ପୋଷ୍ଟ କରାଯିବା ଦିନାଙ୍କ:
31 OCT 2026 10:47AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନ୍ଭିଏସ୍-୦୩ କୁ ବହନ କରିଥିବା ଜିଏସ୍ଏଲ୍ଭି-ଏଫ୧୮ର ସଫଳ ଉତ୍କ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ର ଭାରତୀୟ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ମିଶନ୍ ଭାରତର ସ୍ୱଦେଶୀ ଉପଗ୍ରହ ନେଭିଗେସନ୍ (ଦିଗ ନିର୍ଣ୍ଣୟ) ପ୍ରଣାଳୀ ‘ନାଭିକ୍’ କୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଉନ୍ନତ କ୍ଷମତା ସମ୍ପନ୍ନ ଏନ୍ଭିଏସ୍-୦୩, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ନାଗରିକମାନଙ୍କ ଲାଭ ପାଇଁ ନେଭିଗେସନ୍ ସେବାକୁ ଅଧିକ ମଜବୁତ କରିବ ।
ଶ୍ରୀ ମୋଦୀ ଭାରତୀୟ ମହାକାଶ ବୈଜ୍ଞାନିକମାନଙ୍କ ନିଷ୍ଠା ଏବଂ ପ୍ରତିଭାର ପ୍ରଶଂସା କରି କହିଛନ୍ତି ଯେ, ସେମାନଙ୍କର କ୍ରମାଗତ ସଫଳତା ଦେଶ ପାଇଁ ଗର୍ବର ବିଷୟ ।
ଶ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି;
ଏନଭିଏସ୍-୦୩ କୁ ବହନ କରିଥିବା ଜିଏସ୍ଏଲ୍ଭି-ଏଫ୍୧୮ର ସଫଳ ଉତ୍କ୍ଷେପଣ ପାଇଁ ଇସ୍ରୋର ଆମ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ।
ଏହି ମିଶନ ଆମର ସ୍ୱଦେଶୀ ଉପଗ୍ରହ ନେଭିଗେସନ୍ ପ୍ରଣାଳୀ ନାଭିକ୍କୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଉନ୍ନତ କ୍ଷମତା ବିଶିଷ୍ଟ ଏନ୍ଭିଏସ୍-୦୩, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟକୁ ଆଗକୁ ବଢ଼ାଇବ ଏବଂ ଏପରି ନେଭିଗେସନ୍ ସେବା ଯୋଗାଇବାରେ ସହାୟକ ହେବ ଯାହା ଆମ ନାଗରିକମାନଙ୍କ ପାଇଁ ଲାଭଦାୟକ ହେବ ।
ଆମ ମହାକାଶ ବୈଜ୍ଞାନିକମାନଙ୍କ ନିଷ୍ଠା ଏବଂ ପ୍ରତିଭା ଆମ ଦେଶକୁ ଗର୍ବାନ୍ୱିତ କରିଚାଲିଛି ।
@isro
SR