ପୋଷ୍ଟ କରାଯିବା ଦିନାଙ୍କ:
27 OCT 2026 11:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲିକଟେନ୍ଷ୍ଟିନ୍ର ହେରେଡିଟାରୀ ପ୍ରିନ୍ସ (ଉତ୍ତରାଧିକାରୀ ରାଜକୁମାର) ଆଲୋଇସ୍ଙ୍କ ସହ ସାକ୍ଷାତ କରିଛନ୍ତି ।
ଭାରତ ଓ ଲିକଟେନ୍ଷ୍ଟିନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଉଭୟ ନେତା ଭାରତ-ଇଏଫ୍ଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ଭାଗୀଦାରୀ ଚୁକ୍ତି (ଇଏଫ୍ଟିଏ) ଅଧୀନରେ ହୋଇଥିବା ଅଗ୍ରଗତିର ସୀମକ୍ଷା କରିଛନ୍ତି । ଏହି ଚୁକ୍ତିର ପ୍ରଥମ ବର୍ଷ ସମ୍ପୂର୍ଣ୍ଣ ହୋଇସାରିଛି । ଏହା ସହିତ, ନିବେଶ ପ୍ରବାହ ବୃଦ୍ଧି ଏବଂ ଅର୍ଥନୈତିକ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଥିବା ସୁଯୋଗଗୁଡିକ ଉପରେ ମଧ୍ୟ ଆଲୋଚନା ହୋଇଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
ଲିକଟେନ୍ଷ୍ଟିନ୍ର ହେରେଡିଟାରୀ ପ୍ରିନ୍ସ ଆଲୋଇସ୍ଙ୍କ ସହ ଏକ ଉତ୍ତମ ଆଲୋଚନା ହେଲା ।
ଆମର ଆଲୋଚନା ବ୍ୟାପକ ଥିଲା ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଭାରତ- ଲିକଟେନ୍ଷ୍ଟିନ୍ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଆମେ ଐତିହାସିକ ଭାରତ-ଇଏଫଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ଭାଗୀଦାରୀ ଚୁକ୍ତି ଅଧୀନରେ ହୋଇଥିବା ଅଗ୍ରତିର ସମୀକ୍ଷା କଲୁ । ଏହି ଚୁକ୍ତିର ପ୍ରଥମ ବର୍ଷ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଆମେ ଅଧିକ ନିବେଶ ତଥା ଅର୍ଥନୈତିକ ସହଯୋଗ ପାଇଁ ଥିବା ସୁଯୋଗଗୁଡିକ ଉପରେ ଅଲୋଚନା କଲୁ।
SR