ପର୍ଯ୍ୟଟନ ମନ୍ତ୍ରଣାଳୟ
ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ “ହିମାଳୟର ବଙ୍ଗଳା” 14ଶ ୱେବିନାର ଅନୁଷ୍ଠିତ
• ଦେଖୋ ଅପନା ଦେଶ୍ ୱେବିନାର ସିରିଜ ଅଧୀନରେ ଦାର୍ଜିଲିଂର ମହାନ ଐତିହ୍ୟ ପ୍ରଦର୍ଶିତ
Posted On:
04 MAY 2020 1:30PM by PIB Bhubaneshwar
ଭାରତୀୟ ହିମାଳୟ ପର୍ବତମାଳା ଏକ ପୂର୍ଣ୍ଣାଙ୍ଗ ପର୍ଯ୍ୟଟନ ସ୍ଥଳୀ ଯାହାର ଶୋଭା ବର୍ଷ ତମାମ ପର୍ଯ୍ୟଟକମାନେ ନେଇଥାନ୍ତି ଏବଂ ସେଥିରୁ ବିଭିନ୍ନ ଅନୁଭୂତି ଆହରଣ କରିଥାନ୍ତି । ହିମାଳୟପ ପର୍ବତମାଳାର 73% କେବଳ ଭାରତରେ ଅବସ୍ଥିତ । ଭାରତ ପାଇଁ ହିମାଳୟ ବର୍ଷ ସାରା ପର୍ଯ୍ୟଟନର ସୁଯୋଗ ପ୍ରଦାନ କରିଥାଏ । ଏହା କଠିନ ଦୁଃସାହସିକ ଅଭିଯାନ ଠାରୁ କୋମଳ ଓ ଉପଭୋଗ୍ୟ ପର୍ଯ୍ୟଟନ ପର୍ଯ୍ୟନ୍ତ । ହିମାଳୟର ବିପୁଳ ସବୁଜିମା ଓ ପ୍ରାଣୀ ସଂପଦ ଜୈବ ବିବିଧତାର ଏକ ହଟ୍ ସ୍ପଟ୍ ଭାବେ ସର୍ବଜନସ୍ୱୀକୃତ । ଏହାର ସୁଉଚ୍ଚ ଗିରିଶୃଙ୍ଗ ଉପରେ ଅନେକ ସୁନ୍ଦର ସୁନ୍ଦର ହ୍ରଦ ରହିଛି । ପୁଣି ଏହାର ବିବିଧ ସଂସ୍କୃତି ଆଧ୍ୟାତ୍ମିକତା ତଥା ଆରୋଗ୍ୟର ଏକ ଗନ୍ତାଘର ଭାବେ ସୁପରିଚିତ ।
ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଖୋ ଅପନା ଦେଶ ୱେବିନାରର 14ଶ ସଂସ୍କରଣ ମେ 2, 2020 ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥବରେ “ହିମାଳୟର ବଙ୍ଗଳା” ସଂପର୍କରେ ଏହି କାର୍ଯ୍ୟକ୍ରମରେ ହେଲ୍ପ ଟୁରିଜିମ ପ୍ରାଇଭେଟ ଲିମିଟେଡ଼ର ଶ୍ରୀ ସୁପ୍ରତିମ (ରାଜ) ବସୁ,ଏକ ପ୍ରେଜେଣ୍ଟେସନ୍ ଉପସ୍ଥାପନ କରିଥିଲେ । ଏହା ଅଂଶଗ୍ରହଣକାରୀମାନଙ୍କୁ ଦାର୍ଜିଲିଂ, ଦାର୍ଜିଲିଂ ଚା’ର ଇତିହାସ, ଦାର୍ଜିଲିଂ ହିମାଲୟାନ ରେଲୱେ (ଡ଼ିଏଚଆର) ଅଥବା ଖେଳନା ଟ୍ରେନ୍, ଟ୍ରେକ୍ ଏବଂ ଟେଲ୍ସ, ଡାକ ବଙ୍ଗଳାର ଐତିହ୍ୟ ଓ ଚାର୍ଟର ଟ୍ରେନ୍, ଗ୍ରାମ୍ୟ ସଂସ୍କୃତି ଓ ଘରୋଇ ରହଣି ପ୍ରତି ଆକର୍ଷିତ କରିଥିଲା ।
ହିମାଳୟକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସଦାବେଳେ ପ୍ରୋତ୍ସାହିତ କରାଯାଇ ଆସିଛି ଏବଂ ଏହା ଭାରତକୁ ବର୍ଷ ସାରା ଏକ ପର୍ଯ୍ୟଟନ ଗସ୍ତବ୍ୟସ୍ଥଳୀ ଭାବେ ମାର୍କେଟିଂ କରିବାରେ ସହାୟକ ହୋଇଆସିଛି । କାରଣ ଭାରତୀୟ ହିମାଳୟ ବର୍ଷତମାମ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଆସିଛି । ପର୍ଯ୍ୟଟନ ମନ୍ତ୍ରଣାଳୟ ତା’ର ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ଦେଶର କେତେକ ପ୍ରସଙ୍ଗ ଭିତ୍ତିକ ସର୍କିଟର ବିକାଶ ଘଟାଇଛି ଏବଂ ଏହାକୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ୱ ପ୍ରଦାନ କରୁଛି । ହିମାଳୟ ସର୍କିଟ୍ ଏହି ଯୋଜନାର ଏକ ଚିହ୍ନିତ ସର୍କିଟ୍ ।
ଦେଶରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ନିମନ୍ତେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଭାରତ ସରକାର ଆଉ 100ଟି ନୂତନ ଗିରିଶୃଙ୍ଗକୁ 2019 ଠାରୁ ପର୍ବତାରୋହଣ ସକାଶେ ଖୋଲିଛନ୍ତି ।
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣଳୟର “ଦେଖୋ ଅପନା ଦେଶ” ୱେବିନାର ସିରିଜରେ ମେ 2, 2020 ତାରିଖ ଦିନ ଏହାର 14ଶ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ହିମାଳୟ ଦ୍ୱାରା ବଙ୍ଗଳାର ଗାଥାକୁ ପ୍ରଦର୍ଶିତ କରାଯାଇଛି ।
ଏବେ ଏହି ୱେବିନାର ଅଧିବେଶନ https://www.youtube.com/channel/UCbzIbBmMvtvH7d6Zo_ZEHDA/featuredରେ ଉପଲବ୍ଧ/ ବର୍ଣ୍ଣିତ ଏବଂ ତାହା ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ସୋସିଆଲ୍ ମିଡ଼ିଆ ବ୍ୟବହାରକାରୀଙ୍କ ଦ୍ୱାରା ନିୟନ୍ତ୍ରିତ ।
ପରବର୍ତ୍ତୀ ୱେବିନାର “ପଞ୍ଜାବ- ବ୍ରୋସିଓର୍ ବାହାରର ସ୍ୱରୂପ” ମେ 5, 2020 ତାରିଖ ଦିନ ପୂର୍ବାହ୍ନ 11ଟା ବେଳେ ଆୟୋଜିତ ହେବ ।
**********
(Release ID: 1621068)
Visitor Counter : 199