PIB Headquarters
କୋଭିଡ-19 ସମ୍ପର୍କରେ ଦୈନିକ ପିଆଇବି ବୁଲେଟିନ
ପୋଷ୍ଟ କରାଯିବା ଦିନାଙ୍କ:
01 APR 2020 6:26PM by PIB Bhubaneshwar
(1.4.2020)
କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ କୋଭିଡ-19ର ନିରାକରଣ, ପ୍ରତିରୋଧ ଓ ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଦ୍ୟତମ ସୂଚନା । ବର୍ତ୍ତମାନ ସୁଦ୍ଧା ଭାରତରେ 1637 କରୋନା ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 38 ଜଣ ପ୍ରାଣ ହରାଇଛନ୍ତି। ବିଗତ 24 ଘଣ୍ଟା ମଧ୍ୟରେ 376 ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ସ୍ଥଳେ 3 ଜଣ ପ୍ରାଣ ହରାଇଛନ୍ତି । 132 ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ପରେ ହସ୍ପିଟାଲରୁ ଘରକୁ ଫେରିଛନ୍ତି ।
https://pib.gov.in/PressReleseDetail.aspx?PRID=160992.
ରାଜ୍ୟର ମୁଖ୍ୟ ଶାସନ ସଚିବ/ଡିଜିପିମାନଙ୍କ ସହିତ କ୍ୟାବିନେଟ ସଚିବଙ୍କ ଭିଡିଓ କନଫରେନ୍ସ
- ତବ୍ଲିଘ ଜମାତରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ଚିହ୍ନଟ କରିବା କାର୍ଯ୍ୟ ତ୍ଵରାନ୍ୱିତ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ଅବଗତ କରାଯାଇଛି ଯାହା କୋଭିଡ-19 ସଂକ୍ରମଣ ପ୍ରତିରୋଧ ପ୍ରୟାସକୁ ବିପଦରେ ପକାଇ ଦେଇଛି । ଯୁଦ୍ଧକାଳିନ ଭିତ୍ତିରେ ଏମାନଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
- ତବ୍ଲିଘ ଜମାତରେ ଅଂଶଗ୍ରହଣ କରିଥିବା ବିଦେଶୀମାନେ ଭିସା ନିୟମର ଉଲ୍ଲଙ୍ଘନ କରିଛନ୍ତି । ଭିସା ନିୟମ ଉଲ୍ଲଙ୍ଘନ କରିଥିବା ବିଦେଶୀ ଏବଂ କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି ।
- ଆସନ୍ତା ସପ୍ତାହ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ କୁହାଯାଇଛି । ଏହା ମାଧ୍ୟମରେ ହିତାଧିକାରୀଙ୍କ ନିକଟକୁ ବିପୁଳ ପରିମାଣରେ ଅର୍ଥ ହସ୍ତାନ୍ତର କରାଯିବ । ସାମାଜିକ ଦୂରତା ସୁନିଶ୍ଚିତ କରି ଏହାକୁ ଆୟୋଜନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
- ସାରା ଦେଶରେ ଲକଡାଉନକୁ ପ୍ରଭାବୀ ଢଙ୍ଗରେ ଲାଗୁ କରାଯାଉଛି । ସାମାଜିକ ଦୂରତା ରକ୍ଷା କରି ଜରୁରି ସାମଗ୍ରୀର ବାଧାମୁକ୍ତ ଆନ୍ତଃରାଜ୍ୟ ପରିବହନ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ରାଜ୍ୟକୁ ପରାମର୍ଶ ଦିଆଯାଇଛି ।
- ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ସୁନିଶ୍ଚିତ କରାଯିବା ଉଚିତ । ଏସବୁ ସାମଗ୍ରୀର ଯୋଗାଣ ନିରନ୍ତର ଜାରି ରଖିବାକୁ ମଧ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । https://pib.gov.in/PressReleseDetail.aspx?PRID=1609874
74ଟି ମାଲବାହୀ ବିମାନ ଜରିଆରେ ଚିକିତ୍ସା ସରଞ୍ଜାମ ପରିବହନ
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଡ଼ାନ ଲାଇଫଲାଇନ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା 74ଟି ମାଲବାହୀ ବିମାନ ଯୋଗେ ସାରା ଦେଶରେ ଚିକିତ୍ସା ସରଞ୍ଜାମ ପରିବହନ କରାଯାଇଛି । ଏବେ ସୁଦ୍ଧା ମୋଟ 37.63 ଟନ ସାମଗ୍ରୀ ପରିବହନ କରାଯାଇଥିବା ବେଳେ ଏଥିମଧ୍ୟରୁ କେବଳ 22 ଟନ ସାମଗ୍ରୀ 31 ମାର୍ଚ୍ଚ 2020ରେ ପରିବହନ କରାଯାଇଛି ।
https://pib.gov.in/PressReleseDetail.aspx?PRID=1609901
ଗଣମାଧ୍ୟମକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ
ମୁଦ୍ରଣ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମ ଅଧିକ ଦାୟିତ୍ଵସମ୍ପନ୍ନ ହୋଇ ଖବର ପରିବେଷଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ଫଳରେ ମିଥ୍ୟା ଖବର ପ୍ରସାରଣ ଦ୍ଵାରା ଜନସାଧାରଣ ଆତଙ୍କିତ ହେବେ ନାହିଁ ।
https://pib.gov.in/PressReleseDetail.aspx?PRID=1609887
ଆଇଆଇଟି ନିର୍ଦ୍ଦେଶକମାନଙ୍କ ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ବୈଠକ
କ୍ୟାମ୍ପସରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ଯତ୍ନ ନେବା ଲାଗି 23ଟି ଆଇଆଇଟିର ନିର୍ଦ୍ଦେଶକମାନଙ୍କୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅନଲାଇନ କୋର୍ସ ଜରିଆରେ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରଖିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
https://pib.gov.in/PressReleseDetail.aspx?PRID=1609932
ଜମ୍ମୁ ଓ କଶ୍ମୀରରେ ଦର ଅନୁଧ୍ୟାନ ଏବଂ ସମ୍ବଳ ୟୁନିଟ
ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ପକ୍ଷରୁ 12ତମ ରାଜ୍ୟ ଭାବେ ଜମ୍ମୁ ଓ କଶ୍ମୀରରେ ଦର ଅନୁଧ୍ୟାନ ଏବଂ ସମ୍ବଳ ୟୁନିଟ (ପିଏମଆରୟୁ) ପ୍ରତିଷ୍ଠା କରାଯାଇଛି । ଏନପିପିଏ ଏବଂ ରାଜ୍ୟ ଔଷଧ ନିୟନ୍ତ୍ରକଙ୍କ ସହିତ ମିଶି ପିଏମଆରୟୁ ଶସ୍ତା ଦରରେ ଔଷଧ ଉପଲବ୍ଧତା ଓ ଯୋଗାଣ ସୁନିଶ୍ଚିତ କରିବ ।
https://pib.gov.in/PressReleseDetail.aspx?PRID=1609855
କୋଭିଡ 19 ବିରୋଧରେ କାର୍ଯ୍ୟ କରୁଛି ସିପେଟ
କୋଭିଡ-19 ମହାମାରୀ ବ୍ୟାପିବା ପରେ ଭାରତ ସରକାରଙ୍କ ଏକ ସଂସ୍ଥାନ କେନ୍ଦ୍ରିୟ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲୋଜି (ସିପେଟ) ପକ୍ଷରୁ ବିଭିନ୍ନ ରାଜ୍ୟରେ ଥିବା ଏହାର ଭିତ୍ତିଭୂମି ଜରିଆରେ ବଦାନ୍ୟ କାର୍ଯ୍ୟ ଜାରି ରଖିଛି ।
https://pib.gov.in/PressReleseDetail.aspx?PRID=1609831
ସାର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ 27 କୋଟି ଟଙ୍କା ଦାନ
କୋଭିଡ-19 ମହାମାରୀର ମୁକାବିଲା ଲାଗି ସାର ବିଭାଗ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପକ୍ଷରୁ ପିଏମ କେୟାର୍ସ ପାଣ୍ଠିକୁ 27 କୋଟି ଟଙ୍କା ଦାନ କରାଯାଇଛି ।
https://pib.gov.in/PressReleseDetail.aspx?PRID=1609827
ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ଵାରା ସହାୟତା ପଦକ୍ଷେପ ସମୀକ୍ଷା
ଆଜି ପ୍ରତିରକ୍ଷା ମନ୍ତ୍ରୀ କୋଭିଡ-19 ମୁକାବିଲା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ସଂଗଠନ ପକ୍ଷରୁ ଯୋଗାଇ ଦିଆଯାଉଥିବା ସହାୟତାର ସମୀକ୍ଷା କରିଥିଲେ । ଏହି ସଂକଟପୂର୍ଣ୍ଣ ପରିସ୍ଥିତିରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ସଂଗଠନଗୁଡ଼ିକ ସହିତ ନିବିଡ଼ ସମନ୍ଵୟ ରକ୍ଷା କରି ପ୍ରୟାସକୁ ଦ୍ଵିଗୁଣିତ କରିବା ଲାଗି ସେ ସମସ୍ତ ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ।
https://pib.gov.in/PressReleseDetail.aspx?PRID=1609882
ବାୟୁ ସେନା ପକ୍ଷରୁ ଜରୁରି ଚିକିତ୍ସା ସରଞ୍ଜାମ ପରିବହନ
କୋଭିଡ-19 ସଂକ୍ରମଣ ପ୍ରତିହତ କରିବା ଏବଂ ଏହାର ମୁକାବିଲା କରିବା ଲାଗି ଦେଶର ପ୍ରୟାସରେ ଭାରତୀୟ ବାୟୁ ସେନା ନିରନ୍ତର ଭାବେ ପୂର୍ଣ୍ଣ ସହଯୋଗ ଯୋଗାଇ ଆସିଛି । ଗତ ତିନି ଦିନ ମଧ୍ୟରେ ଭାରତୀୟ ବାୟୁ ସେନା ବିମାନ ଯୋଗେ ଦିଲ୍ଲୀ, ସୁରଟ, ଚଣ୍ଡିଗଡ଼ରୁ ଜରୁରି ଚିକିତ୍ସା ସରଞ୍ଜାମ ମଣିପୁର, ନାଗାଲାଣ୍ଡ ସମେତ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ କେନ୍ଦ୍ର ଶାସିତ ପ୍ରଦେଶରେ ପହଞ୍ଚାଇଛି ।
https://pib.gov.in/PressReleseDetail.aspx?PRID=1609878
ଅବଧି ଋଣ ଉପରେ ରିହାତି ଘୋଷଣା ନିମନ୍ତେ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମତି ସଂକ୍ରାନ୍ତରେ ଏଫଏକ୍ୟୁ
https://pib.gov.in/PressReleseDetail.aspx?PRID=1609820
କୋଭିଡ-19 ଉପରେ ଜାତୀୟ ଅନୁଧ୍ୟାନ ଡ୍ୟାଶବୋର୍ଡ
ଆଜି ଡିଏଆରପିଜି ପକ୍ଷରୁ କୋଭିଡ-19 ଅଭିଯୋଗ ଉପରେ ଜାତୀୟ ଅନୁଧ୍ୟାନ ଡ୍ୟାଶବୋର୍ଡର ଶୁଭାରମ୍ଭ କରାଯାଇଛି । ଏଠାରେ ଡିଏଆରପିଜିର ଏକ ବୈଷୟିକ ଟିମ ଦ୍ଵାରା ପ୍ରାଥମିକତା ଭିତ୍ତିରେ ସମସ୍ତ ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର କୋଭିଡ-19 ସଂକ୍ରାନ୍ତ ଅଭିଯୋଗଗୁଡ଼ିକୁ ସିପିଗ୍ରାମ୍ସରେ ଗ୍ରହଣ କରାଯାଇ ଅନୁଧ୍ୟାନ କରାଯିବ ।
https://pib.gov.in/PressReleseDetail.aspx?PRID=1609860
ଜାତୀୟ ପ୍ରୟାସରେ ସହାୟତା ନିମନ୍ତେ ରେଳପଥର ପ୍ରସ୍ତୁତି ସମୀକ୍ଷା
ନିଜର ସାମର୍ଥ୍ୟ ଏବଂ ସମ୍ବଳକୁ ଯଥାସମ୍ଭବ ଉପଯୋଗ କରି ଗରିବ ଲୋକଙ୍କ ନିକଟରେ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ଭାରତୀୟ ରେଳପଥର ଅଧିକାରୀମାନଙ୍କୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଇଆରସିଟିସି ଏବଂ ଆରପିଏଫ ପକ୍ଷରୁ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ବିତରଣ ଆରମ୍ଭ ହୋଇସାରିଛି । ଜିଲ୍ଲା କର୍ତ୍ତୃପକ୍ଷ ଏବଂ ଏନଜିଓ ଆଦିଙ୍କ ସହିତ ପରାମର୍ଶ କରି ରେଳ ଷ୍ଟେସନ କ୍ଷେତ୍ର ଠାରୁ ଦୂରବର୍ତ୍ତୀ ଇଲାକାରେ ସହାୟତା ପହଞ୍ଚାଇବାକୁ ରେଳପଥକୁ କୁହାଯାଇଛି ।
https://pib.gov.in/PressReleseDetail.aspx?PRID=1609850
କରୋନା ଭୂତାଣୁ ସମ୍ପର୍କରେ ବରିଷ୍ଠ ବୈଜ୍ଞାନିକଙ୍କ ସୂଚନା
ନୋଭେଲ କରୋନା ଭୂତାଣୁ ସମ୍ପର୍କରେ ସାମାଜିକ ଗଣମାଧ୍ୟମ, ହ୍ଵାଟ୍ସଆପ ଏବଂ ଇଣ୍ଟରନେଟରେ ଅନେକ କଥା ଖୁବ ଦ୍ରୁତଗତିରେ ଘୁରିବୁଲୁଛି । ବିଜ୍ଞାନ ପ୍ରସାରର ଜଣେ ବରିଷ୍ଠ ବୈଜ୍ଞାନିକ ଏହି ପ୍ରାଣଘାତି ଭୂତାଣୁ ସମ୍ପର୍କରେ କେତେକ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ।
https://pib.gov.in/PressReleseDetail.aspx?PRID=1609842
କୋଭିଡ-19 ଉପରେ ଟିଆଇଏଫଆର ପକ୍ଷରୁ ବିଭିନ୍ନ ଭାଷାର ଭିଡିଓ
କୋଭିଡ-19 ଭଳି ମହାମାରୀକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତା ରକ୍ଷା କିଭଳି ଭାବେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ତାହାକୁ 9ଟି ଭାଷାରେ ବର୍ଣ୍ଣନା କରାଯାଇ ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ପକ୍ଷରୁ ଏକ ଭିଡିଓ ପ୍ୟାକେଜ (ୟୁଟ୍ୟୁବ ଭିଡିଓ) ଜାରି କରାଯାଇଛି।
https://pib.gov.in/PressReleseDetail.aspx?PRID=1609797
***********
(ରିଲିଜ ଆଡି: 1610209)
ପରିଦର୍ଶକ କାଉଣ୍ଟର : 144