ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ନେହ ଏବଂ ଆଶୀର୍ବାଦ ପାଇଁ କୃତଜ୍ଞତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2026 11:13AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଜନ୍ମଦିନ ଅବସରରେ ସାରା ଦେଶର ଲୋକଙ୍କ ଠାରୁ ମିଳିଥିବା ସ୍ନେହ ଏବଂ ଆଶୀର୍ବାଦ ପାଇଁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ କେତେକ ଅଙ୍ଗଭଙ୍ଗୀ ଅତ୍ୟନ୍ତ ସ୍ୱତନ୍ତ୍ର ରହିଥାଏ ଏବଂ ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଥାଏ। ସେ 'ଆଶୀର୍ବାଦ କା ଦିୟା "କୁ ଏପରି ଏକ ସ୍ନେହର ଅଭିବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ, ଯାହା ତାଙ୍କୁ ଗଭୀର ଭାବେ ସ୍ପର୍ଶ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଆଶୀର୍ବାଦ ଭାରତର ଜନସାଧାରଣଙ୍କୁ ଆହୁରି ଅଧିକ ନିଷ୍ଠାର ସହ ସେବା କରିବା ଲାଗି ତାଙ୍କର ସଂକଳ୍ପକୁ ସୁଦୃଢ଼ କରିଥାଏ।
ଶ୍ରୀ ମୋଦୀ 'ଏକ୍ସ ’ରେ ପୋଷ୍ଟ କରିଛନ୍ତି:
କିଛି ଅଙ୍ଗଭଙ୍ଗୀ ଅତ୍ୟନ୍ତ ସ୍ୱତନ୍ତ୍ର ରହିଥାଏ!
'ଆଶୀର୍ବାଦ କା ଦିୟା ହେଉଛି ସ୍ନେହର ଏପରି ଏକ ଅଭିବ୍ୟକ୍ତି ଯାହା ମୋତେ ଗଭୀର ଭାବେ ସ୍ପର୍ଶ କରିଛି।
ପ୍ରତ୍ୟେକ ଆଶୀର୍ବାଦ ଆହୁରି ଅଧିକ ଭକ୍ତି ସହିତ ଆମର ପ୍ରିୟ ଭାରତର ସେବା କରିବାର ମୋର ସଂକଳ୍ପକୁ ଦୃଢ କରିଥାଏ।
HS
(ରିଲିଜ ଆଡି: 2315793)
ପରିଦର୍ଶକ କାଉଣ୍ଟର : 14
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam