ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରାଖଣ୍ଡର ବିକାଶ ଯାତ୍ରା ଉପରେ ଏକ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2026 10:42AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମିଙ୍କ ଦ୍ୱାରା ଲିଖିତ ଏକ ଲେଖା ଶେୟାର କରିଛନ୍ତି ।

ଏହି ଲେଖାଟି ‘ଦେବଭୂମି’ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ସମ୍ପର୍କ ଏବଂ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥାଏ । ଏଥିରେ ବର୍ଣ୍ଣନା କରାଯାଇଛି ଯେ କିପରି ତାଙ୍କର ଦୃଷ୍ଟି ଉତ୍ତରାଖଣ୍ଡର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିଛି ଏବଂ ଲୋକଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦେବଭୂମି ପ୍ରତି ସ୍ୱତନ୍ତ୍ର ସମ୍ପର୍କ ଏବଂ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କୁ ବେଶ୍ ଜଣା । ତାଙ୍କର ଦୂରଦୃଷ୍ଟି ଉତ୍ତରାଖଣ୍ଡର ବିକାଶ ଯାତ୍ରାକୁ ଯଥେଷ୍ଟ ତ୍ୱରାନ୍ୱିତ କରିଛି, ଯାହା ଦ୍ୱାରା ସାଧାରଣ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିଜର  ଆଲେଖ୍ୟରେ ଏ ସମ୍ପର୍କରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ।”

 

SR

 


(ରିଲିଜ ଆଡି: 2321158) ପରିଦର୍ଶକ କାଉଣ୍ଟର : 3