ପୋଷ୍ଟ କରାଯିବା ଦିନାଙ୍କ:
23 OCT 2026 12:52PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସରେ ମହିଳା ୪୦୦ ମିଟର ଟି୨୦ଇଭେଣ୍ଟରେ ପୁନର୍ବାର ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଦୀପ୍ତି ଜୀବନଜୀଙ୍କୁ ପ୍ରଶଂସା କରିଛନ୍ତି ।
ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ନିଜର ପ୍ରଦର୍ଶନରେ ଉନ୍ନତି ଆଣିବା ସହ ଏକ ଚମତ୍କାର ଗେମ୍ସ ରେକର୍ଡ ସ୍ଥାପନ କରି ନିଜର ଟାଇଟଲ୍ ବଜାୟ ରଖିବା ଏକ ଅତ୍ୟନ୍ତ ଉଲ୍ଲେଖନୀୟ ସଫଳତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୀପ୍ତି ଜଣେ ଚାମ୍ପିୟନର ପ୍ରକୃତ ଭାବନା ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କର ଏହି ସଫଳତା ଅନେକ ଯୁବ କ୍ରୀଡାବିତ୍ଙ୍କୁ ଅନୁପ୍ରାଣିତ କରିବ । ପ୍ରଧାନମନ୍ତ୍ରୀ ତାଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି;
“ଏପରି ଜଣେ ଚାମ୍ପିୟନ୍ ଯିଏ କ୍ରମାଗତ ଭାବେ ସଫଳତାର ନୂଆ ସଜ୍ଞା ତିଆରି କରୁଛନ୍ତି!
ଦୀପ୍ତି ଜୀବନଜୀ ଏସୀୟ ପାରା ଗେମ୍ସରେ ମହିଳା ୪୦୦ ମିଟର ଟି୨୦ ଇଭେଣ୍ଟରେ ପୁନର୍ବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ ଏକ ଚମତ୍କାର ଗେମ୍ସ ରେକର୍ଡ ସହ ନିଜର ଟାଇଟଲ ବଜାୟ ରଖିଛନ୍ତି । ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ସହ ଟାଇଟଲ ବଜାୟ ରଖିବା ଏକ ଉଲ୍ଲେଖନୀୟ ସଫଳତା ଅଟେ ।
ସେ ଚାମ୍ପିୟନର ପ୍ରକୃତ ଭାବନାର ପ୍ରଦର୍ଶନ କରିଛନ୍ତି । ତାଙ୍କର ଏହି ସଫଳତା ଅନେକ ଯୁବ କ୍ରୀଡାବିତ୍ଙ୍କୁ ଅନୁପ୍ରାଣିତ କରିବ । ମୋ ତରଫରୁ ଅନେକ ଶୁଭେଚ୍ଛା : PM @narendramodi"
SR