ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲିଙ୍କଡ ଇନ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା; ‘କୋଭିଡ-୧୯ ସମୟରେ ଜୀବନ’

• କରୋନା ଭୂତାଣୁ ପେସାଦାର ଜୀବନର ରୂପରେଖକୁ ବଦଳାଇ ଦେଇଛି
• ବିଶ୍ବ ଏକ ନୂଆ ବ୍ୟବସାୟ ମଡେଲ ଲକ୍ଷ୍ୟରେ ରହିଛି
• ଡିଜିଟାଲ ପେମେଣ୍ଟ ଗ୍ରହଣଯୋଗ୍ୟତାର ସବୁଠୁ ବଡ଼ ଉଦାହରଣ
• ଉତ୍ପାଦକତା ଏବଂ ଦକ୍ଷତା ଭିତ୍ତିକ ମଡେଲ ବିଷୟରେ ଚିନ୍ତା କରାଯିବା ଆବଶ୍ୟକ
• ଭାରତ କୋଭିଡ ପରବର୍ତ୍ତୀ ବିଶ୍ବରେ ସର୍ବାଗ୍ରେ ରହିବା ଉଚିତ

Posted On: 19 APR 2020 6:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲିଙ୍କଡ୍ ଇନ ଜରିଆରେ କେତେକ ବିଚାର ବ୍ୟକ୍ତ କରିଛନ୍ତି, ଯାହା ଯୁବପିଢ଼ି ଏବଂ ପେସାଦାରମାନଙ୍କୁ ଆକୃଷ୍ଟ କରିବ।

ନିମ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚାର ବ୍ୟକ୍ତ କରାଗଲା ଯାହାକୁ ସେ ଲିଙ୍କଡଇନରେ ଶେୟାର କରିଛନ୍ତି

ଉତ୍ଥାନପତନ ମଧ୍ୟରେ ଚଳିତ ଶତାବ୍ଦୀର ତୃତୀୟ ଦଶନ୍ଧି ଆରମ୍ଭ ହୋଇଛି କୋଭିଡ-19 ଏଥିରେ ଅନେକ ବାଧା ସୃଷ୍ଟି କରିଛି। କରୋନା ଭୂତାଣୁ ପେସାଦାର ଜୀବନର ରୂପରେଖକୁ ବଦଳାଇ ଦେଇଛି। ଆଜିର ଦିନରେ, ଘର ନୂଆ ଅଫିସ ପାଲଟିଛି। ଇଣ୍ଟରନେଟ ନୂଆ ମିଟିଂ ରୁମ ପାଲଟିଛି। ବର୍ତ୍ତମାନ ସମୟରେ, ସହକର୍ମୀଙ୍କ ସହିତ ଅଫିସ ବିରତି ଇତିହାସ ପାଲଟିଲାଣି।

ମୁଁ ମଧ୍ୟ ଏସବୁ ପରିବର୍ତ୍ତନକୁ ଗ୍ରହଣ କରିଚାଲିଛି। ଅଧିକାଂଶ ବୈଠକ, ତାହା ମୋର ମନ୍ତ୍ରିମଣ୍ଡଳ ସହଯୋଗୀଙ୍କ ସହ ହେଉ କିମ୍ବା ଅଧିକାରୀ ବିଶ୍ବ ନେତାଙ୍କ ସହିତ ହେଉ, ଏବେ ଭିଡିଓ କନଫରେନ୍ସ ଜରିଆରେ ହେଉଛି। ବିଭିନ୍ନ ଅଂଶୀଦାରଙ୍କ ଠାରୁ ତୃଣମୂଳସ୍ତରରୁ ମତାମତ ସଂଗ୍ରହ କରିବାକୁ ହେଲେ, ସମାଜର ବିଭିନ୍ନ ବର୍ଗଙ୍କ ସହିତ ଭିଡିଓ କନଫରେନ୍ସ ବୈଠକ ଆୟୋଜନ କରାଯାଉଛି। ସ୍ବେଚ୍ଛାସେବୀ ସଂଗଠନ, ନାଗରିକ ସମାଜ ଗୋଷ୍ଠୀ ଏବଂ ଗୋଷ୍ଠୀଭିତ୍ତିକ ସଂଗଠନ ସହିତ ବ୍ୟାପକ ଆଲୋଚନା ହୋଇଛି ରେଡିଓ ଜକିମାନଙ୍କ ସହିତ ମଧ୍ୟ ଏକ ଆଲୋଚନା ହୋଇସାରିଛି।

ଏହାଛଡ଼ା, ମୁଁ ଦୈନିକ ଏକାଧିକ ଫୋନ କଲ କରୁଛି, ସମାଜର ବିଭିନ୍ନ ବର୍ଗଙ୍କ ଠାରୁ ମତାମତ ସଂଗ୍ରହ କରୁଛି।

ବର୍ତ୍ତମାନ ସମୟରେ ଲୋକମାନେ ଭିନ୍ନ ମାର୍ଗରେ ନିଜର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଆମର ଚଳଚ୍ଚିତ୍ର ତାରକାମାନେ କେତେକ ସୃଜନଶୀଳ ଭିଡିଓ ପ୍ରସ୍ତୁତ କରିଛନ୍ତି ଏଥିରେ ସେମାନେ ଘରେ ରହିବାର ଉପଯୁକ୍ତ ବାର୍ତ୍ତା ଦେଉଛନ୍ତି ଆମର ଗାୟକମାନେ ଏକ ଅନଲାଇନ କନସର୍ଟ ଆୟୋଜନ କରିଛନ୍ତି ଚେସ ଖେଳାଳୀମାନେ ଡିଜିଟାଲ ମାଧ୍ୟମରେ ଚେସ ଖେଳୁଛନ୍ତି ଏବଂ ଏହା ଜରିଆରେ ସେମାନେ କୋଭିଡ-19 ମୁକାବିଲାରେ ସହଯୋଗ କରିଛନ୍ତି ଏହା କେତେ ଅଭିନବ ନା !

କାର୍ଯ୍ୟସ୍ଥଳୀ ପ୍ରଥମେ ଡିଜିଟାଲ ହେଉଛି, ଏବଂ କାହିଁକି ନୁହେଁ?

କହିବାକୁ ଗଲେ, ଗରିବଙ୍କ ଜୀବନରେ ପ୍ରଯୁକ୍ତିର ସବୁଠୁ ଯୁଗାନ୍ତକାରୀ ପ୍ରଭାବ ପଡ଼ୁଛି। ପ୍ରଯୁକ୍ତି କାରଣରୁ ହିଁ ଅମଲାତନ୍ତ୍ରିକ ହାକିମାତି, ମଧ୍ୟସ୍ଥଙ୍କ ଦଲାଲି ଦୂର ହୋଇଛି ଏବଂ କଲ୍ୟାଣମୂଳକ ପଦକ୍ଷେପ ତ୍ବରାନ୍ବିତ ହୋଇପାରିଛି।

ମୁଁ ଆପଣଙ୍କୁ ଗୋଟିଏ ଉଦାହରଣ ଦେଉଛି ଆମେ ଯେତେବେଳେ 2014ରେ ଦେଶବାସୀଙ୍କ ସେବା କରିବାକୁ ସୁଯୋଗ ପାଇଲୁ, ଆମେ ଭାରତବାସୀଙ୍କୁ ଯୋଡ଼ିବା ଲାଗି ପ୍ରୟାସ କରିଥିଲୁ, ବିଶେଷ କରି ଗରିବ ଲୋକମାନଙ୍କୁ ସେମାନଙ୍କ ଜନ ଧନ ଆକାଉଣ୍ଟ, ଆଧାର ମୋବାଇଲ ନମ୍ବର ସହିତ।

ଅତି ସହଜ ଜଣାପଡ଼ୁଥିବା ଏହି ସଂଯୋଗ ବହୁ ଦଶନ୍ଧି ଧରି ଚାଲିଆସୁଥିବା ଦୁର୍ନୀତି ଲାଞ୍ଚଖୋରୀକୁ କେବଳ ଦୂର କଲା ନାହିଁ ବରଂ ସରକାରଙ୍କୁ ଗୋଟିଏ କ୍ଲିକରେ ଅର୍ଥ ହସ୍ତାନ୍ତର ପାଇଁ କ୍ଷମତା ଦେଲା। ଏହି ବଟନ କ୍ଲିକ ବିଭିନ୍ନ ସ୍ତରର ନାଲିଫିତା ବ୍ୟବସ୍ଥା ଏବଂ ବହୁସପ୍ତାହର ବିଳମ୍ବକୁ ଦୂର କଲା।

ଭାରତ ନିକଟରେ ଥିବା ଏପରି ଭିତ୍ତିଭୂମି ବୋଧହୁଏ ବିଶ୍ବରେ ସର୍ବବୃହତ ଏହି ଭିତ୍ତିଭୂମି ସିଧାସଳଖ ଏବଂ ତୁରନ୍ତ ଗରିବ ଅସହାୟଙ୍କ ନିକଟକୁ ଅର୍ଥ ହସ୍ତାନ୍ତର କରିବାରେ ଆମକୁ ସହାୟକ ହୋଇଛି, କୋଭିଡ-19 ସମୟରେ ଏହା ଜରିଆରେ କୋଟି କୋଟି ପରିବାର ଉପକୃତ ହୋଇଛନ୍ତି।

ଶିକ୍ଷା କ୍ଷେତ୍ରରେ ଆଉ ଏକ ଦିଗ ରହିଛି ଏହି କ୍ଷେତ୍ରରେ ଅଭିନବ ପଦ୍ଧତି ପ୍ରଚଳନ କରିଥିବା ବହୁ ପ୍ରତିଭାଶାଳୀ ପେସାଦାର ରହିଛନ୍ତି। ଏହି କ୍ଷେତ୍ରରେ ପ୍ରଯୁକ୍ତି ପ୍ରୟୋଗର ସ୍ବତନ୍ତ୍ର ଲାଭ ରହିଛି। -ଲର୍ଣ୍ଣିଂକୁ ପ୍ରୋତ୍ସାହନ ନିମନ୍ତେ ଶିକ୍ଷକମାନଙ୍କୁ ସହାୟତା କରିବା ଲାଗି ଭାରତ ସରକାର ଦୀକ୍ଷା ପୋର୍ଟାଲ ଜରିଆରେ ଉଦ୍ୟମ ଆରମ୍ଭ କରିଛନ୍ତି। ଶିକ୍ଷାର ମାନ, ଉପଲବ୍ଧତା, ସହାଭାଗିତା ବଢ଼ାଇବା ଉଦ୍ଦେଶ୍ୟରେ ସ୍ବୟମ ପ୍ଲାଟଫର୍ମ ମଧ୍ୟ ରହିଛି। ବିଭିନ୍ନ ଭାଷାରେ ଉପଲବ୍ଧ ହେଉଥିବା -ପାଠଶାଳା ବିଭିନ୍ନ -ବୁକ ଏବଂ ପାଠ୍ୟ ଉପକରଣ ଉପଲବ୍ଧ କରାଇଥାଏ।

ଆଜି, ବିଶ୍ବ ଏକ ନୂଆ ବ୍ୟବସାୟ ମଡେଲ ଲକ୍ଷ୍ୟରେ ରହିଛି

ଯୁବ ରାଷ୍ଟ୍ର ଭାରତ ନିଜର ଅଭିନବ ଆଗ୍ରହ ପାଇଁ ପରିଚିତ ଏହା ଏକ ନୂଆ କର୍ମସଂସ୍କୃତି ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ

ନିମ୍ନୋକ୍ତ ସ୍ବରବର୍ଣ୍ଣରେ ନୂଆ ବ୍ୟବସାୟ ଏବଂ କର୍ମସଂସ୍କୃତି ପରିଭାଷିତ ହେଉଥିବା ମୁଁ ଦେଖିପାରୁଛି।

ମୁଁ ଏହାକୁ କହିଥାଏ- ନୂଆ  ସାଧାରଣ ସ୍ବରବର୍ଣ୍ଣ- କାରଣ ଇଂରାଜୀ ଭାଷାରେ ସ୍ବରବର୍ଣ୍ଣ ଭଳି, କୋଭିଡ ପରବର୍ତ୍ତୀ ବିଶ୍ବରେ ଏହା ଯେକୌଣସି ବ୍ୟବସାୟ ମଡେଲ ପାଇଁ ଜରୁରି ଉପାଦାନ ହୋଇପାରିବ।

ଗ୍ରହଣଯୋଗ୍ୟତା:

ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଏପରି ଏକ ବ୍ୟବସାୟ ଜୀବନଶୈଳୀ ବିଷୟରେ ଚିନ୍ତା କରିବା ଯାହା ସହଜରେ ଗ୍ରହଣଯୋଗ୍ୟ ହୋଇଥିବ।

ଏପରି କରିବାର ଅର୍ଥ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ, ଆମର କାର୍ଯ୍ୟାଳୟ, ବ୍ୟବସାୟ ବାଣିଜ୍ୟ ଦ୍ରୁତଗତିରେ ଆଗେଇ ଯିବ, ଜୀବନ ହାନି ଘଟିବ ନାହିଁ।

ଗ୍ରହଣଯୋଗ୍ୟତାର ସବୁଠୁ ବଡ଼ ଉଦାହରଣ ହେଉଛି ଡିଜିଟାଲ ପେମେଣ୍ଟକୁ ଅପାଣାଇବା। ବଡ଼ ହୁଅନ୍ତୁ କି ଛୋଟ ଦୋକାନୀ, ସେମାନେ ଡିଜିଟାଲ ଉପକରଣରେ ନିବେଶ କରିବା ଉଚିତ ଫଳରେ ସେମାନଙ୍କ ବାଣିଜ୍ୟ ସବୁବେଳେ ଚାଲୁ ରହିପାରିବ, ବିଶେଷ କରି ସଂକଟ ସମୟରେ ମଧ୍ୟ। ଭାରତରେ ଡିଜିଟାଲ କାରବାରରେ ବୃଦ୍ଧି ଉତ୍ସାହଜନକ ରହିଛି।

ଆଉ ଏକ ଉଦାହରଣ ହେଉଛି ଟେଲିମେଡ଼ିସିନ। ଡାକ୍ତରଖାନା କ୍ଲିନିକକୁ ନଯାଇ ମଧ୍ୟ ଡାକ୍ତରୀ ପରାମର୍ଶ ଗ୍ରହଣ କରି ହେଉଥିବା ଆମେ ଦେଖିପାରୁଛୁ। ପୁଣିଥରେ, ଏହା ଏକ ସକାରାତ୍ମକ ଲକ୍ଷଣ। ସାରା ବିଶ୍ବରେ ଟେଲିମେଡ଼ିସିନକୁ ଆହୁରି ବ୍ୟାପକ କରିବା ଲାଗି ଏକ ବ୍ୟବସାୟ ମଡେଲ ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ?

ଦକ୍ଷତା

ବୋଧହୁଏ, ଯାହାକୁ ଆମେ ଦକ୍ଷ ବୋଲି କହିଥାଉ ସେ ବିଷୟରେ ଆଉ ଥରେ ଚିନ୍ତା କରିବା ଲାଗି ବର୍ତ୍ତମାନ ସମୟ ଆସିଯାଇଛି। ଆମେ କେତେ ସମୟ କାର୍ଯ୍ୟାଳୟରେ ରହୁଛୁ- କେବଳ ତାକୁ ନେଇ ଦକ୍ଷତା ମପାଯିବା ଅନୁଚିତ।

ବୋଧହୁଏ ଆମକୁ ଏପରି ମଡେଲ ବିଷୟରେ ଚିନ୍ତା କରିବାକୁ ପଡ଼ିବ ଯେଉଁଠି ଉପସ୍ଥିତି ପ୍ରୟାସ ଅପେକ୍ଷା ଉତ୍ପାଦକତା ଏବଂ ଦକ୍ଷତା ଅଧିକ ଗୁରୁତ୍ବ ବହନ କରୁଥିବ।

ସମାବେଶୀତା

ଚାଲନ୍ତୁ, ଆମେ ଏକ ଏପରି ବ୍ୟବସାୟ ମଡେଲ ବିକଶିତ କରିବା ଯାହା ଗରିବ, ସବୁଠୁ ଅସହାୟ ଏବଂ ଆମ ଦୁନିଆର କଲ୍ୟାଣ ପ୍ରତି ବିଶେଷ ପ୍ରାଥମିକତା ଦେଉଥିବ।

ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆମେ ବ୍ୟାପକ ପ୍ରଗତି ହାସଲ କରିସାରିଛୁ ଧରିତ୍ରୀ ମାତା ଆମକୁ ନିଜର ଭବ୍ୟ ସ୍ବରୂପ ଦେଖାଇସାରିଛି, ମାନବୀୟ ଗତିବିଧି ସ୍ଥିର ହୋଇଗଲେ ଏହା କିଭଳି ଭାବେ ପ୍ରସ୍ଫୁଟିତ ହୋଇପାରେ ତାହା ଆମକୁ ଦେଖାଇଛି। ପୃଥିବୀ ଉପରେ ଆମର ପ୍ରଭାବକୁ ହ୍ରାସ କରିବା ଲାଗି ପ୍ରଯୁକ୍ତି ପ୍ରଚଳନ ବିକଶିତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭବିଷ୍ୟତ ରହିଛି।

କୋଭିଡ-19 ଆମକୁ ଏହି ବାସ୍ତବତା ସହ ପରିଚିତ କରାଯାଇଛି ଯେ ଆମକୁ କମ ଖର୍ଚ୍ଚ ବ୍ୟାପକ ପରିମାଣରେ କାମ କରିବାର ଆବଶ୍ୟକତା ରହିଛି। ମାନବ ସମାଜର ସ୍ବାସ୍ଥ୍ୟ ଏବଂ କଲ୍ୟାଣ ନିମନ୍ତେ ବୈଶ୍ବିକ ପ୍ରୟାସରେ ଆମେ ଆଲୋକବର୍ତ୍ତିକା ହୋଇପାରିବା।

କୃଷକମାନଙ୍କ ପାଇଁ ସୂଚନା, ଯନ୍ତ୍ରପାତି ଏବଂ ବଜାର ଉପଲବ୍ଧ କରାଇବା ଲାଗି ନବୋନ୍ମେଷରେ ଆମକୁ ନିବେଶ କରିବାକୁ ହେବ। ପରିସ୍ଥିତି ଯାହା ହେଉ ପଛେ, ଆମର ନାଗରିକମାନେ ଯେପରି ଜରୁରି ସାମଗ୍ରୀ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ ହେବ।

ସୁଯୋଗ

ପ୍ରତ୍ୟେକ ସଂକଟ ଏକ ସୁଯୋଗ ନେଇ ଆସିଥାଏ। କୋଭିଡ-19 କିଛି ଅଲଗା ନୁହେଁ। ବର୍ତ୍ତମାନ ନୂଆ ସୁଯୋଗ/ଅଭିବୃଦ୍ଧି କ୍ଷେତ୍ର ହୋଇପାରେ ଚାଲନ୍ତୁ ସେ ସମ୍ପର୍କରେ ଆକଳନ କରିବା।

ଲୁଚକାଳି ଖେଳିବା ଅପେକ୍ଷା, ଭାରତ କୋଭିଡ ପରବର୍ତ୍ତୀ ବିଶ୍ବରେ ସର୍ବାଗ୍ରେ ରହିବା ଉଚିତ ଆମର ଲୋକ, ଆମର ଦକ୍ଷତା, ଆମର ମୌଳିକ ସାମର୍ଥ୍ୟ ଏପରି କରିବାରେ କିଭଳି ଭାବେ ସମର୍ଥ ହୋଇପାରିବ ଚାଲନ୍ତୁ ସେ ସମ୍ପର୍କରେ ଚିନ୍ତା କରିବା।

ସାର୍ବଜନିନତା:

ସଂକ୍ରମିତ ହେବା ପୂର୍ବରୁ କୋଭିଡ-19 ଜାତି, ଧର୍ମ, ବର୍ଣ୍ଣ, ବର୍ଗ, ସମୁଦାୟ, ଭାଷା କିମ୍ବା ସୀମା ଦେଖିନଥାଏ। ଏହାପରେ ଆମର କାର୍ଯ୍ୟାନୁଷ୍ଠାନ ଏବଂ ପଦକ୍ଷେପରେ ଏକତା ଏବଂ ଭାଇଚାରକୁ ପ୍ରାଥମିକତା ଦିଆଯିବା ଉଚିତ ଆମେ ଏଥିରେ ଏକାଠି ଅଛୁ।

ଇତିହାସର ପୂର୍ବ ମୁହୂର୍ତ୍ତରେ ଯେତେବେଳେ ଦେଶ ସମାଜ ପରସ୍ପର ବିରୋଧରେ ଛିଡ଼ା ହୋଇଥିଲେ, ଆଜି ଆମେ ସମସ୍ତେ ମିଳିତ ଭାବେ ଗୋଟିଏ ଆହ୍ବାନର ମୁକାବିଲା କରୁଛୁ। ଭବିଷ୍ୟତରେ ଏକତା ଏବଂ ନମନୀୟତା ଅଧିକ ଗୁରୁତ୍ବପୂର୍ଣ୍ଣ ହେବ।

ଭାରତରୁ ପରବର୍ତ୍ତୀ ବଡ଼ ବିଚାରଗୁଡ଼ିକ ବୈଶ୍ବିକ ପ୍ରାସଙ୍ଗିକତା ଏବଂ ଆବେଦନ ହାସଲ କରିବା ଉଚିତ ଏଗୁଡ଼ିକ କେବଳ ଭାରତ ପାଇଁ ନୁହେଁ ବରଂ ସାରା ମାନବ ଜାତି ପାଇଁ ସକାରାତ୍ମକ ପରିବର୍ତ୍ତନ ଆଣିବାର କ୍ଷମତା ରଖିଥିବା ଆବଶ୍ୟକ।

ପୂର୍ବରୁ ସଡ଼କ, ପଣ୍ୟାଗାର, ବନ୍ଦର ଆଦି ଭୌତିକ ଭିତ୍ତିଭୂମି ଦୃଷ୍ଟିରୁ ଲଜିଷ୍ଟିକ୍ସକୁ ଦେଖାଯାଉଥିଲା। କିନ୍ତୁ ଆଜିର ଦିନରେ ଲଜିଷ୍ଟିକ୍ସ ବିଶେଷଜ୍ଞମାନେ ସେମାନଙ୍କ ଘରେ ବସି ଆରାମରେ ବିଶ୍ବ ଯୋଗାଣ ଶୃଙ୍ଖଳକୁ ନିୟନ୍ତ୍ରଣ କରିପାରୁଛନ୍ତି।

କୋଭିଡ-19 ପରବର୍ତ୍ତୀ ବିଶ୍ବରେ ନିଜର ପ୍ରଭାବୀ ଭୌତିକ ଏବଂ ଭର୍ଚ୍ଚୁଆଲ ସାମର୍ଥ୍ୟ ବଳରେ ଭାରତ ଜଟିଳ ଅତ୍ୟାଧୁନିକ ବହୁରାଷ୍ଟ୍ରୀୟ ଯୋଗାଣ ଶୃଙ୍ଖଳର ବିଶ୍ବ କେନ୍ଦ୍ରସ୍ଥଳୀ ହୋଇପାରିବ। ଚାଲନ୍ତୁ ସମୟର ଆହ୍ବାନକୁ ଗ୍ରହଣ କରି ଏହି ସୁଯୋଗ ହାତେଇ ନେବା।

ଦିଗରେ ବିଚାର କରିବା ଏବଂ ଯୋଗଦାନ ଦେବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି :

ବିଓ୍ବାଇଓଡି ରୁ ଡବ୍ଲ୍ୟୁଏଚଏଫକୁ ପରିବର୍ତ୍ତନ ଦପ୍ତର ଏବଂ ବ୍ୟକ୍ତିଗତ ମଧ୍ୟରେ ସନ୍ତୁଳନ ପାଇଁ ନୂଆ ଆହ୍ବାନ ଆଣିଛି। ପରିସ୍ଥିତି ଯାହା ହେଉ ପଛେ, ଫିଟନେସ ଏବଂ ବ୍ୟାୟାମ ଲାଗି ସମୟ ଦିଅନ୍ତୁ। ଶାରୀରିକ ମାନସିକ କଲ୍ୟାଣ ଲାଗି ଯୋଗାଭ୍ୟାସ କରନ୍ତୁ।

ଶରୀରକୁ ସୁସ୍ଥ ରଖିବା ଲାଗି ଭାରତର ପାରମ୍ପରିକ ଔଷଧ ପଦ୍ଧତି ବିଶେଷ ସହାୟକ ହୋଇପାରିବ। ସୁସ୍ଥ ରହିବା ଲାଗି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି। ଏଗୁଡ଼ିକ ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତୁ।

ଶେଷରେ, ଅତି ଜରୁରି, ଦୟାକରି ଆରୋଗ୍ୟ ସେତୁ ମୋବାଇଲ ଆପ ଡାଉନଲୋଡ କରନ୍ତୁ   ଏହି ଅତ୍ୟାଧୁନିକ ଆପରେ ରହିଥିବା ପ୍ରଯୁକ୍ତି କୋଭିଡ-19 ସମ୍ଭାବ୍ୟ ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହେବ। ଯେତେ ଅଧିକ ଡାଉନଲୋଡ ହେବ, ଏହାର ଦକ୍ଷତା ସେତିକି ବୃଦ୍ଧି ପାଇବ।

ଆପଣମାନଙ୍କ ମତାମତାକୁ ଅପେକ୍ଷା

 

***********

 



(Release ID: 1616201) Visitor Counter : 276