ରେଳ ମନ୍ତ୍ରଣାଳୟ

ଲକଡାଉନ ସମୟରେ ରେଳବାଇର ବୃହତ ଟ୍ରାକ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ

• ରେଳ ମନ୍ତ୍ରଣାଳୟ ପକ୍ଷରୁ ନିରାପତା ଓ ପରିଚାଳନାଗତ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ବୃହତ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ହାତକୁ ନିଆଯାଇଛି । ସେଥି ମଧ୍ୟରୁ ଅନେକ କାମ ଦୀର୍ଘଦିନ ଧରି ବିଭିନ୍ନ କାରଣରୁ କାର୍ଯ୍ୟକାରୀ ହୋଇ ପାରିନଥିଲା । ସେଥି ମଧ୍ୟରେ ସେତୁ ଓ ଟ୍ରାକର ମରାମତି, ୟାର୍ଡ ରିମଡେଲିଂ, ସିଜର କ୍ରସଓଭରର ନବୀକରଣ ଆଦି ଅନ୍ୟତମ । ଲକଡାଉନ କାଳରେ ଏହି କାମ ଜୋରସୋରରେ ଚାଲିଛି ଏବଂ ରେଳବାଇର ଯୋଦ୍ଧାମାନେ ଏହି କାମ ଚଳାଇଛନ୍ତି । ବିଭିନ୍ନ ରେଳ ଜୋନରେ ଏସବୁ କାର୍ଯ୍ୟ ଚାଲିଛି ଓ ସେଥିରୁ ଅନେକ ସଂପୂର୍ଣ୍ଣ ହେଲାଣି । ଏହା ଫଳରେ ରେଳ ଚଳାଚଳ କ୍ଷେତ୍ରରେ ଥିବା ଅସୁବିଧା ଦୂରହେଉଛି ।
• ଯେଉଁ ସବୁ ଟ୍ରାକର ମରାମତି ଦୀର୍ଘଦିନ ହେଲା ଜରୁରୀ ଥିଲା ସେଥି ମଧ୍ୟରୁ 12270 କିମି ପ୍ଲେନ ଟ୍ରାକ୍ ଓ 5263ଟି ଟର୍ଣ୍ଣ ଆଉଟ ଟ୍ରାକ ସ୍ଥାନର ମରାମତି ଇତି ମଧ୍ୟରେ ଶେଷ ହୋଇଛି । ଏହା ସହିତ ସିଗନାଲ ଓ ଓଭର ରେଡ୍ ଇକ୍ୟୁପମେଂଟ ମରାମତି କରାଯାଇଛି । ଏଥିପାଇଁ ରେଳବାଇ 500 ଆଧୁନିକ ଟ୍ରାକ ମେଂଟନାନ୍ସ ଓଜନଦାର ମେସିନ, ସିଗନାଲ ଏବଂ ଓଏଚଇ ମେଂଟନାନ୍ସକୁ କାମରେ ଲଗାଇଛି । ଏସବୁ ମେସିନ ନିୟମିତ ଭାବେ କାର୍ଯ୍ୟ କରିବା ସହ 10749 ଯନ୍ତ୍ର ଦିବସ (ମେସିନ ଡେ) ସୃଷ୍ଟି କରିବାରେ ସହାୟକ ହୋଇଛି ।
• ଅଲଟ୍ରାସୋନିକ ଫ୍ଲୋ ଡିଟେକସନ ମେସିନ ସାହାଯ୍ୟରେ 30182 କିମି ରେଳପଥ ଓ 1,34,443 ରେଲ ୱେଲଡସର ପରୀକ୍ଷା ନିରୀକ୍

Posted On: 02 MAY 2020 1:14PM by PIB Bhubaneshwar

ଲକଡାଉନ ସମୟରେ ପାସେଞ୍ଜର ଟ୍ରେନ ସବୁର ଚଳାଚଳ ବନ୍ଦ ରହିଛିକେବଳ ଅତ୍ୟାବଶ୍ୟକ ସେବା ଯୋଗାଣ ପାଇଁ ନିମ୍ନ ମରାମତି ପାର୍ସଲ ଟ୍ରେନ ଚାଲୁଛି

ରେଳବାଇ ବା ଟ୍ରାକର ଅବସ୍ଥା ଟ୍ରେନ ଚଳାଚଳ କ୍ଷେତ୍ରରେ ବିଶେଷ ଗୁରୁତ୍ୱ ରଖିଥାଏଏହାର ଦୃଢତା ଦକ୍ଷତା ଉପରେ ରେଳବାଇର ନିରାପତା ନିର୍ଭର କରେଏହି ଲକଡାଉନ କାଳରେ ଓସିଲେସନ ମନିଟରିଂ ସିଷ୍ଟମ (OMS) ସହାୟତାରେ ବିଭିନ୍ନ ସ୍ଥାନରେ ରେଳପଥର  ଦୁର୍ବଳ ସ୍ଥିତିକୁ ଯାଂଚ କରାଯାଇଛି ।  ମେସିନ ଭଳି ଏହି ବ୍ୟବସ୍ଥାଟି ପଥ  ଉପରେ ଗତି କରି ଟ୍ରାକ୍ରସ୍ଥିତି ଯାଂଚ କରିଥାଏଏହାଦ୍ୱାରା ମୋଟ 1,92,488 କିମି ଟ୍ରାକର ସ୍ଥିତି ଅନୁଧ୍ୟାନ କରାଯାଇଛିଏହି ଯାଂଚ ବେଳେ 5362ଟି ସ୍ଥାନରେ ଟ୍ରାକର ଯେଉଁ ତ୍ରୁଟି ଧରାପଡିଥିଲା ତାହାକୁ ସୁଧାରି  ନିଆଯାଇଛିଖରାଦିନେ ଟ୍ରାକର ରକ୍ଷଣାବେକ୍ଷଣ ପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରାଯାଏ ତାହା ମଧ୍ୟ ଏଥର କରାଯାଇଛି  ଲଙ୍ଗ ୱେଲଡେଡ ରେଲର ଡିଷ୍ଟ୍ରସିଂ କାମ (LWRଯାହା ବିପୁଳ ଲୋକ ଶକ୍ତି ଲୋଡିଥାଏ, ଏଥର ତାହା  ନୂଆ ଉପାୟରେ ହୋଇଛିଶ୍ରମିକମାନଙ୍କୁ ଏହି କାମରେ ନିୟୋଜିତ କରିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶାରୀରିକ ମାନସିକ ଦୂରତ୍ୱ ରକ୍ଷାକୁ କାର୍ଯ୍ୟକାରୀ କରାଯାଇଛି2246 କିମି ଲଙ୍ଗ ୱେଲଡେଡ ରେଲର ଡିଷ୍ଟ୍ରେସିଙ୍ଗ କାର୍ଯ୍ୟ ସପନ୍ନ ହୋଇଛି

କେତେକ ଗୁରତ୍ୱପୂର୍ଣ୍ଣ ଟ୍ରାକ କାମ

ଦକ୍ଷିଣ କେନ୍ଦ୍ର ରେଳବାଇର କାଜିପେଟୟାର୍ଡରେ ଥିବା ଉଡେନ (କାଠ) ଲେଆଉଟ ସିଜିରର୍ସ କ୍ରସ  ଏହାର ନବୀକରଣ କରାଯାଇ ଏଥିରେ ଷ୍ଟାଣ୍ଡର୍ଡ ପ୍ରି.ଷ୍ଟ୍ରେସ କଂକ୍ରିଟ (PSC) ବ୍ୟବହାର କରାଯାଇଛିଏଠାରେ ପୁରୁଣା ୟାର୍ଡର ରିମଡେଲିଂ ପାଇଁ 72 ଘଂଟା ଲାଗିଥିଲା 1970ରେ ଏହି ଉଡେନ ଲେଆଉଟ ସିତର୍ସ କ୍ରସ ଓଭର ତିଆରି ହୋଇଥିଲାଏହା ଫଳରେ ଏହି ୟାର୍ଡରେ ଟ୍ରେନ ଚଳାଚଳର  ନିରାପତା ବେଗ ବଡିବ

ସେହିଭଳି ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ବିଜୟୱାଡା ୟାର୍ଡରେ ସିଜରର୍ସ କ୍ରସଓଭର ନବୀକରଣ କରାଯାଇଛିଏଥିପାଇଁ 24 ଘଂଟା ସମୟ ଲାଗିଥିଲାସେ ଏଠାରେ ମଧ୍ୟ ଉଡେନ ଲେଆଉଟ ସିଜର୍ସ କ୍ରସଓଭର ସ୍ଥାନରେ ଷ୍ଟାଣ୍ଡାର୍ଡ ପିଏସସି ଲେଆଉଟ କ୍ରସଓଭର କରାଯାଇଛିଏହା ଫଳରେଏହି ବ୍ୟବସ୍ଥା ଅଧିକ ଦକ୍ଷ ନିରାପତା ହୋଇଛିସିକନ୍ଦରାବାଦ ବିଶାଖାପଟଣା  ଆଡକୁ ରେଳ ଚଳାଚଳ ସୁଗମ କରିବାରେ ଏହା ସହାୟକ ହୋଇଛି  ।

ପଶ୍ଚିମ ରେଳବାଇ ଅନ୍ତର୍ଗତ କରୋନା ଷ୍ଟେସନରେ ସିମେଂଟ କଂକ୍ରିଟ ଆପ୍ରନ ଲାଇନ 1 2ରୁ ମରାମତି ପାଇଁ 12 ଦିନ ସମୟ ପଡିଥଲାଏହା ଫଳରେ ଏହି ଟ୍ରାକ ଯଥେଷ୍ଟ ମଜବୁତ ନିରାପଦ ହୋଇଛି

ଦକ୍ଷିଣ-ପଶ୍ଚିମ ରେଳପଥର ବାଙ୍ଗାଲୋର ସିଟି ୟାର୍ଡର ରିମ ହେଲିଂ କରାଯାଇ ମହୀସୁର ଆଡକୁ ଯିବା ଆସିବା କରୁଥିବା ଟ୍ରେନ ସମୂହର ଚଳାଚଳକୁ ସୁଗମ କରାଯାଇଛିଏହି କାମଟି 10 ବର୍ଷ ଧରି ପଡିରହିଥିଲାଏହି ପଥ ଦେଇ ବହୁ ଟ୍ରେନ ଚଳାଚଳ କରୁଥିବାରୁ ସେ ସବୁକୁ ବାତିଲ କରି ଏ କାମ କରିବା ସହିଜ ହେଉନଥିଲାଲକଡାଉନ ଏଥିପାଇଁ ଯେଉଁ ସୁଯୋଗ ଦେଲା ତାହାକୁ ରେଳବାଇ ହାତ ଛଡା କରିନାହିଁ

ଗୁରୁତ୍ୱପୂର୍ଣ୍ଣ ସେତୁ କାମ

ଦକ୍ଷିଣ- ପଶ୍ଚିମ ରେଳପଥ ଅନ୍ତର୍ଗତ ଯିବ ମୋଗାସହରନିକଟରେ ପ୍ରବାହିତ ତୁଙ୍ଗ ନଦୀ ଉପରେ ଥିବା ରେଳପୋଲ (ନଂ-86)   ଗାର୍ଡର ପରିବର୍ତ୍ତନ କାର୍ଯ୍ୟଚାଲିଛିଏହା ଏକ ଗୁରୁତ୍ୱପୂର୍ଣ୍ଣ ରେଳ ସେତୁ   ଏଥିରେ 15ଟି ସ୍ଥାନ ରହିଛିଏହି ସେତୁରେ 18.30 ମିଟର ଲମ୍ବ ଷ୍ଟିଲପ୍ଲେଟ ଗାର୍ଡର ନୂଆ ଲଗାଯାଉଛି45 ଘଂଟା ଟ୍ରେନ ଚଳାଚଳ ବିନା ଏହି କାମ ସହଜରେ ହୋଇ ପାରିନଥାନ୍ତାସମଗ୍ର ସେତୁର ଗାର୍ଡର ପରିବର୍ତ୍ତନ କାର୍ଯ୍ୟ ମେ ଦୁଇ ତାରିଖ ସୁଦ୍ଧା ଶେଷ ହେବ ।  ଏଥି ପାଇଁ 25 ଟନ୍ ଓଜନ ବିଶିଷ୍ଟ ଷ୍ଟାଣ୍ଡର୍ଡ ଷ୍ଟିଲଗାର୍ଡ ବ୍ୟବହୃତ ହେଉଛି ।  ଏହି ସେତୁର ଉଚ୍ଚତା ନଦୀ ପତନରୁ 20 ମିଟର

ଦକ୍ଷିଣ ରେଳପଥର ଚେନ୍ନାଇ ଷ୍ଟେସନ ନିକଟରେ ଥିବା ରୋଡ ଓଭରବ୍ରିଜ ଭଙ୍ଗାଯାଇ ଚେନ୍ନାଇ ସେଂଟ୍ରାଲ ଷ୍ଟେସନକୁ ନୂଆ ସଂଯୋଗ ପଥ ନିର୍ମାଣ କାମ ଚାଲିଛିଏପ୍ରିଲ 26ରେ ଏହି କାମ ଚାଲିଛିସଂପୃକ୍ତ ରୋଡ ଓଭରବ୍ରିଜଟି ଅସୁରକ୍ଷିତ ଥିଲାଏହା ଆଠଟି ଟ୍ରାକ ଅତିକ୍ରମ କରିଥିଲା ।   ମେ 3 ସୁଦ୍ଧା ଏହି କାମ ଶେଷ କରିବାର ଲକ୍ଷ୍ୟ ରଖାଯାଇଛିଏଥି ପାଇଁ 48 ଘଂଟା ଟ୍ରାଫିକ ବନ୍ଦ କରିବାକୁ ପଡିଥାନ୍ତା ଏବେ ସେ ଅସୁବିଧା ନାହିଁ

ପୂର୍ବତଟ ରେଳପଥର ବିଶାଖାପଟଣା ଗୋପାଳପଟଣା ସେକସନରେ କେସବୱେ ନିର୍ମାଣ କାର୍ଯ୍ୟ କରାଯାଇଛିଏହା ଦ୍ୱାରା ଏକ ଲେଭଲ କ୍ରସିଂ ବଳ ହୋଇଛି  ଗମନାଗମନ ବ୍ୟବସ୍ଥା ସୁରକ୍ଷିତ ହୋଇଛି

ଦକ୍ଷିଣ- କେନ୍ଦ୍ରୀ ରେଳପଥର ରାଜମହେନ୍ଦ୍ରୀ ବିଶାଖାପଟଣା ସେକସନରେ ଏକ ସେତୁ ନିର୍ମାଣ କରାଯାଇ ବନ୍ୟାପଣି ନିଷ୍ପାସନ ବ୍ୟବସ୍ଥା କରାଯାଇଛିଏହା ଫଳରେ ରେଳପଥ ପାଇଁ ଆଉ ବନ୍ୟାଭୟ ନାହିଁ ଏହା ଛଡା କେନ୍ଦ୍ରୀୟ ରେଳପଥର ରୁମା ୱଲ ଡିଭିଜନରେ ଛଅ  ଫୁଟ ଓଭରବ୍ରିଜ ତିଆରି କରାଯାଇଛିଧାର୍ଯ୍ୟ ସମୟ ମେ  ଦୁଇ ସୁଦ୍ଧା ଏସବୁ ଲୋକାର୍ପିତ ହେବାକୁ ରହିଛି

ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ରେଳବାଇ ପକ୍ଷରୁ  ପୁରୁଣା ଅସୁରକ୍ଷିତ ଫୁଟ ଓଭର ବ୍ରିଜକୁ ଭଙ୍ଗାଯାଉଛିସେଥି ମଧ୍ୟରୁ ଉତ୍ତର ରେଳପଥର ଲୁଧିଆନା ଷ୍ଟେସରେ ଥିବା ଏକ 100 ବର୍ଷର ପୁରୁଣା ଫୁଟ ଓଭରବ୍ରିଜ ଅନ୍ୟତମଏହା ଛଡା ପୂର୍ବ କେନ୍ଦ୍ରୀୟ ରେଳପଥର ସମସ୍ତିପୁର ଡିଭିଜନରେ କେନାଲ କାମ  ପାଇଁ ବ୍ୟସ୍ତ ବ୍ୟାକୁଳ ବାବରଘାଟି ତିରସରାଇ ଲାଇନରେ ଏକ ସର୍ଭିସଗାର୍ଡର ଲଗାଯାଇଛିଏହାଛଡା ପୂର୍ବ ରେଳପଥର ଟଲ୍ଲାସ୍ଥିତ ଅସୁରକ୍ଷିତ ରୋଡ ଓଭରବ୍ରିଜକୁ ଭଙ୍ଗାଯାଇ ନୂଆ ବ୍ରିଜ କାମ ଚାଲିଛି ।  ଆଠ ପ୍ଲାନ ବିଶିଷ୍ଟ ଏହି ଓଭରବ୍ରିଜ 11ଟି ଟ୍ରାକ ଅତିକ୍ରମ କରି କୋଲକତା ଷ୍ଟେସନକୁ ସଂଯୋଗ କରୁଥିଲାସାଧାରଣ ସମୟରେ ଏହାକୁ ଭାଂଗିଥିଲେ ଟ୍ରାଫିକ ଚଳାଚଳକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ କରିବାକୁ ପଡିଥାନ୍ତା

 

************



(Release ID: 1620604) Visitor Counter : 164