ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉତ୍ପାଦନ ବୃଦ୍ଧି ପାଇଁ ସିଏସ୍ଆଇଆର-ସିଇସିଆରଆଇର ଉଦ୍ୟମ

• ଆଗ୍ରହୀ ଗ୍ରାମୀଣ ମହିଳାଙ୍କୁ ମାସ୍କ ତିଆରି କରିବାକୁ ମିଳିବ ଡିଜିଟାଲ ପ୍ରଶିକ୍ଷଣ

Posted On: 08 APR 2020 11:27AM by PIB Bhubaneshwar

ସାଂପ୍ରତିକ କରୋନା ମହାମାରୀ ସଂକ୍ରମଣ କାଳରେ ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା ପରିଷଦ ସିଏସଆଇଆର ସ୍ୱତନ୍ତ୍ର ଉଦ୍ୟମକ୍ରମେ ଏହାର ସହଯୋଗୀ ପରୀକ୍ଷାଗାର ତାମିଲନାଡୁର କରାଇକୁଡିସ୍ଥିତ କେନ୍ଦ୍ରୀୟ ଇଲେକ୍ଟ୍ରୋକେମିକାଲ ଗବେଷଣା ପ୍ରତିଷ୍ଠାନ ଲୋକଙ୍କୁ ବିଜ୍ଞାନଭିତ୍ତିକ ସେବା ଯୋଗାଇ ଦେବାକୁ ଆଗେଇ ଆସିଛି । ବର୍ତ୍ତମାନ ସାନିଟାଇଜର, ହସପିଟାଲରେ ବିଭିନ୍ନ ସହାୟକ ଉପକରଣ ଏବଂ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀର ଯଥେଷ୍ଟ ଆବଶ୍ୟକତା ରହିଛି । ଏହି ଆବଶ୍ୟକତା ପୂରଣ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସିଏସ୍ଆଇଆର-ସିଇସିଆରଆଇ ଆଗେଇ ଆସିଛି । ଏହି ଦୁଇ ସଂସ୍ଥାର ମିଳିତ ଉଦ୍ୟମରେ ପରୀକ୍ଷାରେ ପ୍ରସ୍ତୁତ ବ୍ୟକ୍ତିଗତ ସହାୟକ ସାମଗ୍ରୀ, ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ ଆରମ୍ଭ କରାଯାଇଛି । ଏସବୁ ସାମଗ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ମାନକ ଅନୁସାରେ ପ୍ରସ୍ତୁତ କରାଯାଉଛି । ଏସବୁ ସାମଗ୍ରୀକୁ ବିଭିନ୍ନ ସଂଗଠନକୁ ମାଗଣାରେ ବଣ୍ଟା ଯିବା ସହିତ ତାହାର ବ୍ୟବହାର ବିଧି ସଂପର୍କରେ ଛପାଯାଇଥିବା କାଗଜ ମଧ୍ୟ ଯୋଗାଇ ଦିଆଯାଉଛି ।

ଏପର୍ଯ୍ୟନ୍ତ 350 ଲିଟର ହ୍ୟାଣ୍ଡ ସାନିଟାଇଜର, 250 ଲିଟର ହ୍ୟାଣ୍ଡୱାସ୍ ଓ ଏକ ହଜର ଲିଟର ଉଚ୍ଚମାନର ବିଶୋଧନକ ବଣ୍ଟା ଗଲାଣି କରାଇକୁଡି ପୌର ନିଗମ, ଦେବ କୋଟାଇ ପୌରନିଗମ, ଶିବଗଙ୍ଗା ସରକାରୀ ମେଡିକାଲ କଲେଜ ଓ ହସପିଟାଲ, ଶିବଗଙ୍ଗା ପୁଲିସ  ଅଧୀକ୍ଷକଙ୍କ  ଅଫିସ ତଥା କରାଇକୁଡିର ବିଭିନ୍ନ ଥାନାକୁ ଏସବୁ ସାମଗ୍ରୀ ଦିଆଯାଇଛି । ଏହାଛଡା ଜିଲ୍ଲାର ତାଲୁକ ଅଫିସ, ବିଭିନ୍ନ ହସପିଟାଲ, ପଞ୍ଚାୟତ ଓ ବ୍ୟାଙ୍କକୁ ମଧ୍ୟ ଏହା ବିନା ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଏସବୁ ସାମଗ୍ରୀ ଯୋଗାଣ ଚାଲିବ ବୋଲି ସିଇସିଆରଆଇ ପକ୍ଷରୁ କୁହାଯାଇଛି ।

ଏହା ସହିତ ସିଏସ୍ଆଇଆର-ସିଇସିଆରଆଇ ଆଗ୍ରହୀ ଗ୍ରାମ୍ୟ ମହିଳାଙ୍କୁ ମାସ୍କ ତିଆରି ସଂପର୍କରେ  ଡିଜିଟାଲ ଟ୍ରେନିଂ ନେବାକୁ ନିଷ୍ପତି ଦେଇଛି । ଏହାଦ୍ୱାରା ଏବେ ଦରକାର କରୁଥିବା ମାସ୍କର ଚାହିଦା ପୂରଣ ହେବା ସହ ସଂପୃକ୍ତ ମହିଳା କିଛି ଅର୍ଥ ରୋଜଗାରର ସୁଯୋଗ ପାଇବେ ।  ଆହୁରି ମଧ୍ୟ ଏକାଧିବାର ବ୍ୟବହାର ହୋଇପାରୁଥିବା ଥ୍ରୀ-ଡି ପ୍ରିନ୍ଟେଡ୍ ଫେସ ସିଲଡ ପ୍ରସ୍ତୁତ କରାଯାଇ ସିଏସ୍ଆଇଆର-ସିଇସିଆରଆଇ ବିଭିନ୍ନ ଚିକିତ୍ସାଳୟକୁ ଯୋଗାଇ ଦେଉଛି । ଏହାକୁ ପିନ୍ଧିଲେ ଡାକ୍ତର ଓ ଚିକିତ୍ସାଳୟ ସାହାଯ୍ୟ କରୁଥିବା କର୍ମଚାରୀ ରୋଗୀଙ୍କ ଛିଙ୍କ, କଫ ଓ ଶରୀରରୁ ନିର୍ଗତ ଅନ୍ୟାନ୍ୟ ଦୂଷିତ ପଦାର୍ଥ ଜନିତ ସଂକ୍ରମଣରୁ ସୁରକ୍ଷିତ  ରହିପାରିବେ ।

ବିଭିନ୍ନ ଉଦ୍ୟୋଗ ଓ ସଂସ୍ଥା ସହ ଚୁକ୍ତିବଦ୍ଧ ହୋଇ ସିଏସଆଇଆର-ସିଇସିଆରଆଇ ଅଂଶୀଦାର ଭିତ୍ତିରେ ଏସବୁ ସାମଗ୍ରୀର ବିପୁଳ ଉତ୍ପାଦନ ପାଇଁ ଉଦ୍ୟମ କରୁଛି । ଖୁବ୍ ଶୀଘ୍ର ଜୀବାଣୁ ଭୂତାଣୁ ନିରୋଧକ ଉନ୍ନତ ଫେସ୍ ସିଲ୍ଡ ଉତ୍ପାଦନ କରାଯିବ ବୋଲି ଏହି ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି । ସାଂପ୍ରତିକ ସମୟରେ ଚିକିତ୍ସକ, ଚିକିତ୍ସା କର୍ମଚାରୀ ଓ ଜନ ସାଧାରଣଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଆବଶ୍ୟକତା  ପୂରଣ  କରିବା ପାଇଁ ଏହି ଉଦ୍ୟମ ଚାଲିଛି ।

 

**********


(Release ID: 1612299)