ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶୁଭେଚ୍ଛା, ସ୍ନେହ ଏବଂ ଆଶୀର୍ବାଦ ପାଇଁ କୃତଜ୍ଞତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 11:05AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଜନ୍ମଦିନ ଅବସରରେ ସାରା ଦେଶର ଜନସାଧାରଣଙ୍କ ଠାରୁ ମିଳିଥିବା ଶୁଭେଚ୍ଛା, ସ୍ନେହ ଏବଂ ଆଶୀର୍ବାଦ ପାଇଁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଉଷ୍ମତାର ପ୍ରତ୍ୟେକ ଶବ୍ଦ ଗଭୀର ଭାବେ ଆଦୃତ ଏବଂ ଏହା ତାଙ୍କୁ ଲୋକମାନଙ୍କ ସେବା କରିବା ପାଇଁ ନୂତନ ଶକ୍ତି ପ୍ରଦାନ କରିଥାଏ। ସେ ଦିନସାରା ସେବା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଏକ ବିକାଶ ଭାରତ ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ସାରା ଦେଶରୁ ଆସିଥିବା ଶୁଭେଚ୍ଛା, ସ୍ନେହ ଏବଂ ଆଶୀର୍ବାଦ ପାଇଁ ମୋର ହୃଦୟରୁ କୃତଜ୍ଞତା।

ଉଷ୍ମତାର ପ୍ରତ୍ୟେକ ଶବ୍ଦ ଗଭୀର ଭାବେ ଆଦୃତ ଏବଂ ଏହା ମୋତେ ଆମ ଲୋକମାନଙ୍କ ସେବା କରିବା ପାଇଁ ନୂତନ ଶକ୍ତି ପ୍ରଦାନ କରିଥାଏ।

ଦିନସାରା ସେବା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତଙ୍କୁ ମଧ୍ୟ ମୁଁ ପ୍ରଶଂସା କରୁଛି।

ଆସନ୍ତୁ, ଆମେ ସମସ୍ତେ ମିଶି ଏକ ବିକାଶ ଭାରତ ନିର୍ମାଣ କରିବା।

HS


(ରିଲିଜ ଆଡି: 2315778) ପରିଦର୍ଶକ କାଉଣ୍ଟର : 10