ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସରକାରଙ୍କ ମୁଖ୍ୟ ଭାବରେ ଦେଶ ସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ବେଲଜିୟମ୍ର ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 OCT 2026 10:10AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଲଜିୟମ୍ର ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ ଭାରତ-ବେଲଜିୟମ୍ ସମ୍ପର୍କରେ ରହିଥିବା ସକାରାତ୍ମକ ଗତିକୁ ଆଗକୁ ବଢ଼ାଇବା ପାଇଁ ଆଶା ପ୍ରକାଶ କରିବା ସହ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ଦିଗରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ।
ଶ୍ରୀ ମୋଦୀ ଏକ୍ସର ପୋଷ୍ଟ କରିଛନ୍ତି;
“ଆପଣଙ୍କ ଉଦାରପୂର୍ଣ୍ଣ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ୱାର୍ଟ ଡି ୱେଭର, ଆପଣଙ୍କୁ ଧନ୍ୟବାଦ ।
ଆମ ସମ୍ପର୍କର ସକାରାତ୍ମକ ଗତିଶୀଳତାକୁ ଆଗକୁ ବଢ଼ାଇବା ଏବଂ ଆମର ଦ୍ୱିପାକ୍ଷିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଁ ଆପଣଙ୍କ ସହ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି ।”
@Bart_DeWever
SR
(ରିଲିଜ ଆଡି: 2321141)
ପରିଦର୍ଶକ କାଉଣ୍ଟର : 3