, ଝାଡଖଣ୍ଡରେ 16ଟି, ମହାରାଷ୍ଟ୍ରରେ 3ଟି, ରାଜସ୍ଥାନରେ 4ଟି, ତେଲଙ୍ଗାନାରେ 2ଟି, ଉତ୍ତରପ୍ରଦେଶରେ 127ଟି ଓ ପଶ୍ଚିମବଙ୍ଗରେ 2ଟି ଟ୍ରେନ ପହଞ୍ଚି ସାରିଛି । ଏହି ଟ୍ରେନ ମାଧ୍ୟମରେ ତିରୁଚିରାପଲ୍ଲୀ, ଟିଟିଲାଗଡ, ବରଉଣୀ, ଖାଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ, ପ୍ରୟାଗରାଜ, ଛାପ୍ରା, ବଲିୟା, ଗୟା, ପୁର୍ଣ୍ଣିଆ, ବାରଣାସୀ, ଦରଭଙ୍ଗା, ଗୋରଖପୁର, ଲକ୍ଷ୍ନୌ, ଯୌନପୁର, ହଟିଆ, ବସ୍ତି, କଟୀହାର, ଦାନପୁର, ମୁଜାଫରପୁର ଓ ସହର୍ସା ଆଦି ପ୍ରମୁଖ ସ୍ଥାନରେ ଲୋକମାନଙ୍କୁ ପହଞ୍ଚାଯାଇଛି । ପ୍ରତି ଟ୍ରେନରେ ସାମାଜିକ ଦୂରତା ରକ୍ଷା କରି ପ୍ରାୟ 1200 ଯାତ୍ରୀଙ୍କୁ ଅଣାଯାଇଛି । ଟ୍ରେନ ଯାତ୍ରା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରାଯାଇଛି ଯାତ୍ରା ସମୟରେ ସମସ୍ତଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି ।

 

**********

 



(Release ID: 1622696) Visitor Counter : 229