ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଗୃହ ମନ୍ତ୍ରଣାଳୟର ସଂଶୋଧିତ ଏକୀକୃତ ନିର୍ଦ୍ଦେଶାବଳୀ

Posted On: 15 APR 2020 10:56AM by PIB Bhubaneshwar

କୋଭିଡ-19 ମହାମାରୀକୁ ରୋକିବା ପାଇଁ ଆସନ୍ତା ମାସ 3 ତାରିଖ (03.05.2020) ପର୍ଯ୍ୟନ୍ତ ଲକଡାଉନ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି ଏନେଇ ଗତକାଲି (14.04.2020) କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକୀକୃତ ନିୟମାବଳୀ ଜାରି କରାଯାଇଥିଲା ଏହି ନିର୍ଦ୍ଦେଶାବଳୀକୁ ଭିତ୍ତିକରି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ସରକାର ପାଳନ କରିବାକୁ ଥିବା ସଂଶୋଧିତ ନିୟମାବଳୀ ପୁନଃ ଜାରି କରାଯାଇଛି । ଏହି ନିୟମାବଳୀରେ କୋଭିଡ-19 ମହାମାରୀର ପରିଚାଳନା, କାର୍ଯ୍ୟାଳୟ, କାରଖାନା ଇତ୍ୟାଦିରେ ସାମାଜିକ ଦୂରତ୍ଵ ରକ୍ଷା ନେଇ ସର୍ବନିମ୍ନ ପାଳନୀୟ ନିୟମ ଉଲଙ୍ଘନରେ ଜୋରିମାନା ଇତ୍ୟାଦି ଅନ୍ତର୍ଭୁକ୍ତ ଏଗୁଡିକ ଆପତକାଳୀନ ପରିଚାଳନା 2005 ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ-1860ର ଧାରା ବଳରେ ଲାଗୁ କରାଯିବ ।

ଜନସାଧାରଣଙ୍କ ଅସୁବିଧାକୁ ଆଖିଆଗରେ ରଖି ଆସନ୍ତା 20 ତାରିଖ ଠାରୁ କେତେକ ଅତିରିକ୍ତ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯିବ । ତେବେ ଏହି ଅତିରିକ୍ତ କାର୍ଯ୍ୟକଳାପଗୁଡିକର ଅନୁମତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଅଧୀନରେ ଥିବା ଜିଲ୍ଲା ପ୍ରଶାସନ ଲକଡାଉନର ନିୟମକୁ କଡାକଡି ଭାବେ ପାଳନ କରି ତ୍ୱରାନ୍ୱିତ କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ଜିଲ୍ଲା ପ୍ରଶାସନଗୁଡିକ ବିଭନ୍ନ କାର୍ଯ୍ୟସ୍ଥଳୀ, କାରଖାନା ଓ ସରକାରୀ କାର୍ଯ୍ୟାଳୟ ଇତ୍ୟାଦିରେ ସାମାଜିକ ଦୂରତ୍ଵକୁ ଦୃଷ୍ଟିରେ ରଖି ଅନୁମତି ଦେବେ ।

ଏହି ଏକୀକୃତ ସଂଶୋଧିତ ନିୟମାବଳୀ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ବା ଜିଲ୍ଲା ପ୍ରଶାସନ ଦ୍ଵାରା ଘୋଷିତ ଆବଦ୍ଧାଞ୍ଚଳ ପାଇଁ ଲାଗୁ ହେବ ନାହିଁ । ଏହି ଆବଦ୍ଧାଞ୍ଚଳରେ ଯଦି କୌଣସି ନୂଆ ସ୍ଥାନ ଯୋଡି ହୁଏ, ତେବେ ଏହି ରିହାତି ସୁବିଧାଗୁଡିକୁ ନିଲମ୍ବିତ କରାଯିବ । କେବଳ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ପ୍ରଣିତ ନିୟମାବଳୀ ହିଁ ସେହି ଅଞ୍ଚଳରେ ଲାଗୁ ହେବ ।  

କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଗୁଡିକୁ ସଂଶୋଧିତ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛି ।

 

**********



(Release ID: 1615028) Visitor Counter : 216