ପୋଷ୍ଟ କରାଯିବା ଦିନାଙ୍କ:
21 OCT 2026 10:14AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଏସୀୟ ପାରା କ୍ରୀଡ଼ା-୨୦୨୬ର ପୁରୁଷ ୧୦୦ ମିଟର ଫ୍ରିଷ୍ଟାଇଲ ଏସ-୧୩ ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ ରବି କେ. ବୁଡ଼ିଗିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ମୋଦୀ ତାଙ୍କର ଦୃଢ଼ ସଂକଳ୍ପ, କଠିନ ପରିଶ୍ରମ ଏବଂ କ୍ରୀଡ଼ା ମନୋଭାବର ପ୍ରଶଂସା କରିଛନ୍ତି ଏବଂ ଏହି ସଫଳତାକୁ ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି । ସେ ରବି କେ. ବୁଡ଼ିଗିନାଙ୍କୁ ଆଗାମୀ ଦିନରେ ମଧ୍ୟ ନିରନ୍ତର ସଫଳତା ପାଇବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ର ଏକ ପୋଷ୍ଟରେ କୁହାଯାଇଛି;
“ଭାରତ ପାଇଁ ଏକ ସ୍ୱତନ୍ତ୍ର ରୌପ୍ୟ ପଦକ! ଏସୀୟ ପାରା କ୍ରୀଡ଼ା ୨୦୨୬ର ପୁରୁଷ ୧୦୦ ମିଟର ଫ୍ରିଷ୍ଟାଇଲ ଏସ୧୩ ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ ରବି କେ.ବୁଡ଼ିଗିନାଙ୍କୁ ଅଭିନନ୍ଦନ । ତାଙ୍କର ଦୃଢ଼ ସଂକଳ୍ପ, କଠିନ ପରିଶ୍ରମ ଏବଂ କ୍ରୀଡ଼ା ମନୋଭାବ ପ୍ରକୃତରେ ପ୍ରଶଂସନୀୟ । ଏହି ସଫଳତା ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଆଗାମୀ ଦିନରେ ତାଙ୍କର ନିରନ୍ତର ସଫଳତା କାମନା କରୁଛି : ପ୍ରଧାନମନ୍ତ୍ରୀ @narendramod” ।
SR