ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
azadi ka amrit mahotsav

ମୁମ୍ବାଇରେ କାଲିଠାରୁ ଆରମ୍ଭ ହେବ ‘କୋଠା ଓ ଅନ୍ୟାନ୍ୟ ଶ୍ରମିକ’ଙ୍କ ଦୁଇଦିନିଆ ଜାତୀୟ ସମ୍ମିଳନୀ


ନିର୍ମାଣ ଶ୍ରମିକଙ୍କ ପାଇଁ ଡିଜିଟାଲ୍ ସେବା ତ୍ୱରାନ୍ୱିତ କଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ବିହାର ଓ ପଶ୍ଚିମବଙ୍ଗରେ ‘ଲେବର ଚୌକ-ସହ-ସୁବିଧା କେନ୍ଦ୍ର’ର ଉଦ୍‌ଘାଟନ

ପୋଷ୍ଟ କରାଯିବା ଦିନାଙ୍କ: 10 SEP 2026 3:43PM by PIB Bhubaneswar

ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ, ମହାରାଷ୍ଟ୍ର ସରକାରଙ୍କ ସହଯୋଗରେ ୧୧ ଓ ୧୨ ସେପ୍ଟେମ୍ବର ୨୦୨୬ରେ ମୁମ୍ବାଇଠାରେ ‘ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ’ ସମ୍ବନ୍ଧୀୟ ଏକ ଜାତୀୟ ସମ୍ମିଳନୀର ଆୟୋଜନ କରୁଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 

ଏହି ସମ୍ମିଳନୀରେ ଶ୍ରମ ଓ ରୋଜଗାର ଏବଂ କ୍ଷୁଦ୍ର, ମଧ୍ୟମ ଓ କୁଟିର ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଶୋଭା କରନ୍ଦଲାଜେ, ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ, ବିଓସିଡବ୍ଲୁ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଓ ସଚିବମାନେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

୨୦୨୫ ନଭେମ୍ବର ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଶ୍ରମ ସମ୍ମିଳନୀରେ ଶୁଭାରମ୍ଭ ହୋଇଥିବା ତିନୋଟି ପ୍ରମୁଖ ପଦକ୍ଷେପ ଯଥା-ରାଜ୍ୟ ବିଓସିଡବ୍ଲୁ ଡିଜିଟାଲ୍ ଶ୍ରମ ଚୌକ, ଶ୍ରମ ଚୌକ-ତଥା-ସୁବିଧା କେନ୍ଦ୍ର ଏବଂ ଅନଲାଇନ୍ ବିଓସିଡବ୍ଲୁ ସେସ୍ ସଂଗ୍ରହ ପୋର୍ଟାଲର ଅଗ୍ରଗତିକୁ ମଧ୍ୟ ଏହି ସମ୍ମିଳନୀରେ ସମୀକ୍ଷା କରାଯିବ। ଏହି ପଦକ୍ଷେପଗୁଡ଼ିକ ନିଯୁକ୍ତି ସୁବିଧାକୁ ସୁଦୃଢ଼ କରିବା, ଅଧିକ ସମ୍ମାନଜନକ ଏବଂ ସୁଗମ ଶ୍ରମିକ-କୈନ୍ଦ୍ରିକ ସେବା ଯୋଗାଇବା ଏବଂ ସେସ୍ ସଂଗ୍ରହ ଓ ତଦାରଖରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

୯ ରାଜ୍ୟ ଆରମ୍ଭ କରିବେ ଡିଜିଟାଲ ଶ୍ରମ ଚୌକ ପଦକ୍ଷେପ

ଏହି ଜାତୀୟ ସମ୍ମିଳନୀ ଅବସରରେ ୯ଟି ରାଜ୍ୟ ଯଥା ଓଡ଼ିଶା, ମହାରାଷ୍ଟ୍ର, ତେଲେଙ୍ଗାନା, ଦିଲ୍ଲୀ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ନିଜ ନିଜ ଡିଜିଟାଲ ଶ୍ରମ ଚୌକ୍ ପଦକ୍ଷେପ ଆରମ୍ଭ କରିବେ। ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଗ୍ରହଣ କରୁଥିବା ଏହି ପଦକ୍ଷେପ ଦ୍ୱାରା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନେ ସହଜରେ ଓ ଉନ୍ନତ ନିଯୁକ୍ତି ସମ୍ପର୍କିତ ସେବା ପାଇପାରିବେ। 

ଅନଲାଇନ୍ ବିଓସିଡବ୍ଲୁ ସେସ୍ ସଂଗ୍ରହ ପୋର୍ଟାଲ

ବିଓସିଡବ୍ଲୁ ସେସ୍ ସଂଗ୍ରହ ଓ ଏହାର ନିରୀକ୍ଷଣ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକ ମଧ୍ୟ ଡିଜିଟାଲ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଜାତୀୟ ସମ୍ମିଳନୀରେ ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ଅନଲାଇନ୍ ବିଓସିଡବ୍ଲୁ ସେସ୍ ସଂଗ୍ରହ ପୋର୍ଟାଲର ଉଦଘାଟନ କରିବେ। ଏହି ପଦକ୍ଷେପ ଦ୍ୱାରା ସେସ୍ ସଂଗ୍ରହ ଓ ନିରୀକ୍ଷଣ ପ୍ରକ୍ରିୟାକୁ ସରଳ ଓ ସୁବ୍ୟବସ୍ଥିତ କରିବା ସହିତ ବିଓସିଡବ୍ଲୁ ବ୍ୟବସ୍ଥା ଅଧୀନରେ ଡିଜିଟାଲ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଶ୍ରମ ଚୌକ-ତଥା-ସୁବିଧା କେନ୍ଦ୍ର (ଏଲସିଏଫସି)

ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ବିହାର ଏବଂ ପଶ୍ଚିମବଙ୍ଗର ଶ୍ରମ ଚୌକ-ତଥା-ସୁବିଧା କେନ୍ଦ୍ର (ଏଲସିଏଫସି) ପଦକ୍ଷେପଗୁଡ଼ିକର ଶୁଭାରମ୍ଭ କରାଯିବ।

ଏହି କେନ୍ଦ୍ରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ନିର୍ମାଣ ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ଓ କଲ୍ୟାଣମୂଳକ ସେବା ପାଇବାକୁ ଅଧିକ ସହଜ କରିବା ଏବଂ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା।

ରାଜ୍ୟଗୁଡ଼ିକର ଏହି ଅଗ୍ରଗତି ଜାତୀୟ ଶ୍ରମ ସମ୍ମିଳନୀରେ ଆରମ୍ଭ ହୋଇଥିବା ପଦକ୍ଷେପଗୁଡ଼ିକୁ ପ୍ରକୃତ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ନିଆଯାଉଥିବା ପ୍ରୟାସକୁ ପ୍ରତିଫଳିତ କରିଥାଏ। ବିଭିନ୍ନ ରାଜ୍ୟର ଅଭିଜ୍ଞତା ପରସ୍ପରଠାରୁ ଶିଖିବା, ସଫଳ ପଦ୍ଧତିଗୁଡ଼ିକର ଆଦାନପ୍ରଦାନ କରିବା ସହ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅନୁକୂଳନ ଓ ପୁନରାବୃତ୍ତି କରାଯାଇପାରୁଥିବା ବ୍ୟବସ୍ଥା ଚିହ୍ନଟ କରିବାର ସୁଯୋଗ ପ୍ରଦାନ କରିବ।

ଦୁଇଦିନିଆ ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି କେନ୍ଦ୍ର, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ବିଓସିଡବ୍ଲୁ କଲ୍ୟାଣ ବୋର୍ଡଗୁଡ଼ିକ ମଧ୍ୟରେ ଅଧିକ ସୁଦୃଢ଼ ସମନ୍ୱୟ ସ୍ଥାପନ କରିବା, କାର୍ଯ୍ୟାନ୍ବୟନରେ ରହିଥିବା ତ୍ରୁଟି ବା ଅଭାବଗୁଡ଼ିକୁ ଚିହ୍ନଟ କରିବା ଏବଂ ନିର୍ମାଣ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା, କଲ୍ୟାଣ ଓ ନିଯୁକ୍ତି ସୁଯୋଗର ଅଧିକ ପ୍ରଭାବଶାଳୀ ଓ ସହଜ ଉପଲବ୍ଧତା ନିମନ୍ତେ ପ୍ରାଥମିକତାଭିତ୍ତିକ ପଦକ୍ଷେପ ନିର୍ଦ୍ଧାରଣ କରିବା।

***

TKM

 

 


(ରିଲିଜ ଆଡି: 2308928) ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Bengali , Bengali-TR