ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
'ସମାବେଶୀ ବୈଶ୍ୱିକ ଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ୀକରଣ" ସମ୍ପର୍କିତ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା
ପୋଷ୍ଟ କରାଯିବା ଦିନାଙ୍କ:
13 SEP 2026 10:48AM by PIB Bhubaneswar
ନୂଆଦିଲ୍ଲୀଠାରେ ଆୟୋଜିତ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ, ଆଜି ୧୨ ସେପ୍ଟେମ୍ବର ୨୦୨୬ରେ "ସମାବେଶୀ ବୈଶ୍ୱିକ ଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ୀକରଣ" ସମ୍ପର୍କିତ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି।
୨. ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନିମ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଛନ୍ତି:
i. ଗ୍ଲୋବାଲ ସାଉଥ୍ (ଦକ୍ଷିଣ ବିଶ୍ୱ) ବିଶ୍ୱସ୍ତରୀୟ ସଙ୍କଟଗୁଡ଼ିକର ପ୍ରଥମ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଶେଷ ଧାଡ଼ିରେ ରହିଛି। ଆମକୁ "ବିଶେଷାଧିକାରର ପିରାମିଡ୍"କୁ "ସହଭାଗିତା ମଞ୍ଚ"ରେ ପରିଣତ କରିବାକୁ ହେବ।
ii. ବିଶ୍ୱ ଶାସନ ବ୍ୟବସ୍ଥାରେ ଆଜିର ବାସ୍ତବତା ପ୍ରତିଫଳିତ ହେବା ଆବଶ୍ୟକ, ବିଶେଷ କରି ଜାତିସଂଘ ସୁରକ୍ଷା ପରିଷଦ ଭଳି ଅନୁଷ୍ଠାନଗୁଡ଼ିକରେ ଅଧିକ ପ୍ରତିନିଧିତ୍ୱ ରହିବା ଉଚିତ।
iii. ବିଶ୍ୱର ବିକାଶଶୀଳ ଦେଶଗୁଡ଼ିକୁ କେବଳ ନିୟମ-ପାଳନକାରୀ ବଦଳରେ ନିୟମ-ନିର୍ଦ୍ଧାରକାରୀ କରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ। ବ୍ରିକ୍ସ ମାଧ୍ୟମରେ, ଆମେ ଗ୍ଲୋବାଲ ସାଉଥର ଯୁବ କୂଟନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଆଲୋଚନା କୌଶଳ, ବ୍ୟାବହାରିକ ତାଲିମ ଏବଂ ଆଇନଗତ ଦକ୍ଷତା ପ୍ରଦାନ କରିପାରିବା।
iv. ନାବିକମାନେ ବିଶ୍ୱ ବାଣିଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦିଅନ୍ତି, ତଥାପି ସଙ୍କଟ ସମୟରେ ସେମାନଙ୍କୁ ପ୍ରାୟତଃ ପର୍ଯ୍ୟାପ୍ତ ସହାୟତା ମିଳିନଥାଏ। ଏହି ପରିପ୍ରେକ୍ଷୀରେ ସେ ଏକ 'ନାବିକ ଆପାତକାଳୀନ ସହାୟତା ନେଟୱାର୍କ' ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ।
୩. ଆମର ଭବିଷ୍ୟତ ଯେହେତୁ ମିଳିତ, ତେଣୁ ସେହି ଭବିଷ୍ୟତକୁ ରୂପରେଖ ଦେବାର ଅଧିକାର ମଧ୍ୟ ସମାନ ଭାବେ ଅଂଶୀଦାର ହେବା ଆବଶ୍ୟକ - ସ୍ୱରଠାରୁ ପ୍ରଭାବ ପର୍ଯ୍ୟନ୍ତ ଏବଂ ବିଶେଷାଧିକାରଠାରୁ ସହଭାଗିତା ପର୍ଯ୍ୟନ୍ତ; ଏହା କହି ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟ ଶେଷ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ମନ୍ତବ୍ୟକୁ ପ୍ରଦତ୍ତ ଲିଙ୍କ: https://www.mea.gov.in/Speeches-Statements?dtl/41775ରେ ଦେଖାଯାଇପାରିବ।
୪. ଆଗାମୀ ଦିନରେ ବ୍ରିକ୍ସ ସହଯୋଗ ପାଇଁ ସହଭାଗିତା ଆଧାରିତ ପ୍ରାଥମିକତା, ପ୍ରତିବଦ୍ଧତା ଏବଂ ଦିଗ ନିର୍ଦ୍ଧାରଣ କରୁଥିବା "ନୂଆଦିଲ୍ଲୀ ବ୍ରିକ୍ସ ନେତାଙ୍କ ଘୋଷଣାନାମା" ଗ୍ରହଣ ସହିତ ଅଧିବେଶନ ସମାପ୍ତ ହୋଇଥିଲା। ଏହି ଘୋଷଣାନାମାକୁ ପ୍ରଦତ୍ତ ଲିଙ୍କ: https://www.mea.gov.in/bilateral-documents?dtl/41776 ମାଧ୍ୟମରେ ଦେଖାଯାଇପାରିବ।
(ରିଲିଜ ଆଡି: 2309925)
ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ :
Telugu
,
Kannada
,
Assamese
,
Tamil
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Malayalam