ପ୍ରତିରକ୍ଷା ମନ୍ତ୍ରଣାଳୟ

ଆଇଏଏଫ ମିଗ-29 (UPG) ବିମାନ ଦୁର୍ଘଟଣା

ପୋଷ୍ଟ କରାଯିବା ଦିନାଙ୍କ: 08 MAY 2020 12:19PM by PIB Bhubaneswar

ମେ 8, 2020, 10.45 ଘଣ୍ଟା ସମୟରେ ଜଳନ୍ଧର ଏୟାରଫୋର୍ସ ଘାଟିରୁ ଏକ ପ୍ରଶିକ୍ଷଣ ମିଶନରେ ଯାତ୍ରା କରୁଥିବା ମିଗ-29 ବିମାନ ଦୁର୍ଘଟଣାଗସ୍ତ ହୋଇଛିଯାତ୍ରା ଆରମ୍ଭ କରିବା ପରେ ବିମାନଟିରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା, ଯାହା ଫଳରେ କି ପାଇଲଟ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ଏହା ଦୁର୍ଘଟଣାଗସ୍ତ ହୋଇଥିଲାଦୁର୍ଘଟଣା ପୂର୍ବରୁ ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିଥିଲେପରେ ପାଇଲଟଙ୍କୁ ଏକ ହେଲିକପ୍ଟର ଜରିଆରେ ଉଦ୍ଧାର କରାଯାଇଥିଲାଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି

 

***************

 

 


(ରିଲିଜ ଆଡି: 1622140) ପରିଦର୍ଶକ କାଉଣ୍ଟର : 254