ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆ କପ୍ ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2026 10:54AM by PIB Bhubaneswar
ଏସିଆ କପ୍ ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମଗ୍ର ଟୁର୍ଣ୍ଣାମେଣ୍ଟରେ ଦଳର ଆତ୍ମବିଶ୍ୱାସ, ନିରନ୍ତରତା ଏବଂ ଉଲ୍ଲେଖନୀୟ ମନୋବଳ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।
ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି ଯେ, ଏହି ବିଜୟ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ବିପୁଳ ସଂଖ୍ୟାରେ କ୍ରୀଡ଼ାରେ ଭାଗ ନେବା ଏବଂ ସଫଳତା ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ।
ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି;
“ଭାରତୀୟ କ୍ରିକେଟ୍ ପାଇଁ ଏକ ଗର୍ବର ମୁହୂର୍ତ୍ତ!
ଏସିଆ କପ୍ ବିଜୟ ପାଇଁ ମହିଳା ଦଳକୁ ଅଭିନନ୍ଦନ। ସମଗ୍ର ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ଆତ୍ମବିଶ୍ୱାସ, ନିରନ୍ତରତା ଏବଂ ଉଲ୍ଲେଖନୀୟ ମନୋବଳ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।
ଏହି ବିଜୟ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ବିପୁଳ ସଂଖ୍ୟାରେ କ୍ରୀଡ଼ାରେ ଭାଗ ନେବା ଏବଂ ସଫଳତା ହାସଲ କରିବା ପାଇଁ ପ୍ରେରଣା ଦେଉ।”
*****
MT
(ରିଲିଜ ଆଡି: 2315765)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam