ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

କୃଷି ଏମଏସଏମଇ ନୀତି ଉପରେ କାର୍ଯ୍ୟ କରୁଛି କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟ : ଶ୍ରୀ ନୀତିନ ଗଡ଼କରୀ

• ଶିଳ୍ପ କ୍ଲଷ୍ଟର ଓ ଲଜିଷ୍ଟିକ ପାର୍କରେ ଭବିଷ୍ୟତ ନିବେଶ ନିମନ୍ତେ ଏକ ସୁଯୋଗ ଭାବେ ଦିଲ୍ଲୀ-ମୁମ୍ବାଇ ଗ୍ରୀନ ଏକ୍ସପ୍ରେସ ହାଇୱେର ନୂତନ ସଂଯୋଗ ଉପରେ ମନ୍ତ୍ରୀଙ୍କ ଗୁରୁତ୍ବାରୋପ
• ଆମଦାନୀ ଉତ୍ପାଦ ବ୍ୟତୀତ ଭାରତୀୟ ଆୟୁର୍ବେଦ ଉପଯୋଗ ଉପରେ ସୁସ୍ଥତା ଓ ସୌନ୍ଦର୍ଯ୍ୟ ଉଦ୍ୟୋଗ ଜଗତ ଧ୍ୟାନ ଦେବା ଉଚିତ

Posted On: 04 MAY 2020 6:34PM by PIB Bhubaneshwar

ଏକ କୃଷି ଏମଏସଏମଇ ନୀତି ଆଣିବା ଦିଗରେ ଏମଏସଏମଇ ମନ୍ତ୍ରଣାଳୟ କାର୍ଯ୍ୟ କରୁଥିବା କେନ୍ଦ୍ର ଏମଏସଏମଇ ଏବଂ ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଆଜି ସୂଚନା ଦେଇଛନ୍ତି । ସ୍ଥାନୀୟ କଞ୍ଚାମାଲ ବ୍ୟବହାର କରି ସାମଗ୍ରୀ ଉତ୍ପାଦନ ପାଇଁ ଏହା ଗ୍ରାମୀଣ, ଆଦିବାସୀ, କୃଷି ଓ ଜଙ୍ଗଲ କ୍ଷେତ୍ରରେ ଉଦ୍ୟମିତ ବିକାଶ ଉପରେ ଗୁରୁତ୍ବାରୋପ କରିବ

ଏସଏମଇ ଚାମ୍ବର ଅଫ ଇଣ୍ଡିଆ, ଏସଏମଇ ଏକ୍ସପୋର୍ଟ ପ୍ରମୋସନ କାଉନସିଲ ଏବଂ ସୁସ୍ଥତା ଓ ସୌନ୍ଦର୍ଯ୍ୟ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହିତ ଏମଏସଏମଇ ଉଦ୍ୟୋଗ ଉପରେ କୋଭିଡ-19 ପ୍ରଭାବ ସମ୍ପର୍କରେ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ।

କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ ଶିଳ୍ପ ପ୍ରତିନିଧିମାନଙ୍କୁ ଆହ୍ବାନ କରିଥିଲେ। ବ୍ୟବସାୟ କରିବା ସମୟରେ ମାସ୍କ, ସାନିଟାଇଜର ଆଦି ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ବିଦେଶୀ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ନହୋଇ ଘରୋଇ ଉତ୍ପାଦନ ଉପରେ ଗୁରୁତ୍ବାରୋପ କରିବା ସହିତ ଆମଦାନୀ ବ୍ୟତୀତ ରପ୍ତାନି ଉପରେ ଜୋର ଦେବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଜାପାନର ଉଦାହରଣ ଦେଇ ମନ୍ତ୍ରୀ କହିଥିଲେ ଯେ ଚୀନରୁ ଜାପାନୀ ନିବେଶ ପ୍ରତ୍ୟାହାର କରି ଅନ୍ୟତ୍ର ନେଇଯିବା ନିମନ୍ତେ ଜାପାନ ସରକାର ସେଠାକାର ଉଦ୍ୟୋଗଜଗତ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।

ସେ ଆହୁରି କହିଥିଲେ, ଦିଲ୍ଲୀ-ମୁମ୍ବାଇ ଗ୍ରୀନ ଏକ୍ସପ୍ରେସ ହାଇୱେର ନୂଆ କରି ସଂଯୋଗ କରିବା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଅତ୍ୟାଧୁନିକ ଶିଳ୍ପ କ୍ଲଷ୍ଟର, ଲଜିଷ୍ଟିକରେ ଭବିଷ୍ୟତ ନିବେଶ ଲାଗି ଏହା ଉଦ୍ୟୋଗ ଜଗତ ପାଇଁ ସୁଯୋଗ ସୃଷ୍ଟି କରିବ

ଆମଦାନୀ ହେଉଥିବା ଉତ୍ପାଦ ପରିବର୍ତ୍ତେ ଭାରତୀୟ ଆୟୁର୍ବେଦ ଉତ୍ପାଦ ଉପଯୋଗ କରିବା ନିମନ୍ତେ ସୁସ୍ଥତା ଓ ସୌନ୍ଦର୍ଯ୍ୟ ଉଦ୍ୟୋଗ ଜଗତକୁ ଶ୍ରୀ ଗଡ଼କରୀ ପରାମର୍ଶ ଦେଇଥିଲେ ମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏମଏସଏମଇର ବିଭିନ୍ନ ଯୋଜନା ପାଇଁ ତାଲିମ, ଦକ୍ଷତା ବିକାଶ ଓ ଉଦ୍ୟମିତା ଲାଗି ଆୟୁଷ ମନ୍ତ୍ରଣାଳୟ ଏବଂ ଏମଏସଏମଇ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି ଏହି ଉଦ୍ୟୋଗ ଜଗତକୁ ଏମଏସଏମଇ ମନ୍ତ୍ରଣାଳୟ ଅଧୀନରେ ପଞ୍ଜିକୃତ ହେବା ଲାଗି ସେ ପରାମର୍ଶ ଦେଇଥିଲେ, ଯାହାଦ୍ବାରା ସେମାନେ ଏମଏସଏମଇ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାର ଲାଭ ଉଠାଇପାରିବେ

ଏହି ଆଲୋଚନା ସମୟରେ କୋଭିଡ-19 କାରଣରୁ ଏମଏସଏମଇ ଉଦ୍ୟୋଗ ଜଗତ ସମ୍ମୁଖିନ ହେଉଥିବା ସମସ୍ୟା ସମ୍ପର୍କରେ ପ୍ରତିନିଧିମାନେ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାଛଡ଼ା ସରକାରଙ୍କ ଠାରୁ ସମର୍ଥନ ଓ ପରାମର୍ଶ ମଗାଯାଇଥିଲା। ଋଣସ୍ଥଗନ ଅବଧି ବୃଦ୍ଧି, କର୍ମଚାରୀଙ୍କୁ ଦରମା ପ୍ରଦାନ, ଇଏସଆଇ ଓ ପ୍ରୋଭିଡେଣ୍ଟ ଫଣ୍ଡ ଯୋଗାଣ, ଏମଏସଏମଇ ପାଇଁ ହେଲ୍ପଲାଇନ, ଆର୍ଥିକ ସହାୟତା ଆଦି ପ୍ରସଙ୍ଗ ସେମାନେ ଉଠାଇଥିଲେ। ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିନିଧିମାନଙ୍କୁ ଶ୍ରୀ ଗଡ଼କରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ

 

***********

 



(Release ID: 1621066) Visitor Counter : 217