PIB Headquarters

କୋଭିଡ-19 ସମ୍ପର୍କରେ ଦୈନିକ ପିଆଇବି ବୁଲେଟିନ

प्रविष्टि तिथि: 02 APR 2020 6:25PM by PIB Bhubaneshwar

(2.4.2020)

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ଦେଶରେ କୋଭିଡ-19ର ନିରାକରଣ, ପ୍ରତିରୋଧ ମୁକାବିଲା ପାଇଁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକ ସହିତ ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବର୍ତ୍ତମାନ ସୁଦ୍ଧା 1,965ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ 50 ଜଣ ପ୍ରାଣ ହରାଇଛନ୍ତି ବିଗତ 24 ଘଣ୍ଟା ମଧ୍ୟରେ 328ଟି ମାମଲା ସାମ୍ନାକୁ ଆସିଥିବା ବେଳେ 12 ଜଣଙ୍କର ପ୍ରାଣହାନି ଘଟିଛି ବର୍ତ୍ତମାନ ସୁଦ୍ଧା 151 ଜଣ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି

https://pib.gov.in/PressReleasePage.aspx?PRID=1610353

 

କୋଭିଡ-19 ମୁକାବିଲାକୁ ସୁଦୃଢ଼ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ଲକଡାଉନ ଲାଗୁ କରିବା ନିଷ୍ପତ୍ତିକୁ ସମର୍ଥନ କରିବା ଲାଗି ସେ ରାଜ୍ୟଗୁଡ଼ିକୁ ଧନ୍ୟବାଦ ଜଣାଇଥିଲେ ଯାହାଦ୍ଵାରା ଦେଶରେ କୋଭିଡ-19 ସଂକ୍ରମଣକୁ କିଛିମାତ୍ରାରେ ପ୍ରତିହତ କରାଯାଇପାରିଛି ବିଶ୍ଵସ୍ତରରେ ପରିସ୍ଥିତି ଭଲ ନଥିବା ଏବଂ କେତେକ ରାଷ୍ଟ୍ରରେ ଭୂତାଣୁ ସଂକ୍ରମଣ ଦ୍ଵିତୀୟ ଥର ପାଇଁ ବ୍ୟାପିବା ନେଇ ଆଶଙ୍କା ବ୍ୟକ୍ତ କରାଯାଉଥିବା ନେଇ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ

https://pib.gov.in/PressReleasePage.aspx?PRID=1610246

 

ଆସନ୍ତାକାଲି 3 ଏପ୍ରିଲ 2020 ପୂର୍ବାହ୍ନ 9ଟା ସମୟରେ  ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିବେ।

https://pib.gov.in/PressReleseDetail.aspx?PRID=1610350

 

ଆସନ୍ତାକାଲି କୋଭିଡ-19 ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ପ୍ରଶାସକମାନଙ୍କ ସହିତ ରାଷ୍ଟ୍ରପତି ଆଲୋଚନା କରିବେ।

https://pib.gov.in/PressReleasePage.aspx?PRID=1610249

 

ଆରୋଗ୍ୟ ସେତୁ : ଏକ ବହୁମୁଖୀ ସେତୁ

କୋଭିଡ-19 ବିରୋଧରେ ଲଢ଼େଇ କରିବା ନିମନ୍ତେ ଦେଶର ଜନସାଧାରଣଙ୍କୁ ଏକତ୍ରିତ କରିବା ଲାଗି ଏକ ମୋବାଇଲ ଆପ ବିକଶିତ କରାଯାଇଛି। ‘ଆରୋଗ୍ୟ ସେତୁ’ ନାମକ ଏହି ଆପ ଜରିଆରେ ଜନସାଧାରଣ କରୋନା ଭୂତାଣୁ ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିପାରିବେ। ଅତ୍ୟାଧୁନିକ ବ୍ଲୁ ଟୁଥ ପ୍ରଯୁକ୍ତି, ଆଲଗୋରିଦିମ ଏବଂ କୃତ୍ରିମ ବୁଦ୍ଧିମତାର ଉପଯୋଗ କରି ଏହା ବ୍ୟବହାରକାରୀଙ୍କୁ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ବିଷୟରେ  ସୂଚନା ଦେବ।

https://pib.gov.in/PressReleasePage.aspx?PRID=1610301

 

କୋଭିଡ-19 ମୁକାବିଲା ଲାଗି ଜାରି ଲକଡାଉନ ପଦକ୍ଷେପର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ସମ୍ପର୍କରେ ବ୍ୟାପକ ପ୍ରଚାର କରିବା ଲାଗି ରାଜ୍ୟଗୁଡ଼ିକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

କୋଭିଡ-19 ମୁକାବିଲା ଲାଗି ଲାଗୁ ହୋଇଥିବା ଲକଡାଉନ ପଦକ୍ଷେପର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ଆଇପିସି ଅନ୍ତର୍ଗତ ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ କର୍ତ୍ତୃପକ୍ଷ ଏବଂ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାର କରିବା ଲାଗି କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟଗୁଡ଼ିକୁ ପତ୍ର ଲେଖିଛନ୍ତି ଲକଡାଉନ ପଦକ୍ଷେପର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଏଥିରେ ଗୁରୁତ୍ଵାରୋପ କରାଯାଇଛି

https://pib.gov.in/PressRelesePage.aspx?PRID=1610308

 

କୋଭିଡ-19 ବିରୋଧୀ ଲଢ଼େଇରେ 21 ଦିନିଆ ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ହିତାଧିକାରୀମାନାଙ୍କୁ ଅର୍ଥ ଆବଣ୍ଟନ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଗୃହମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖାଗଲା

ସାମାଜିକ ଦୂରତା ନିୟମ ପାଳନ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ହିତାଧକାରୀମାନଙ୍କୁ ସୁଚାରୁ ରୂପେ ଅର୍ଥ ଆବଣ୍ଟନ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ଗୃହ ସଚିବ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି

https://pib.gov.in/PressReleseDetail.aspx?PRID=1610329

ତୃତୀୟ ପକ୍ଷ ମୋଟର ବୀମା ଏବଂ ସ୍ଵାସ୍ଥ୍ୟ ବୀମାଧାରୀଙ୍କୁ ଆଶ୍ଵସ୍ତି

ତୃତୀୟ ପକ୍ଷ ଗାଡ଼ି ଓ ସ୍ଵାସ୍ଥ୍ୟ ବୀମାଧାରୀଙ୍କୁ ସରକାର ଆଶ୍ଵସ୍ତି ଦେଇଛନ୍ତି ମାର୍ଚ୍ଚ 25ରୁ ଏପ୍ରିଲ 14 2020 ମଧ୍ୟରେ ଆସୁଥିବା ବୀମା ନବୀକରଣ ଅବଧିକୁ ଏପ୍ରିଲ 21, 2020 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇପାରେ

https://pib.gov.in/PressReleseDetail.aspx?PRID=1610210

 

ଜରୁରି ସାମଗ୍ରୀ ପରିବହନ ଲାଗି ମାଲ କରିଡରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିଛି ରେଳପଥ

ଭାରତୀୟ ରେଳପଥ ଏହାର ମାଲ କରିଡରକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରଖିଛି ଗତ ତିନି ଦିନ ମଧ୍ୟରେ ମୋଟ 1,43,458 ୱାଗନ ମାଲ ପରିବହନ ହୋଇଛି

https://pib.gov.in/PressReleseDetail.aspx?PRID=1610226

 

ଜରୁରି ସାମଗ୍ରୀ ପରିବହନକୁ ବ୍ୟାପକ ପ୍ରୋତ୍ସାହନ ଦେଇଛି ପାର୍ସଲ ଟ୍ରେନ

ଯୋଗାଣ ଶୃଙ୍ଖଳକୁ ଜାରି ରଖିବା ନିମନ୍ତେ 10ଟି ମାର୍ଗରେ ସମୟ ଆଧାରିତ ପାର୍ସଲ ଟ୍ରେନ ଏବଂ ପରୀକ୍ଷାମୂଳକ ଭାବେ 18ଟି ନୂଆ ମାର୍ଗରେ ସ୍ଵତନ୍ତ୍ର ପାର୍ସଲ ଟ୍ରେନ ପାଇଁ ଯୋଜନା କରାଯାଇଛି ବର୍ତ୍ତମାନସୁଦ୍ଧା ଭାରତୀୟ ରେଳପଥ 30ଟି ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଜରିଆରେ ମାଲ ପରିବହନ କରିଛି

https://pib.gov.in/PressReleseDetail.aspx?PRID=1610205

 

କୋଭିଡ-19 ମହାମାରୀ ମୁକାବିଲା ବିରୋଧରେ ଲଢ଼େଇ ପାଇଁ ପୂର୍ବତନ ସେନାଧିକାରୀଙ୍କୁ ନିୟୋଜନ

ରାଜ୍ୟ ଓ ଜିଲ୍ଲା ସୈନିକ ବୋର୍ଡ ପକ୍ଷରୁ ପୂର୍ବତନ ସେନା ଅଧିକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସ୍ଵେଚ୍ଛାସେବୀ ଭାବେ କାର୍ଯ୍ୟ କରିବା ନିମନ୍ତେ ପ୍ରୋତ୍ସାହିତ କରାଯାଉଛି ସେମାନେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା, ସାମୁଦାୟିକ ନିରୀକ୍ଷଣ ଏବଂ ସଙ୍ଗରୋଧ କେନ୍ଦ୍ର ସୁପାରିଚାଳନା କାର୍ଯ୍ୟକଳାପରେ ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନକୁ ସହଯୋଗ କରିବେ

https://pib.gov.in/PressReleseDetail.aspx?PRID=1610111

 

କୋଭିଡ-19 ମୁକାବିଲା ଲାଗି ଏହାର ସ୍ଵେଚ୍ଛାସେବୀ ଭାବେ ସମର ଶିକ୍ଷାର୍ଥୀମାନଙ୍କୁ ନିୟୋଜିତ କରିବାର ପ୍ରସ୍ତାବ ଦେଲା ଏନସିସି

‘ଏକ୍ସରସାଇଜ ଏନସିସି ଯୋଗଦାନ’ ଅନ୍ତର୍ଗତ ଦେଶର କୋଭିଡ-19 ବିରୋଧୀ ଲଢ଼େଇରେ ସେବା ଯୋଗାଇ ଦେବା ନିମନ୍ତେ ସହାୟତାର ହାତ ବଢ଼ାଇଛି ଜାତୀୟ ସମର ଶିକ୍ଷାର୍ଥୀବାହିନୀ

https://pib.gov.in/PressReleseDetail.aspx?PRID=1610145

 

ମିଛ ଖବର ପ୍ରସାର ରୋକିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପତ୍ର ଲେଖିଲା ଗୃହ ମନ୍ତ୍ରଣାଳୟ

ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ମିଛ ଖବର ପ୍ରସାରଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଗୃହ ସଚିବ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ପତ୍ର ଲେଖିଛନ୍ତି

https://pib.gov.in/PressReleseDetail.aspx?PRID=1610146

 

ପିଆଇବି ପକ୍ଷରୁ କୋଭିଡ-19 ଫ୍ୟାକ୍ଟ ଚେକ ୟୁନିଟ ପ୍ରତିଷ୍ଠା

ପିଆଇବି ପକ୍ଷରୁ ଏକ କୋଭିଡ-19 ପୋର୍ଟାଲ ଫ୍ୟାକ୍ଟ ଚେକ ୟୁନିଟ ପ୍ରତିଷ୍ଠା କରାଯାଇଛି ଏହା ଇମେଲ ମାଧ୍ୟମରେ ବାର୍ତ୍ତା ଗ୍ରହଣ କରିବ ଏବଂ ତୁରନ୍ତ ଏହାର ଜବାବ ଦେବ କୋଭିଡ-19 ଉପରେ ସରକାରଙ୍କ ନିଷ୍ପତ୍ତି ଏବଂ ବିକାଶ ଓ ଅଗ୍ରଗତି ଉପରେ ପିଆଇବି ପକ୍ଷରୁ ଏକ ଡେଲି ବୁଲେଟିନ ମଧ୍ୟ ଜାରି କରାଯିବ

https://pib.gov.in/PressReleseDetail.aspx?PRID=1610111

 

ଖାଦ୍ୟଶସ୍ୟ ଯୋଗାଣ ବଢ଼ାଇଲା ଏଫସିଆଇ

ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ସାରା ଦେଶରେ ଗହମ ଏବଂ ଚାଉଳର ବାଧାମୁକ୍ତ ଯୋଗାଣ ସୁନିଶ୍ଚିତ କରାଯାଉଛି ଲକଡାଉନ ଆରମ୍ଭ ହେବା ପରଠାରୁ 352 ରେକ୍ସ ଜରିଆରେ 9.86 ଏଲଏମଟି ଖାଦ୍ୟ ଶସ୍ୟ ପରିବହନ କରାଯାଇଛି

https://pib.gov.in/PressReleseDetail.aspx?PRID=1610089

 

କୋଭିଡ-19 ପ୍ରସ୍ତୁତି ଏବଂ ପଦକ୍ଷେପ ସମୀକ୍ଷା କଲେ ଡ. ହର୍ଷ ବର୍ଦ୍ଧନ

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଇଣ୍ଡିଆ ମେଡ଼ିକାଲ ଆସୋସିଏସନ ସଦସ୍ୟଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ସ୍ଥିତି ସମୀକ୍ଷା କରିବା ସହିତ ଶଯ୍ୟା, ଆଇସୋଲେସନ ୱାର୍ଡର ଉପଲବ୍ଧତା, ପରୀକ୍ଷାଗାର ଆଦି ବ୍ୟାପକ ଭାବେ ପ୍ରସ୍ତୁତ କରି ରଖିବା ଦିଗରେ ହୋଇଥିବା ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ

https://pib.gov.in/PressReleseDetail.aspx?PRID=1610003

 

ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ

ଲକଡାଉନ ପଦକ୍ଷେପକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରି ଗୃହ ସଚିବ ପତ୍ର ଲେଖିଛନ୍ତି

https://pib.gov.in/PressReleseDetail.aspx?PRID=1610032

 

ଶ୍ରେଣୀ ଉତ୍ତୀର୍ଣ୍ଣ ଏବଂ ବୋର୍ଡ ପରୀକ୍ଷା ସମ୍ପର୍କରେ ସିବିଏସଇ ପକ୍ଷରୁ ନିର୍ଦ୍ଦେଶ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀ ଓ ଗ୍ରେଡକୁ ଉନ୍ନୀତ କରିବା ନିମନ୍ତେ ସମସ୍ତ ଅନୁମୋଦନ ପ୍ରାପ୍ତ ସ୍କୁଲଗୁଡ଼ିକୁ ସିବିଏସଇ ପକ୍ଷରୁ ନିର୍ଦ୍ଦଶେ ଦିଆଯାଇଛି ବିଦ୍ୟାଳୟ ଆଧାରିତ ଆକଳନ ଜରିଆରେ ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀ/ଗ୍ରେଡକୁ ଉନ୍ନୀତ କରିବା ଲାଗି କୁହାଯାଇଛି କେବଳ 29 ମୁଖ୍ୟ ଏବଂ ଗୁରୁତ୍ଵପୂର୍ଣ୍ଣ ବିଷୟରେ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ

https://pib.gov.in/PressReleseDetail.aspx?PRID=1610062

 

ରେଳପଥ ପକ୍ଷରୁ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଣ

ଗତ 28 ତାରିଖ ପରଠାରୁ ରେଳପଥ ପକ୍ଷରୁ ଭୋକିଲା ଲୋକମାନଙ୍କୁ ପାଖାପାକି 1.4 ଲକ୍ଷ ରନ୍ଧା ଖାଦ୍ୟ ବିତରଣ କରାଯାଇଛି

https://pib.gov.in/PressReleseDetail.aspx?PRID=1609963

ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜେଏନସିଏଏସଆର ପକ୍ଷରୁ କୋଟିଂ ବିକଶିତ

ବସ୍ତ୍ର, ପ୍ଲାଷ୍ଟିକ ଭଳି ବିଭିନ୍ନ ପୃଷ୍ଠ ଉପରେ ପ୍ରୟୋଗ ଲାଗି ଜେଏନସିଏଏସଆର ପକ୍ଷରୁ ଏକ ଗୋଟିଏ ପରସ୍ତ ଆରୋଗ୍ୟଯୋଗ୍ୟ କୋଟିଂ (ଆବରଣ) ବିକଶିତ କରାଯାଇଛି ଯାହା କୋଭିଡ-19 ସମେତ ବିଭିନ୍ନ ପ୍ରକାରର ଭୂତାଣୁ ମାରିପାରିବ

https://pib.gov.in/PressReleseDetail.aspx?PRID=1609970

 

ମାଲବାହୀ ବିମାନ ଜରିଆରେ ଦେଶର ଉପାନ୍ତ ଅଞ୍ଚଳରେ ଚିକିତ୍ସା ସରଞ୍ଜାମ ପହଞ୍ଚିଲା

ଲାଇଫଲାଇନ ଉଡାନ ବିମାନ ଜରିଆରେ ବର୍ତ୍ତମାନ ସୁଦ୍ଧା 70,000 କିମି ଦୂରତା ଅତିକ୍ରମ କରାଯାଇଛି ଏବଂ 38 ଟନ ମାଲ ପରିବହନ କରାଯାଇଛି

https://pib.gov.in/PressReleseDetail.aspx?PRID=1610065

କୋଭିଡ-19 ମାନସିକ-ସାମାଜିକ ପ୍ରଭାବ ସମ୍ପର୍କରେ ସାମ୍ପ୍ରଦାୟିକ ଧାରଣା ଆକଳନ କରିବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାସନାଲ ବୁକ ଟ୍ରଷ୍ଟ, ଇଣ୍ଡିଆ ପକ୍ଷରୁ ଏକ ଅନଲାଇନ ପ୍ରଶ୍ନାବଳୀ ବିକଶିତ କରାଯାଇଛି

https://pib.gov.in/PressReleseDetail.aspx?PRID=1610307

 

ପର୍ଯ୍ୟଟନ ମନ୍ତ୍ରଣାଳୟକୁ ଷ୍ଟ୍ରାଣ୍ଡେଡ ଇଣ୍ଡିଆପୋର୍ଟାଲରେ ଦୁଇ ଦିନ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ 500ରୁ ଊର୍ଦ୍ଧ୍ଵ ପ୍ରଶ୍ନ/ଅନୁରୋଧ ମିଳିଛି

https://pib.gov.in/PressReleseDetail.aspx?PRID=1610303

ପୋଷ୍ଟାଲ ବ୍ୟବସ୍ଥା ଜରିଆରେ କାରବାର

ଲକଡାଉନ ଅବଧି ମଧ୍ୟରେ 31.03.2020 ସୁଦ୍ଧା, ଡାକ ସଞ୍ଚୟ ଖାତା ଜରିଆରେ 34 ଲକ୍ଷ କାରବାର ହୋଇଛି ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ଜରିଆରେ 6.5 ଲକ୍ଷ କାରବାର ହୋଇଛି।

https://pib.gov.in/PressReleseDetail.aspx?PRID=1609989

କୋଭିଡ-19 ମହାମାରୀର ମୁକାବିଲା ଲାଗି ଏନସିଡିସି ଏବଂ ଇଣ୍ଡିଆ ପଟାସ ଲିମିଟେଡ ପକ୍ଷରୁ ମିଳିତ ଭାବେ 11 କୋଟି ଟଙ୍କାର ଯୋଗଦାନ ଦିଆଯାଇଛି

https://pib.gov.in/PressReleseDetail.aspx?PRID=1610072

Fact Check on #Covid19

  •  
  •  

 


(रिलीज़ आईडी: 1610496) आगंतुक पटल : 174
इस विज्ञप्ति को इन भाषाओं में पढ़ें: Assamese , English , हिन्दी , Telugu