ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଖ୍ୟାତ ଗୁଜରାଟୀ ସଙ୍ଗୀତକାର ଶ୍ରୀ ଗୌରାଙ୍ଗ ବ୍ୟାସଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
ଗୁଜରାଟୀ ସଙ୍ଗୀତ ପ୍ରତି ତାଙ୍କର ଅମୂଲ୍ୟ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
09 SEP 2026 2:57PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟୀ ସଙ୍ଗୀତ ଜଗତର ଜଣେ ପ୍ରସିଦ୍ଧ ସଙ୍ଗୀତକାର ଶ୍ରୀ ଗୌରାଙ୍ଗ ବ୍ୟାସଙ୍କ ବିୟୋଗରେ ଆଜି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ତାଙ୍କ ପିତା ଅବିନାଶ ବ୍ୟାସଙ୍କ ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ଆଗକୁ ବଢ଼ାଇ ଶ୍ରୀ ଗୌରାଙ୍ଗ ବ୍ୟାସ ଗୁଜରାଟୀ ସଙ୍ଗୀତ କ୍ଷେତ୍ରରେ ନିଜ ପାଇଁ ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବିୟୋଗରେ ଗୁଜରାଟ ଜଣେ ପ୍ରତିଭାବାନ ସୃଷ୍ଟିକର୍ତ୍ତାଙ୍କୁ ହରାଇଥିବା ଅନୁଭବ କରୁଛି ଏବଂ ଗୁଜରାଟୀ ସଂଗୀତକୁ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
ପ୍ରଧାନମନ୍ତ୍ରୀ ତାଙ୍କ ଅମର ଆତ୍ମାର ଶାନ୍ତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ତାଙ୍କର ବିପୁଳ ପ୍ରଶଂସକଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:
“ଗୁଜୁରାଟୀ ସଙ୍ଗୀତ ଜଗତର ଜଣେ ପ୍ରସିଦ୍ଧ ସଂଗୀତଜ୍ଞ ଶ୍ରୀ ଗୌରାଙ୍ଗ ବ୍ୟାସଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ।
ତାଙ୍କ ପିତା ଅଭିନାଶ ବ୍ୟାସଙ୍କ ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ଆଗକୁ ବହନ କରି, ସେ ଗୁଜରାଟୀ ସଙ୍ଗୀତ କ୍ଷେତ୍ରରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ, ଗୁଜରାଟ ଜଣେ ପ୍ରତିଭାଶାଳୀ ସଂଗୀତଜ୍ଞଙ୍କୁ ହରାଇଲା ଭଳି ଅନୁଭବ କରୁଛି। ଗୁଜରାଟୀ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ମନେ ରହିବ।
ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା ଏବଂ ଶୋକସନ୍ତପ୍ତ ପରିବାର ଏବଂ ତାଙ୍କର ବିଶାଳ ପ୍ରଶଂସକଙ୍କ ପ୍ରତି ସମବେଦନା...
ଓମ୍ ଶାନ୍ତି…!!"
HS
(ରିଲିଜ ଆଡି: 2308230)
ପରିଦର୍ଶକ କାଉଣ୍ଟର : 15
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam