ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆ କପ୍ ବିଜୟୀ ଭାରତୀୟ କନିଷ୍ଠ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
13 SEP 2026 8:41PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କନିଷ୍ଠ ପୁରୁଷ ହକି ଦଳକୁ ଏସିଆ କପ୍ ଫାଇନାଲରେ ୪-୧ ରେ ବିଜୟ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଏହି ସଫଳତାକୁ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଏହି ସଫଳତା ଯୁବ ଖେଳାଳିଙ୍କ ଅପାର ପ୍ରତିଭାକୁ ପ୍ରତିଫଳିତ କରୁଛି।
ଶ୍ରୀ ମୋଦୀ ସମଗ୍ର ଦଳକୁ ଶୁଭେଚ୍ଛା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
"ଫାଇନାଲରେ ୪-୧ ରେ ଦୃଢ଼ ବିଜୟ ସହିତ ଏସିଆ କପ୍ ଜିତିଥିବାରୁ ଆମର ଜୁନିୟର ପୁରୁଷ ହକି ଦଳକୁ ଅଭିନନ୍ଦନ। ଏହା ବାସ୍ତବରେ ଏକ ଉଲ୍ଲେଖନୀୟ ସଫଳତା।
ଏହି ସଫଳତା ଆମ ଯୁବ ଖେଳାଳିଙ୍କ ଅପାର ପ୍ରତିଭାକୁ ପ୍ରତିଫଳିତ କରୁଛି। ପୂରା ଟିମକୁ ଅନେକ ଅନେକ ଶୁଭେଚ୍ଛା "
HS
(ରିଲିଜ ଆଡି: 2309963)
ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam