ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡକ୍ଟର ଭୂପେନ ହଜାରିକାଙ୍କ ୧୦୦ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:46AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ୍‌ ବ୍ୟକ୍ତିତ୍ୱ ଡକ୍ଟର ଭୂପେନ ହଜାରିକାଙ୍କ ୧୦୦ତମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡକ୍ଟର ଭୂପେନ ହଜାରିକାଙ୍କ କଣ୍ଠସ୍ୱର ଆସାମର ଆତ୍ମା ଏବଂ ଉତ୍ତର-ପୂର୍ବାଞ୍ଚଳର ଭାବନାକୁ ସମଗ୍ର ଦେଶ ନିକଟରେ ପହଞ୍ଚାଇଥିଲା। ତାଙ୍କ ସଙ୍ଗୀତ ମାଧ୍ୟମରେ ଡକ୍ଟର ହଜାରିକା ଅସଂଖ୍ୟ ଲୋକଙ୍କ ଚିନ୍ତାଧାରା ଓ ଭାବନାକୁ ସୁନ୍ଦର ଭାବେ ପ୍ରକାଶ କରିଥିଲେ ଏବଂ ଲୋକମାନଙ୍କୁ ନିକଟତର କରିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି।

 

ଗତବର୍ଷ ଗୁଆହାଟୀରେ ଡକ୍ଟର ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଶୁଭାରମ୍ଭରେ ଯୋଗଦେଇଥିବା କଥାକୁ ପ୍ରଧାନମନ୍ତ୍ରୀ ଆଦରର ସହ ସ୍ମରଣ କରିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭୂପେନ ଦା’ଙ୍କ ଜୀବନ ଓ କାର୍ଯ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଚାଲିବ।

 

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି:

 

“୧୦୦ତମ ଜୟନ୍ତୀରେ ମହାନ୍‌ ଡକ୍ଟର ଭୂପେନ ହଜାରିକାଙ୍କୁ ସ୍ମରଣ କରୁଛି।

 

ତାଙ୍କ କଣ୍ଠସ୍ୱର ଆସାମର ଆତ୍ମା ଏବଂ ଉତ୍ତର-ପୂର୍ବାଞ୍ଚଳର ଭାବନାକୁ ସମଗ୍ର ଦେଶ ନିକଟରେ ପହଞ୍ଚାଇଥିଲା।

 

ତାଙ୍କ ସଙ୍ଗୀତ ମାଧ୍ୟମରେ ସେ ଅସଂଖ୍ୟ ଲୋକଙ୍କ ଚିନ୍ତାଧାରା ଓ ଭାବନାକୁ ସୁନ୍ଦର ଭାବେ ପ୍ରକାଶ କରିଥିଲେ। ତାଙ୍କ ଗୀତ ଲୋକମାନଙ୍କୁ ପରସ୍ପରର ନିକଟତର କରିଥିଲା।

 

ଗତବର୍ଷ ଗୁଆହାଟୀରେ ତାଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଶୁଭାରମ୍ଭରେ ଯୋଗଦେଇଥିବା କଥାକୁ ମୁଁ ଆଦରର ସହ ସ୍ମରଣ କରୁଛି। ଭୂପେନ ଦା’ଙ୍କ ଜୀବନ ଓ କାର୍ଯ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଚାଲିବ।”

 

*****

MT


(ରିଲିଜ ଆଡି: 2315747) ପରିଦର୍ଶକ କାଉଣ୍ଟର : 11