ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ଡବଲ୍ ସ୍କଲ୍ସରେ କାଂସ୍ୟ ପଦକ ଜିତିବା ପାଇଁ ସତନାମ ସିଂହ ଏବଂ ସଲମାନ ଖାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 24 SEP 2026 9:50AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସତନାମ ସିଂହ ଏବଂ ସଲମାନ ଖାନଙ୍କୁ ପୁରୁଷ ଡବଲ୍ ସ୍କଲ୍ସରେ  ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ; ଏହି ପ୍ରଦର୍ଶନ ବଳରେ ଭାରତ ଏକ ବ୍ରୋଞ୍ଜ ପଦକ ହାସଲ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ସଂଯମ ଏବଂ ସମନ୍ୱୟ ଅଦ୍ଭୁତ ଥିଲା। ସେ ଆହୁରି ଆଶା ପ୍ରକାଶ କରିଥିଲେ ଯେ ଏହି ସଫଳତା ସେମାନଙ୍କୁ ଆଗାମୀ ବର୍ଷଗୁଡ଼ିକରେ ଆହୁରି ଉଚ୍ଚ ଶିଖରରେ ପହଞ୍ଚିବା ପାଇଁ ଅନୁପ୍ରାଣିତ କରିବ।

X  ରେ ଏକ ପୋଷ୍ଟରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି:

"ପୁରୁଷ ଡବଲ୍ ସ୍କଲ୍ସରେ ସତନାମ ସିଂହ ଏବଂ ସଲମାନ ଖାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ, ଭାରତକୁ ଏକ ଯୋଗ୍ୟ କାଂସ୍ୟ ପଦକ ଆଣିଦେଇଛି।"

ସେମାନଙ୍କର ସଂଯମତା ଏବଂ ସମନ୍ୱୟ ଅଦ୍ଭୁତ ଥିଲା। ଏହି ସଫଳତା ସେମାନଙ୍କୁ ଆଗାମୀ ବର୍ଷଗୁଡ଼ିକରେ ଆହୁରି ଉଚ୍ଚତା ଆରୋହଣ କରିବାକୁ ପ୍ରେରଣା ଦେଉ: ପ୍ରଧାନମନ୍ତ୍ରୀ @narendramodi"

***

SSP


(ରିଲିଜ ଆଡି: 2334240) ପରିଦର୍ଶକ କାଉଣ୍ଟର : 7