ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗଣେଶ ଚତୁର୍ଥୀ ଅବସରରେ ସଂସ୍କୃତ ସୁଭାଷିତମ୍‌ ସେୟାର କରି ଭଗବାନ ଗଣେଶଙ୍କ ଆଶୀର୍ବାଦ କାମନା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:55AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତ ଦେଶବାସୀଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଛନ୍ତି। ବିଘ୍ନହର୍ତ୍ତା ଭଗବାନ ଗଣେଶଙ୍କ ପୂଜା ଓ ଆଶୀର୍ବାଦ ପ୍ରାପ୍ତିର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଓ ଉତ୍ସାହ ସଞ୍ଚାର କରୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଭଗବାନ ଗଣେଶଙ୍କ ଦିବ୍ୟ ଆଶୀର୍ବାଦରେ ସମସ୍ତଙ୍କ ପ୍ରୟାସ ସଫଳ ହେଉ ଏବଂ ରାଷ୍ଟ୍ର ବିକାଶର ପଥରେ ନିରନ୍ତର ଆଗକୁ ବଢ଼ିଚାଲୁ ବୋଲି ଶ୍ରୀ ମୋଦୀ ପ୍ରାର୍ଥନା କରିଛନ୍ତି।

 

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତମ୍‌ ମଧ୍ୟ ସେୟାର କରିଛନ୍ତି-

 

“ମୁଦାକରାତ୍ତମୋଦକଂ ସଦା ବିମୁକ୍ତିସାଧକଂ

କଲାଧରାବତଂସକଂ ବିଲାସିଲୋକରକ୍ଷକମ୍।

 

ଅନାୟକୈକନାୟକଂ ବିନାଶିତେଭଦୈତ୍ୟକଂ

ନତାଶୁଭାଶୁନାଶକଂ ନମାମି ତଂ ବିନାୟକମ୍॥”

 

ଏହି ସୁଭାଷିତମ୍‌ର ଅର୍ଥ ହେଉଛି- ମୁଁ ଭଗବାନ ଶ୍ରୀ ବିନାୟକଙ୍କୁ ପ୍ରଣାମ କରୁଛି, ଯାହାଙ୍କ ପବିତ୍ର ହସ୍ତ ମୋଦକରେ ଶୋଭିତ; ଯିଏ ସର୍ବଦା ମୁକ୍ତିର ପଥ ଅନୁସରଣ କରୁଥିବା ସାଧକମାନଙ୍କୁ ମାର୍ଗଦର୍ଶନ କରନ୍ତି; ଯିଏ ନିଜ କପାଳରେ ଅର୍ଦ୍ଧଚନ୍ଦ୍ରକୁ ଅଳଙ୍କାର ଭାବେ ଧାରଣ କରିଛନ୍ତି; ଯିଏ ସମଗ୍ର ବିଶ୍ୱର ରକ୍ଷକ ଏବଂ ସୃଷ୍ଟିର ଏକମାତ୍ର ସର୍ବୋଚ୍ଚ ପ୍ରଭୁ; ଯିଏ ଗଜାସୁର ନାମକ ଅସୁରକୁ ବଧ କରିଥିଲେ ଏବଂ ଯିଏ ନିଜ ଭକ୍ତମାନଙ୍କୁ ସମସ୍ତ ଦୁଃଖ ଓ କଷ୍ଟରୁ ଶୀଘ୍ର ମୁକ୍ତ କରନ୍ତି।

 

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି;

 

“ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଅନନ୍ତ ଶୁଭେଚ୍ଛା। ବିଘ୍ନହର୍ତ୍ତାଙ୍କ ଦର୍ଶନ ଓ ପୂଜାର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଓ ନୂତନ ଉତ୍ସାହ ସଞ୍ଚାର କରୁ। ତାଙ୍କ ଦିବ୍ୟ ଆଶୀର୍ବାଦରେ ସମସ୍ତଙ୍କ ପ୍ରୟାସ ସଫଳ ହେଉ ଏବଂ ରାଷ୍ଟ୍ର ନିରନ୍ତର ବିକାଶର ପଥରେ ଆଗକୁ ବଢ଼ିଚାଲୁ, ଏହା ହିଁ କାମନା। ଗଣପତି ବାପ୍ପା ମୋରୟା!

 

ମୁଦାକରାତ୍ତମୋଦକଂ ସଦା ବିମୁକ୍ତିସାଧକଂ

କଲାଧରାବତଂସକଂ ବିଲାସିଲୋକରକ୍ଷକମ୍।

 

ଅନାୟକୈକନାୟକଂ ବିନାଶିତେଭଦୈତ୍ୟକଂ

ନତାଶୁଭାଶୁନାଶକଂ ନମାମି ତଂ ବିନାୟକମ୍॥”

 

*****

MT

 

 

 


(ରିଲିଜ ଆଡି: 2315767) ପରିଦର୍ଶକ କାଉଣ୍ଟର : 28