ପୋଷ୍ଟ କରାଯିବା ଦିନାଙ୍କ:
23 SEP 2026 12:47PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୀରାବାଇ ଚାନୁଙ୍କୁ ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , ତାଙ୍କର ଦୃଢ଼ ସଂକଳ୍ପ ଏବଂ ନିରନ୍ତରତା ଦେଶକୁ ପ୍ରେରଣା ଦେଇ ଚାଲିଛି, ଭାରତ ତାଙ୍କ ପାଇଁ ଗର୍ବିତ ବୋଲି ଉଲ୍ଲେଖ କରି ସେ ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା ଜଣାଇଥିଲେ।
X ରେ ଏକ ପୋଷ୍ଟରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି :
"@mirabai_chanu ଙ୍କ ପାଇଁ ଏକ ବିଶେଷ ରୌପ୍ୟ!"
ମହିଳା ୪୯ କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ପଦକ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ। ତାଙ୍କର ଦୃଢ଼ ସଂକଳ୍ପ ଏବଂ ନିରନ୍ତରତା ଦେଶକୁ ପ୍ରେରଣା ଦେଇ ଚାଲିଛି। ଭାରତ ତାଙ୍କ ପାଇଁ ଗର୍ବିତ। ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା : ପ୍ରଧାନମନ୍ତ୍ରୀ @narendramodi"
****
SSP