ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସ୍ଥାର ମହତ୍ତ୍ୱ ଉପରେ ଆଲୋକପାତ କରୁଥିବା ସଂସ୍କୃତ ସୁଭାଷିତମ୍ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 29 OCT 2026 10:59AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିର ଆସ୍ଥା ତାଙ୍କର ଅନ୍ତର୍ନିହିତ ସ୍ୱଭାବକୁ ପ୍ରତିଫଳିତ କରିବା ସହ ସେ କିପରି ବ୍ୟକ୍ତିତ୍ୱର ଅଧିକାରୀ ହୁଅନ୍ତି, ତାହା ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି।

 

ସଂସ୍କୃତ ସୁଭାଷିତମ୍:

 

ସତ୍ତ୍ୱାନୁରୂପା ସର୍ବସ୍ୟ ଶ୍ରଦ୍ଧା ଭବତି ଭାରତ।

ଶ୍ରଦ୍ଧାମୟୋଽୟଂ ପୁରୁଷୋ ଯୋ ଯଚ୍ଛ୍ରଦ୍ଧଃ ସ ଏବ ସଃ॥

 

ଏହାର ଅର୍ଥ ହେଉଛି:

 

ହେ ଭାରତ! ପ୍ରତ୍ୟେକ ମନୁଷ୍ୟର ଆସ୍ଥା ତାଙ୍କର ସ୍ୱଭାବ ଓ ମାନସିକ ପ୍ରବୃତ୍ତି ଅନୁସାରେ ହୋଇଥାଏ। ମନୁଷ୍ୟ ନିଜ ଆସ୍ଥା ଓ ବିଶ୍ୱାସ ଅନୁଯାୟୀ ଗଢ଼ି ଉଠିଥାଏ। ଜଣେ ବ୍ୟକ୍ତି ଯେଉଁଥିରେ ଯେପରି ବିଶ୍ୱାସ ରଖନ୍ତି, ସେ ସେହିପରି ହୋଇଯାଆନ୍ତି।

 

ପ୍ରଧାନମନ୍ତ୍ରୀ ଏହି ସଂସ୍କୃତ ସୁଭାଷିତମ୍‌କୁ ନିଜର ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରିଛନ୍ତି।

 

ସେ ଏଥିରେ ଲେଖିଛନ୍ତି:

 

ସତ୍ତ୍ୱାନୁରୂପା ସର୍ବସ୍ୟ ଶ୍ରଦ୍ଧା ଭବତି ଭାରତ।

ଶ୍ରଦ୍ଧାମୟୋଽୟଂ ପୁରୁଷୋ ଯୋ ଯଚ୍ଛ୍ରଦ୍ଧଃ ସ ଏବ ସଃ॥

 

*****

MT


(ରିଲିଜ ଆଡି: 2332959) ପରିଦର୍ଶକ କାଉଣ୍ଟର : 14