ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ବିକାଶ ଗାଥା କିପରି ‘ନୀଳ ବିପ୍ଳବ’କୁ ଆଉ ଏକ ସଫଳତାର କାହାଣୀରେ ପରିଣତ କରୁଛି, ସେ ସମ୍ପର୍କିତ ଏକ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:56AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନଙ୍କ ଏକ ଲେଖା ସେୟାର କରିଛନ୍ତି।

 

ଶ୍ରୀ ସି. ପି. ରାଧାକୃଷ୍ଣନ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବିକାଶ ଗାଥା ‘ନୀଳ ବିପ୍ଳବ’କୁ ଆଉ ଏକ ସଫଳତାର କାହାଣୀରେ ପରିଣତ କରୁଛି। ଏହି ଲେଖାରେ ଭାରତ ଏବେ ନିଜ ସାମୁଦ୍ରିକ ସମ୍ପଦର ସମ୍ଭାବନାକୁ ଉନ୍ମୋଚନ କରିବା ପାଇଁ ସମୁଦ୍ରତଟ ବାହାରେ ମଧ୍ୟ ଦୃଷ୍ଟି ବିସ୍ତାର କରୁଥିବା ବିଷୟରେ ଆଲୋକପାତ କରାଯାଇଛି।

 

ସ୍ଥାୟୀ ମତ୍ସ୍ୟଚାଷ ଉପକୂଳବର୍ତ୍ତୀ ସମୁଦାୟ, ଯୁବବର୍ଗ ଓ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଏହା ଉପକୂଳବର୍ତ୍ତୀ ଭାରତର ଅର୍ଥନୈତିକ ଜୀବନକୁ ମଧ୍ୟ ସୁଦୃଢ଼ କରୁଛି।

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି:

 

“ଉପରାଷ୍ଟ୍ରପତି ଶ୍ରୀ @CPR_VPଙ୍କ ଏକ ନିଶ୍ଚିତ ଭାବେ ପଢ଼ିବା ଯୋଗ୍ୟ ଲେଖା। ଏଥିରେ ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ @narendramodiଙ୍କ ନେତୃତ୍ୱରେ ଭାରତର ବିକାଶ ଗାଥା ‘ନୀଳ ବିପ୍ଳବ’କୁ ଆଉ ଏକ ସଫଳତାର କାହାଣୀରେ ପରିଣତ କରୁଛି। ସେ କହିଛନ୍ତି ଯେ, ଭାରତ ଏବେ ନିଜ ସାମୁଦ୍ରିକ ସମ୍ପଦର ସମ୍ଭାବନାକୁ ଉନ୍ମୋଚନ କରିବା ପାଇଁ ନିଜ ସୀମା ବାହାରକୁ ଦୃଷ୍ଟି ବିସ୍ତାର କରୁଛି। ସ୍ଥାୟୀ ମତ୍ସ୍ୟଚାଷ ଉପକୂଳବର୍ତ୍ତୀ ସମୁଦାୟ, ଯୁବବର୍ଗ ଓ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଏହା ଉପକୂଳବର୍ତ୍ତୀ ଭାରତର ଅର୍ଥନୈତିକ ଜୀବନକୁ ମଧ୍ୟ ସୁଦୃଢ଼ କରୁଛି।”

 

*****

MT

 


(ରିଲିଜ ଆଡି: 2315769) ପରିଦର୍ଶକ କାଉଣ୍ଟର : 10