ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆରଏସଏସର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଶତାବ୍ଦୀ ବର୍ଷ ଶ୍ରୀ ବିଜୟାଦଶମୀ ଅବସରରେ ଡ. ମୋହନ ଭାଗବତ ଜୀଙ୍କ ପ୍ରେରଣାଦାୟକ ଅଭିଭାଷଣକୁ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
21 OCT 2026 9:55AM by PIB Bhubaneswar
ଆରଏସଏସର ସ୍ଥାପନା ଦିବସର ବିଶେଷ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସ୍ୱୟଂସେବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ, ନାଗପୁରରେ ଅନୁଷ୍ଠିତ ଶତାବ୍ଦୀ ବର୍ଷ ଶ୍ରୀ ବିଜୟାଦଶମୀ ଉତ୍ସବରେ ସରସଂଘଚାଳକ ଡ. ମୋହନ ଭାଗବତ ଜୀ ଦେଇଥିବା ଏକ ପ୍ରେରଣାଦାୟକ ଅଭିଭାଷଣକୁ ସେ ସେୟାର କରିଛନ୍ତି ।
ଏକ୍ସର କ୍ରମାଗତ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;
“ଆଜି ଅରଏସଏସ ସ୍ଥାପନା ଦିବସର ବିଶେଷ ଅବସରରେ ସମସ୍ତ ସ୍ୱୟଂସେବକଙ୍କୁ ମୋର ଶୁଭେଚ୍ଛା । ମୁଁ ସେହି ସମସ୍ତ ମହାନ ବ୍ୟକ୍ତିତ୍ୱ ମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ଦୀର୍ଘବର୍ଷ ଧରି ଆରଏସଏସକୁ ଗଢ଼ିବା ସହ ବିକଶିତ କରିଛନ୍ତି ।
ଆରଏସଏସ ସେବା, ରାଷ୍ଟ୍ର ନିର୍ମାଣ ଏବଂ ସାମାଜିକ ସଦଭାବନାର ଏକ ଉଲ୍ଲେଖନୀୟ ଶତାବ୍ଦୀ ପୂରଣ କରିଛି । ଅଗଣିତ ସ୍ୱୟଂସେବକ ଗଭୀର କର୍ତ୍ତବ୍ୟବୋଧ ଏବଂ ‘ରାଷ୍ଟ୍ର ପ୍ରଥମ’ ଭାବନା ନେଇ ସମାଜ ପାଇଁ କାର୍ଯ୍ୟ କରିଛନ୍ତି ।
ଆଗାମୀ ଦିନରେ ଏହି ଭାବନା ଜାତୀୟ ବିକାଶକୁ ଆହୁରି ସୁଦୃଢ଼ କରୁ ।”
“ନାଗପୁରରେ ଆୟୋଜିତ ଶତାବ୍ଦୀ ବର୍ଷ ଶ୍ରୀ ବିଜୟାଦଶମୀ ଉତ୍ସବ ଅବସରରେ ପରମ ପୂଜ୍ୟ ସରସଂଘଚାଳକ ଡ. ମୋହନ ଭାଗବତ ଜୀ ଏକ ଅତ୍ୟନ୍ତ ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନ କରିଛନ୍ତି ।
ସେ ଜାତୀୟ ପ୍ରଗତି, ସାମାଜିକ ଏକତା, ଆତ୍ମନିର୍ଭରଶୀଳତାର ଆବଶ୍ୟକତା ଏବଂ ସମାଜର ଚରିତ୍ରକୁ ସୁଦୃଢ଼ କରିବା ଭଳି ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି ।
ବିଶେଷ ଭାବେ ଉଲ୍ଲେଖନୀୟ ବିଷୟ ହେଲା, ସେ ‘ସେବା’ ଏବଂ ‘ରାଷ୍ଟ୍ର ନିର୍ମାଣ’ ପ୍ରତି ଥିବା ସେହି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯାହା ପ୍ରତ୍ୟେକ ଆରଏସଏସ ସ୍ୱୟଂସେବକଙ୍କ ଜୀବନର ଏବ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ।
ସେ ‘ପଞ୍ଚ ପରିବର୍ତ୍ତନ’ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଏବଂ ଏହା କିପରି ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ, ସେ ସମ୍ପର୍କରେ ମଧ୍ୟ ବୁଝାଇଛନ୍ତି ।
@RSSorg
@DrMohanBhagwat
https://www.youtube.com/live/PcWgPtMVw_Q?si=mCFMUSKnpi_UvUhQ ।”
SR
(ରିଲିଜ ଆଡି: 2325675)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
Bengali
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam