ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ୍ମଦିନର ଶୁଭେଚ୍ଛା ପାଇଁ ଶ୍ରୀ ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:59AM by PIB Bhubaneswar

ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଶ୍ରୀ ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନ, ସୁଯୋଗ ଓ ସଶକ୍ତୀକରଣ ସୁନିଶ୍ଚିତ କରିବା ଦିଗରେ ନିରନ୍ତର ପ୍ରୟାସ କରାଯାଇଆସୁଛି। ବିଶେଷକରି ଦୀର୍ଘ ସମୟ ଧରି ସମାଜର ମୁଖ୍ୟଧାରାରୁ ବଞ୍ଚିତ ରହିଥିବା ଲୋକଙ୍କ ପାଇଁ ଏହି ପ୍ରୟାସ ଜାରି ରହିଛି।

 

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

“ଆପଣଙ୍କ ଆତ୍ମୀୟ ଶୁଭେଚ୍ଛା ଓ ଚିନ୍ତନଶୀଳ ବାର୍ତ୍ତା ପାଇଁ ଧନ୍ୟବାଦ, ଶ୍ରୀ ରାମନାଥ କୋବିନ୍ଦ ଜୀ।

 

ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନ, ସୁଯୋଗ ଓ ସଶକ୍ତୀକରଣ ସୁନିଶ୍ଚିତ କରିବା ଦିଗରେ ନିରନ୍ତର ପ୍ରୟାସ କରାଯାଇଆସୁଛି। ବିଶେଷକରି ଦୀର୍ଘ ସମୟ ଧରି ସମାଜର ମୁଖ୍ୟଧାରାରୁ ବଞ୍ଚିତ ରହିଥିବା ଲୋକଙ୍କ ପାଇଁ ଏହି ପ୍ରୟାସ ଜାରି ରହିଛି।

 

ଏକ ସଶକ୍ତ ଓ ବିକଶିତ ଭାରତ ଗଠନ ଦିଗରେ ଆହୁରି ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଆମର ସାମୂହିକ ସଂକଳ୍ପ ଜାରି ରହିବ।”

 

*****

MT


(ରିଲିଜ ଆଡି: 2315774) ପରିଦର୍ଶକ କାଉଣ୍ଟର : 10