ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସରକାରଙ୍କ ମୁଖ୍ୟ ଭାବରେ ରାଷ୍ଟ୍ରସେବାର ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ପାଇଁ ଜାପାନର ପ୍ରଧାନମନ୍ତ୍ରୀ ସନାଏ ତାକାଇଚିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 OCT 2026 10:16AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାପାନର ପ୍ରଧାନମନ୍ତ୍ରୀ ସନାଏ ତାକାଇଚିଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସେ ଚଳିତ ବର୍ଷ ଜୁଲାଇ ମାସରେ ତାଙ୍କ ଗସ୍ତକୁ ମନେ ପକାଇବା ସହ ଏହା ଏକ ଅବିସ୍ମରଣୀୟ ଘଟଣା ବୋଲି ବର୍ଣ୍ଣନା କରିଥିଲେ । ତାଙ୍କ ଗସ୍ତ ଭାରତ-ଜାପାନ ଭାଗୀଦାରୀକୁ ଅଧିକ ସୁଦୃଢ଼ କରିଥିଲା । ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଭାରତ ଓ ଜାପାନ ନିଜର ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ଉପରେ ଆଧାର କରି ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବେ । ସେ ଆଶା ବ୍ୟକ୍ତ କରିଥିଲେ ଯେ, ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଉଚ୍ଚତାର ନୂତନ ସ୍ତରକୁ ନେବାର ସୁଯୋଗ ପ୍ରଦାନ କରିବ ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ପ୍ରଧାନମନ୍ତ୍ରୀ ତାକାଇଚି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
ଚଳିତ ବର୍ଷ ଜୁଲାଇରେ ଆପଣଙ୍କର ଭାରତ ଗସ୍ତ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ । ଏହା ଦ୍ୱାର ଭାରତ-ଜାପାନ ମଧ୍ୟରେ ଭାଗୀଦାରୀ ଆହୁରି ମଜବୁତ ହୋଇଛି ।
ଉଭୟ ଦେଶ ନିଜର ପୁରୁଣା ବନ୍ଧୁତ୍ୱକୁ ଆହୁରି ଆଗକୁ ନେବା ସହ ବିଶ୍ୱସ୍ତରୀୟ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକତ୍ର ପ୍ରୟାସ ଜାରି ରଖିବେ ।
ଆମ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱକୁ ଉଚ୍ଚତାର ଏକ ନୂତନ ସ୍ତରରେ ପହଞ୍ଚାଇବ।”
高市首相、誠にありがとうございました。
今年7月の首相のインド訪問は、私にとっても忘れられないものとなりました。この訪問により、日印のパートナーシップはさらに強固なものとなりました。
両国は、長年にわたる友好関係を基盤として、世界の平和、安定、繁栄のために引き続き協力してまいります。
国交樹立75周年を迎えるにあたり、両国関係が新たな高みに達することを確信しております。
@takaichi_sanae
SR
(ରିଲିଜ ଆଡି: 2321150)
ପରିଦର୍ଶକ କାଉଣ୍ଟର : 3