ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାମାନ୍ୟ ଯୁବରାଜ ପଞ୍ଚମ ରହିମ ଆଗା ଖାନଙ୍କୁ ଭେଟିବା ସହିତ ଆଗା ଖାନ ବିକାଶ ନେଟୱାର୍କ ସହିତ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
10 SEP 2026 2:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଇସ୍ମାଇଲି ସମ୍ପ୍ରଦାୟର ୫୦ତମ ଇମାମ ମହାମହୀମ ଯୁବରାଜ ରହିମ ଆଗା ଖାନ-୫ମଙ୍କୁ ଭେଟିଥିଲେ। ଏହି ବୈଠକରେ ଶ୍ରୀ ମୋଦୀ ମହାମହିମ ଯୁବରାଜ ରହିମ ଆଗା ଖାନ ପଞ୍ଚମଙ୍କ ପିତା ସ୍ୱର୍ଗତ ଆଗା ଖାନ ଚତୁର୍ଥଙ୍କୁ ଏବଂ ବିକାଶ ପ୍ରୟାସରେ ତାଙ୍କର ସ୍ଥାୟୀ ଅବଦାନକୁ ମନେ ପକାଇଥିଲେ।
ସ୍ୱାସ୍ଥ୍ୟସେବା, କୃଷି, ଗ୍ରାମୀଣ ବିକାଶ, ଯୁବ ସଶକ୍ତିକରଣ ଏବଂ ମହିଳା ସଶକ୍ତିକରଣ ସମେତ ପ୍ରମୁଖ କ୍ଷେତ୍ରରେ ଆଗା ଖାନ ବିକାଶ ନେଟୱାର୍କ ସହିତ ଭାଗିଦାରୀକୁ ଆହୁରି ମଜବୁତ କରିବାର ଉପାୟ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।
ଏକ୍ସ ଉପରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
"ମହାମାନ୍ୟ ଯୁବରାଜ ରହିମ୍ ଆଗା ଖାନ୍ ଭି. ଙ୍କୁ ଭେଟି ଖୁସି ହେଲି। ସେ ତାଙ୍କ ପିତା ସ୍ୱର୍ଗତ ଆଗା ଖାନ୍ ଚତୁର୍ଥଙ୍କୁ ଏବଂ ବିକାଶ ପ୍ରୟାସରେ ତାଙ୍କର ସ୍ଥାୟୀ ଅବଦାନକୁ ମନେ ପକାଇଥିଲେ।
ସ୍ୱାସ୍ଥ୍ୟସେବା, କୃଷି, ଗ୍ରାମୀଣ ବିକାଶ, ଯୁବ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଗା ଖାନ ବିକାଶ ନେଟୱାର୍କ ସହିତ ଆମର ଭାଗିଦାରୀକୁ ଆହୁରି ମଜବୁତ କରିବାର ଉପାୟ ଉପରେ ଆଲୋଚନା କରାଯାଇଥିଲା।
@akdn”
HS
(ରିଲିଜ ଆଡି: 2308730)
ପରିଦର୍ଶକ କାଉଣ୍ଟର : 6
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam