ଯୋଗାଯୋଗ ମନ୍ତ୍ରଣାଳୟ

ଡାକ ଜୀବନ ବୀମା ଏବଂ ଗ୍ରାମୀଣ ଡାକ ଜୀବନ ବୀମା ପ୍ରିମିୟମ ଜମା ଅବଧି 30 ଜୁନ 2020 ପର୍ଯ୍ୟନ୍ତ ବୃଦ୍ଧି

Posted On: 09 APR 2020 6:23PM by PIB Bhubaneshwar

କୋଭିଡ-19 ମହାମାରୀ ବ୍ୟାପକତାର ଭୟ ଦୃଷ୍ଟିରୁ ସାରା ଦେଶରେ ଲକଡାଉନ ବଳବତର ରହିବା ସହ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ପାଇଁ ବିଭିନ୍ନ ପ୍ରକାରର ନିୟମାବଳୀ ଜାରି କରିବା ସହ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଲାଗୁ କରିଛନ୍ତି । ଡାକ ଜୀବନବୀମା / ଗ୍ରାମୀଣ ଡାକ ଜୀବନ ବୀମାର ଉପଭୋକ୍ତାମାନେ ଡାକଘରେ ପହଂଚି ପ୍ରିମିୟମ ଜମା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଅତ୍ୟାବଶ୍ୟକ ସେବା ଭାବେ ସାରା ଦେଶରେ ଅନେକଗୁଡ଼ିଏ ଡାକଘର ମଧ୍ୟ କାର୍ଯ୍ୟ କରୁଛି ।

ତେବେ, ଡାକ ଜୀବନବୀମା (ପିଏଲଆଇ)/ଗ୍ରାମୀଣ ଡାକ ଜୀବନ ବୀମା (ଆରପିଏଲଆଇ)ର ଉପଭୋକ୍ତାମାନଙ୍କ ସୁବିଧା ପାଇଁ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଡାକ ବିଭାଗର ଡାକ ଜୀବନବୀମାର ନିର୍ଦ୍ଦେଶାଳୟ ମାର୍ଚ୍ଚ, ଅପ୍ରେଲ ଏବଂ ମଇ 2020  ସମୟର ପ୍ରିମିୟମ ବିନା ଜୋରିମାନା / ବିଳମ୍ବିତ ଦେୟରେ ଜମା କରିବାର ଅବଧି 30 ଜୁନ, 2020 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଡାକ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି, କାରଣ ଅନଲାଇନ୍ ପୋର୍ଟାଲରେ ପଞ୍ଜିକୃତ ଉପଭୋକ୍ତାମାନେ ପୋର୍ଟାଲ ମାଧ୍ୟମରେ ପ୍ରିମିୟମ ଜମା କରିବାକୁ ପରାମର୍ଶ ଦିଆଯାଇଛି ।  

 

**********



(Release ID: 1612753) Visitor Counter : 168